ଉନ୍ନତ ମାନର ଲୁହାପଥରକୁ ନିମ୍ନ ମାନର ଦର୍ଶାଇ ପରିବହନ ବେଳେ ଧରିଲା ପୋଲିସ ,୩ଟି ଲୁହାପଥର ବୋଝେଇ ଟ୍ରକ୍ କୁ ଖଣି ବିଭାଗ କୁ ସ୍ଥାନାନ୍ତରଯୋଡା,
କେନ୍ଦୁଝର ଜିଲ୍ଲା ଚମ୍ପୁଆ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ୩ଟି ଲୁହାପଥର ବୋଝେଇ ଟ୍ରକ୍ କୁ ଅଟକ ରଖି ଯାଞ୍ଚ କରିବା ପରେ ଅଭିନବ ଉପାୟରେ ଖଣିଜ ଚୋରି ହେଉଥିବା ଜଣାପଡିଛି ।ପୋଲିସ ଟ୍ରକ୍ ନଂ ଓ ଡି ୦୪ କ୍ୟୁ ୩୨୭୮, ଓଡି ୦୪କ୍ୟୁ ୬୭୧୯, ଓ ଡି ୦୪ଏଲ ୮୬୬୬ କୁ ଯୋଡା ଖଣି ଉପ ନିର୍ଦ୍ଦେଶାଳୟ କୁ ପଠାଇ ଦେଇଛି । ଯୋଡା ଖଣି ଉପ ନିର୍ଦ୍ଦେଶାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦର ଗଡ ଜିଲ୍ଲା କୋଇଡା ଖଣି ମଣ୍ଡଳ ର ରେଙ୍ଗ।ଳ ବେଡା ସ୍ଥିତ ଏକ ଖଣି ରୁ ପାରାଦୀପ ବନ୍ଦର କୁ ଶତକଡା ୫୩ ପ୍ରତିଶତ ଲୁହଂ।ଶ ଥିବା ଲୁହାପଥର ର ଅନୁମୋଦନ ପାଇ ପରିବହନ ହେଉଥିବା ବେଳେ ପୋଲିସ ଏହି ୩ଟି ଟ୍ରକ୍ କୁ ଚମ୍ପୁଆ କ୍ଷେତ୍ରରେ ଅଟକାଇ ଯାଞ୍ଚ କରିଥିଲା ।ଟ୍ରକ୍ ର ଟ୍ର।ଞ୍ଜିଟ ପାସ ରୁ ଜଣାପଡ଼ିଥିଲା ଯେ,ଏହାକୁ ତା ୧୭/୦୯/୨୦୨୪ ରିଖରେ କୋଇଡା ଖଣି ମଣ୍ଡଳ ର ସଂପୃକ୍ତ କମ୍ପାନୀ ହାସଲ କରିଥିଲା ।ଉକ୍ତ ଟିପି ରେ ଅନୁମୋଦିତ ଲୁହାପଥର ଲୌହଂ।ଶ ର ମାନ ୫୩.୭୯ ଥିବା ବେଳେ ଟ୍ରକ୍ ରେ ବୋଝେଇ ହୋଇଥିବା ଲୁହାପଥର ଅଧିକ ମାନର ହୋଇଥିବା ସନ୍ଦେହ କରି ଏହାର ମାନ ଯାଞ୍ଚ ଯୋଡା ଡି ଡି ସି ଏ (ଡେପୁଟି ଡାଇ ରେକ୍ଟର୍ କେମିକାଲ ଅ।ନାଲିଶିସ ) ରେ କରଯାଇଥିଲା। ଏହାର ମାନ ସମ୍ପର୍କରେ ସୂଚନା ଦେଇ ଡି ଡିସିଏ ଉପ ନିର୍ଦ୍ଦେଶକ ଦଶମତ ସୋରେନ କହିଥିଲେ ଯେ,ଡି ଡି ସିଏ ପ୍ରତିନିଧି,ଖଣି ବିଭାଗ ର ପ୍ରତିନିଧି, ଏବଂ ପୋଲିସ ବିଭାଗ ମିଳିତ ଭାବେ ଟ୍ରକ୍ ରେ ବୋଝେଇ ହୋଇଥିବା ଲୁହାପଥର ର ଜୋଏଣ୍ଟ୍ ନମୁନା ସଂଗ୍ରହ କରିଥିଲେ ।ଯାଞ୍ଚ ପରେ ଏହାର ମାନ ୫୮.୪୩ ଏବଂ ୫୮.୨୯ ପ୍ରତିଶତ ଲୌହଂ।ଶ ଥିବା ଜଣାପଡିଥିଲା ।ଯାହାକି ଅନୁମୋଦିତ ମାନ ଠାରୁ ଉନ୍ନତ ମାନ ର ଅଟେ ।ସୂଚନାଯୋଗ୍ୟ କି,୫୩ପ୍ରତିଶତ ଲୌହଂ।ଶ ଥିବା ଲୁହାପଥର ର ମୂଲ୍ୟ ୧୬୫୨ ଟଙ୍କା ଥିବା ବେଳେ ଉନ୍ନତ ମାନ ୫୮ ପ୍ରତିଶତ ଥିବା ଲୁହାପଥର ର ମୂଲ୍ୟ ୩୬୩୫ ଟଙ୍କା ରହିଛି । ଚଂଚକତା କରି ଉନ୍ନତ ମାନ ର ଲୁହାପଥର ନେଇ ଖସି ଯାଉଥିବା ବେଳେ ଏହି ଟ୍ରକ୍ କୁ ଧରିବା ପରେ ଅଭିନବ ଉପାୟ ର ଚୋରି ପଦ।ରେ ପଡ଼ିଛି ।ତେବେ ସଂପୃକ୍ତ ଖଣି ର ସମସ୍ତ ଷ୍ଟ।କ୍ କୁ ଯାଞ୍ଚ କରା ଗଲେ ଅନେକ ତଥ୍ୟ ପଦାକୁ ଆସି ପାରିବ ।ଚମ୍ପୁଆ ପୋଲିସ ଓ ଯୋଡା ଖଣି ବିଭାଗ ର ଧର ପଗଡ ପରେ ରାଜ୍ୟ ଖଣି ବିଭାଗ ଷ୍ଟକ୍ ଓ ଷ୍ଟ।କ୍ ର ଭେରିଫିକେଶନ ଏବଂ ଯାଞ୍ଚ କେବେ ଓ କିପରି ଭାବେ କରୁଛି ଏହା ଖଣି ଅଞ୍ଚଳରେ ଆଲୋଚନା ର ମୁଖ୍ୟ ବିଷୟ ବସ୍ତୁ ହୋଇଛି ।