ଆଜି ଅପରାହ୍ନ ୨ଘଟିକା ସମୟରେ କେନ୍ଦୁଝର ଡାକ୍ତରଖାନାରେ ହୃଦଘାତରେ ଦେହାନ୍ତ ହୋଇଛି । ଏହା ପୂର୍ବରୁ ସେ ଡାଇବେଟିସ ରୋଗରେ ବହୁତ ଦିନରୁ ପୀଡିତ ଥିଲେ | ଗତକାଲି ହଠାତ ଡାଇବେଟିସ ବଢି ହୃଦଘାତ ହେବା କାରଣରୁ ତାଙ୍କର ଦେହାନ୍ତ ହୋଇଛି ବୋଲି ସୂଚନା ମିଳିଛି | ସେ ଜଣେ ନିଷ୍ଠାବାନ ତଥା ପରଉପକାରୀ (RSS) ରାଷ୍ଟ୍ରିୟ ସ୍ୱୟଂସେବକ ସଂଘର କାର୍ଯକର୍ତ୍ତା ଥିଲେ । ଲମ୍ବୋଧର ମହନ୍ତ +୩ କଳାରେ ପାସ ହେବା ପରେ ସ୍ୱାମପାଟଣା ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିରରେ ପ୍ରଧାନ ଗୁରୁଜୀ ଭାବେ ପାଠପଢାଉଥିଲେ । ତା ପରେ ତାଙ୍କୁ ଶିକ୍ଷା ବିକାଶ ସମିତିର ପ୍ରାନ୍ତଃସଂସ୍କାର କେନ୍ଦ୍ର ପ୍ରମୁଖ ଏବଂ କ୍ଷେତ୍ରୀୟ ସଂସ୍କାର କେନ୍ଦ୍ର ପ୍ରମୁଖ ଥିଲେ। ତା ପରେ ପାରିବାରିକ ଅସୁବିଧା କାରଣରୁ ଘରକୁ ଆସିଥିଲେ ଏବଂ ଜୀବନ ବୀମାରେ ଏଜେଣ୍ଟ ହିସାବରେ କାମ କରୁଥିଲେ। ତିନି ବର୍ଷ ପାଖାପାଖି ହେବ ABTI Institute ରୁ Yoga trainner ପାସ କରି ଘଟଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଯୋଗଶିକ୍ଷକ ହିସାବରେ ଦୁଇ ବର୍ଷ ହେବ କାର୍ଯ୍ୟ କରିଆସୁଥିଲେ। ଏହା ପୂର୍ବରୁ R. S. S. ରାଷ୍ଟ୍ରିୟ ସ୍ୱୟଂସେବକର ପର୍ଯ୍ୟାବରଣ ପ୍ରମୁଖ ଥିଲେ ବର୍ତ୍ତମାନ ସଂଘର ଜିଲ୍ଲା ସେବା ପ୍ରମୁଖ ଦାୟିତ୍ୱ ପରିଚାଳନା କରୁଥିଲେ । ସ୍ୱାମପାଟଣା ନିକଟରେ ମାଧପୁର ଗ୍ରାମରେ ତାଙ୍କର ପୁରୁଣା ଘରଥିବାହେତୁ ଏବେ ସ୍ୱାମପାଟଣାରେ ବସବାସ କରନ୍ତି | ତାଙ୍କ ପରିବାରରେ ତାଙ୍କର ବାପା,ମାଆ, ସ୍ତ୍ରୀ, ଝିଅ, ପୁଅ, ଭାଇ, ଭାଉଜ ଅଛନ୍ତି ଏବଂ ତାଙ୍କର ଝିଅ,ପୁଅ ପାଠପଢୁଛନ୍ତି | ଏହି ଦୁଃଖଦ ଖବର ପାଇଁ ରାଜ୍ଯ ଯୋଗଶିକ୍ଷକ ସଂଘ ଓଡିଶା ଏବଂ କେନ୍ଦୁଝର ଜିଲ୍ଲାର ଯୋଗଶିକ୍ଷକ ସଂଘର ସଭାପତି ଅର୍ଜିତ ମୋହନ୍ତ,ସତ୍ଯବ୍ରତ ମୋହନ୍ତ ଏବଂ ଅନ୍ଯ ସମସ୍ତେ ଉପସ୍ତିତ ରହି ସମସ୍ତଙ୍କୁ ବୁଝାଇସୁଜାଇ ଶେଷରେ ଅଶ୍ରୁଳଶ୍ରର୍ଦ୍ଧାଞ୍ଜଳି ଜ୍ଞାପନ କରି ପରିବାର କିପରୀ ଚଳପ୍ରଚଳ ହେବ ପିଲାମାନେ ଭବିଷ୍ଯତ କିପରୀ ଗଢିବେ ସେବିଷୟରେ କେନ୍ଦୁଝର ଜିଲ୍ଲାର ଯୋଗଶିକ୍ଷକ ସଂଘର ସଭାପତି ଅର୍ଜିତ ମୋହନ୍ତ DPM ଡିଷ୍ଟ୍ରିଟ ପ୍ରୋଗ୍ରାମ ମ୍ଯାନେଜର ଏବଂ CDMOଙ୍କ ସହିତ ପରାମର୍ଶ କରି ସହଯୋଗ କରିବେ ବୋଲି ପ୍ରତିସୃତି ଦେଇଥିଲେ | ଭଗବାନ ତାଙ୍କର ଆତ୍ମାକୁ ଶାନ୍ତିରେ ରଖନ୍ତୁ ଓମ୍ ଶାନ୍ତିଃ ଓମ୍ ଶାନ୍ତିଃ ଓମ୍ ଶାନ୍ତିଃ