Search
Close this search box.

ଟ୍ରକ ମାଲିକ କୋର କମିଟି ପକ୍ଷ୍ୟରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ

0
SHARES
76
VIEWS

ଦାବୀ ପୂରଣ ନହେଲେ ଆଗକୁ ଅର୍ଥନୈତିକ ଅବରୋଧ,,, ଯୋଡା- (ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ର ଗାଡି ମାଲିକ ମାନଙ୍କୁ ନ୍ୟାୟ ଦେବା ଉଦ୍ଦେଶ୍ୟରେ ଟ୍ରକ ମାଲିକ ସଂଘ କୋର କମିଟି ପକ୍ଷରୁ ନାରଦପୁର ଠାରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିଥିବା ଦେଖିବାକୁ ମିଳିଛି, କେନ୍ଦୁଝର ଜିଲ୍ଲା ଯୋଡା ବଡବିଲ ଖଣି ଅଞ୍ଚଳରେ ଗାଡି ଦ୍ଵାରା ଖଣିଜ ପରିବହନ ଏକ ମୁଖ୍ୟ ରୋଜଗାର ର ମାଧ୍ୟମ ଥିବାବେଳେ ବଡ ବଡ ଖଣି ଗୁଡ଼ିକ ହାତେଇଥିବା ଖଣି ମାଲିକ ମାନେ ଏବେ ଗାଡି ମାଲିକ ଙ୍କ ମୁଣ୍ଡ ବିନ୍ଧା ର କାରଣ ସାଜିଛନ୍ତି, ଖଣି ନିଲାମ ପରେ ଗାଡି ମାଲିକ ଭାବିଥିଲେ ବଡ ବଡ କମ୍ପାନୀ ଆସିଲେ ପରିବହନ କାର୍ଯ୍ୟ ଜୋରଦାର ଚାଲିବ, ଗାଡି ମାଲିକ ମାନଙ୍କ ବିକାଶ ହେବା ସହିତ ଅଞ୍ଚଳର ବିକାଶ ହେବ ହେଲେ ଏବେ ଏହାର ବିପରୀତ ପରିସ୍ଥିତି ଦେଖା ଦେଇଛି, ଗାଡି ମାଲିକ ମାନଙ୍କ ସ୍ୱାର୍ଥ କୁ ଅଣଦେଖା କରି ଯେ ଏସ୍ ଡବ୍ଲ୍ୟୁ , ଓ ଏମ୍ ସି, ଯେ ଏସ୍ ପି ଏଲ୍ ପରି ଖଣି ଗୁଡିକ ସଡକ ପଥରେ ପରିବହନ କୁ ପ୍ରାଧାନ୍ୟ ନ ଦେଇ ରେଳ ଓ ପାଇପ ଦ୍ଵାରା ଖଣିଜ ପରିବହନକୁ ପ୍ରାଧାନ୍ୟ ଦେଉଛନ୍ତି, ଏହାକୁ ବିରୋଧ କରି ଜିଲ୍ଲା ରେ ଥିବା ଗାଡି ମାଲିକ ସଂଘ କୋର କମିଟି ମଙ୍ଗଳବାର ଦିନ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ ର ଡାକରା ଦେଇ ନାରଦପୁର ଠାରେ ଏକତ୍ରୀତ ହୋଇଛି, ଦାବି ଗୁଡିକ ମଧ୍ୟରେ ରହିଛି କେନ୍ଦୁଝର ଜିଲ୍ଲା ର ସମସ୍ତ ଖଣିରୁ 50 ପ୍ରତିଶତ ସଡକ ପଥରେ ପରିବହନ, କେନ୍ଦୁଝର ଜିଲ୍ଲା ର ସମସ୍ତ ଖଣିରୁ ଜିଲ୍ଲାର ଗାଡି ଗୁଡିକୁ ଅଗ୍ରାଧିକାର ଭିତ୍ତିରେ ଲୋଡିଂ ଓ ଉଚିତ ପରିବହନ ମୂଲ୍ୟ ପ୍ରଦାନ, ଯେ ଏସ୍ ଡବ୍ଲ୍ୟୁ ନୂଆ ଗାଁ ଓ ଜେ ଏସ ପି ଏଲ୍ କାଶିଆ ଖଣିରୁ ପରିବହନ ହେଉଥିବା ଜିଲ୍ଲାର ସମସ୍ତ ଗାଡି କୁ ଉଚିତ ପରିବହନ ମୂଲ୍ୟ ପ୍ରଦାନ,ଜିଲ୍ଲାରେ ଥିବା ସମସ୍ତ ଓଏମ୍ ସି ଖଣିରୁ ଗାଡି ଦ୍ଵାରା ସଡକ ପଥରେ ପରିବହନ , ଏହି ଆନ୍ଦୋଳନ ରେ ଜିଲ୍ଲା ରେ ଥିବା ବିଭିନ୍ନ ଟ୍ରକ ସଂଘ ର କର୍ମକର୍ତ୍ତା ଏବଂ ଗାଡ଼ି ମାଲିକ ମାନେ ଉପସ୍ଥିତ ଥିବା ବେଳେ ଦାବୀ ଗୁଡିକ ପୂରଣ ନ ହେଲେ ଆଗକୁ ଅର୍ଥନୈତିକ ଅବରୋଧ କରିବାକୁ ପଡିବ ବୋଲି ଜିଲ୍ଲା ଟ୍ରକ୍ ସଂଘ ର ସମ୍ପାଦକ ଦେବୁ ପଟ୍ଟନାୟକ ଏବଂ ଯୋଡା ଟ୍ରକ ସଂଘ ର ସମ୍ପାଦକ ସୁଶାନ୍ତ କୁମାର ବାରିକ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି,

    Related News

    Follow Us