ପୁରୁଷୋତ୍ତମପୁର ବ୍ଲକ ନିକଟ କେନ ପୁର ପଞ୍ଚାୟତ ବଲିଆ ଠାରେ ବସ ଦୁର୍ଘଟଣାରେ 20 ଆହାତ | ଘଟଣା ରୁ ଜନା ପଡିଛି ଯେ ବାଲେଶ୍ୱର ଠାରୁ ଏକ କମ୍ପୁଟର ଇନିସ୍ତ୍ୟୁଟ ର 40 ଜଣ ଛାତ୍ର, ଛାତ୍ରୀ ଙ୍କୁ ଧରି ଗତ କାଲି ପାହାନ୍ତିଆ ସମୟରେ ମା ତାରା ତାରିଣୀ ଙ୍କ ପାଦ ଦେଶରେ ପହଞ୍ଚି ଥିଲେ | ସକାଳେ ବସ ଯୋଗେ ମାଙ୍କ ପୀଠକୁ ଯାଇ ଦର୍ଶନ କରିବା ସହିତ ପୂଜାର୍ଚନା କରିଥିଲେ | ମାଆଙ୍କ ଦର୍ଶନ ସାରି ଚିଲିକା ଅଭିମୁଖେ ଯାଉଥିଲା ବେଳେ ବାଲିଆ ନିକଟ ଖର, ଖରି ବ୍ରିଜ ନିକଟରେ ଡ୍ରାଇଭର ଙ୍କ ଅସବଧାନତା ଯୋଗୁଁ ଦୁର୍ଘଟଣା ଘଟି ତଳକୁ ଖସି ଯାଇଥିଲା କିନ୍ତୁ ମା ଙ୍କ ଅପାର କରୁଣା ରୁ ସମସ୍ତେ ବଞ୍ଚି ଯାଇଥିଲେ | ଆହାତ ହୋଇ ଥିବା ଛାତ୍ର, ଛାତ୍ରୀ ମାନେ ହେଲେ ଚିନ୍ମୟୀ ବେହେରା17ବର୍ଷ,ଦମୟନ୍ତୀ ନାୟକ 19ବର୍ଷ,,ସ୍ୱପ୍ନା ବତୀ ମହାଲିକ, 18ବର୍ଷ, ବାଦଲ ମହାଲିକ16ବର୍ଷ, ସନ୍ତୋଷ କୁମାର ବେହେରା 24ବର୍ଷ,ଦୀପା ବେହେରା 18ବର୍ଷ,ଭକ୍ତି ରଞ୍ଜନ ବିଶ୍ୱାଳ18 ବର୍ଷ,ମଧୁସ୍ମିତା ସାହୁ, 22ବର୍ଷ,ଶାରଳା ବେହେରା 22ବର୍ଷ, ରାଜ ଲକ୍ଷ୍ମୀ ବେହେରା 22 ବର୍ଷ ଆହତ ହୋଇ ଛନ୍ତି
ବସ ଦୁର୍ଘଟଣା ପରେ 20 ରୁ ଉର୍ଦ୍ଧ ଆହତ ଯାତ୍ରୀଙ୍କୁ ସ୍ଥାନୀୟ ସରପଞ୍ଚ ରାଜଲକ୍ଷ୍ମୀ ବେହେରା, ତାଙ୍କ ସ୍ୱାମୀ ଓ ସମାଜ ସେବୀ ଏନ ରାମଚନ୍ଦ୍ର ରେଡି, ଓ କିଛି ଅଞ୍ଚଳବାସୀ, ଅଗ୍ନିଶମ ବିଭାଗ, ପୁଲିସ, ସ୍ଥାନୀୟ ପ୍ରଶାସନ ସହଯୋଗରେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ପୁରୁଷୋତ୍ତମପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ. 2ଜଣ ଙ୍କ ଅବସ୍ଥା ଗୁରୁତର ଗୁରୁତର ଥିବାରୁ ତାଙ୍କୁ 108 ଯୋଗେ ବ୍ରହ୍ମପୁର ନିଆଯାଇଥିଲା | ମେଡିକାଲ ରେ ଏନଏସିର ଉପା ଧକ୍ଷା କୃଷ୍ଣ ଚନ୍ଦ୍ର ପଣ୍ଡା, କାଉନ ସିଲର ବିଶ୍ୱ ଭୂଷଣ ମହାପାତ୍ର, କେ ପ୍ରମୋଦ କୁମାର ଆଚାରୀ, ରଞ୍ଜନ ବେହେରା, ଲିଙ୍ଗରାଜ ବେହେରା, କିଶୋର ଚନ୍ଦ୍ର ସାହୁ ଓ କିଛି ସାମ୍ବାଦିକ ଓ ଯୁବକ ଙ୍କ ସହଯୋଗ ରେ ତାଙ୍କୁ ସମାଜ ସେବୀ ରାମଚନ୍ଦ୍ର ରେଡି ଙ୍କ ପୁରୁଷୋତ୍ତମପୁର ବାସ ଭବନରେ ରଖା ଯାଇ ସେମାନଂକୁ ଖାଦ୍ୟ, ପାନୀୟ ର ବ୍ୟବସ୍ଥା କରି ସହଯୋଗ କରିଥିଲେ | ଏମାନଙ୍କ ଏହି ସେବା କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି | ବାକି ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ଅଛି |