ପୋଲିସ କମିଶନରଙ୍କ କହିବା ଅନୁଯାୟୀ; ଏକାଧିକ ଯୁବତୀଙ୍କୁ ବିବାହ କରି ସେମାନଙ୍କ ଠାରୁ ଟଙ୍କା ଲୁଟୁଥିଲା ଏବଂ ମାଟ୍ରିମୋନିଆଲରେ ସମ୍ପର୍କ ତିଆରି କରି ବିବାହ ପାଇଁ ପ୍ରସ୍ତାବ ଦେଉଥିଲା ଏହି ଠକ, ଅଭିଯୁକ୍ତର ନାଁ ସତ୍ୟଜିତ ସାମଲ ଓ ଘର ଯାଜପୁର ଜିଲ୍ଲାର ବୋଲି ଜଣାପଡ଼ିଛି, ସତ୍ୟଜିତ ପାଖରୁ ନଗଦ ୨ ଲକ୍ଷ ୧୦ ହଜାର ଟଙ୍କା, ୩ଟି କାର ଓ ବୁଲେଟ୍ ଜବତ କରିଛି କ୍ୟାପିଟାଲ ଥାନା ପୋଲିସ, ଏଥିସହ ୩ଟି ବ୍ୟାଙ୍କ ଆକାଉଣ୍ଟ ସିଜ୍ ସହ ବିବାହ ସମ୍ପର୍କିତ ସମସ୍ତ ଡକ୍ୟୁମେଣ୍ଟ ଜବତ କରି ଅଧିକ ତଦନ୍ତ ଜାରି ରଖିଛି କମିଶନରେଟ୍ ପୋଲିସ, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ