Search
Close this search box.

ପଣପଣା ଡିଜିଟାଲ କ୍ରିକେଟ ଲିଗ ଉଦଯାପିତ

0
SHARES
2
VIEWS

ବାହାନଗା ବ୍ଲକ ପଣପଣା ମେଳନ ପଡ଼ିଆଠାରେ ଚାଲିଥିବା ଡିସିଏଲ ସିଜିନ-୨ ଗତକାଲି ଉଦଯାପିତ ହୋଇଯାଇଛି।ଫାଇନାଲ ମ୍ୟାଚରେ ବଜରଙ୍ଗୀ ଫାଇଟର୍ସ ବନାମ ବୀଣାପାଣି ସୁପର୍କିଙ୍ଗ ମଧ୍ୟରେ ମୁକାବିଲା ହୋଇଥିଲା।ପ୍ରଥମେ ବୀଣାପାଣି ସୁପର୍କିଙ୍ଗ ଟସ ଜିତି ଫିଲଡିଂ କରିବାର ନିସ୍ପର୍ତ୍ତି ନେଇଥିଲା।ବଜରଙ୍ଗି ଫାଇଟର ନିର୍ଦ୍ଧାରିତ ୧୫ଓଭରରେ ସମସ୍ତ ଉଇକେଟ ହରାଇ ୧୧୨ ରନ ସଂଗ୍ରହ କରିଥିଲା।ଜବାବରେ ବୀଣାପାଣି ସୁପର୍କିଙ୍ଗ ୧୨ତମ ଓଭରରେ ୫ମ ଉଇକେଟ ହରାଇ ୧୧୪ ରନ ସଂଗ୍ରହ କରିନେଇଥିଲା।ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥିଭାବେ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଯୋଗଦେଇ ବିଜୟୀ ଟିମକୁ ନଗଦ ତିରିଶ ହଜାର ଟଙ୍କା ଓ ରନର୍ସ ଅଫ ଟିମକୁ ଛବିଷ ହଜାର ନଗଦ ରାଶି ସହିତ ଟ୍ରଫି ପ୍ରଦାନ କରିଥିଲେ।ପଣପଣା କ୍ରିକେଟ ଆସୋସିଏସନ ପକ୍ଷରୁ କର୍ମକର୍ତା ପ୍ରଦୀପ ମହାନ୍ତି,ବିଶ୍ୱରଂଜନ ମହାପାତ୍ର,ନଗେଶ ନାୟକ,ମାନସ ରଞ୍ଜନ ମହାପାତ୍ର,ପୟେସ୍ ରଂଜନ ମହାପାତ୍ର,ଚିନ୍ମୟ ଦାସ,ବିଶ୍ଵଜିତ ଦାସ,କୃପାସିନ୍ଧୁ ଦାସ,ପିତାମ୍ବର ଧାମୁଡ଼ିଆ,ଆଶିଷ ମହାରଣା,ସତ୍ୟନାରାୟଣ ଧିନ୍ଧା,ଶତୃଜିତ ମଣ୍ଡଳ,ଦୀପକ ମଲିକ,ପ୍ରସନ୍ନ ମହାପାତ୍ର,ବେଦାନ୍ତ ମଣ୍ଡଳ, କିଶୋର ବେହେରା,ବୁଦ୍ଧିରାମ ସିଂ,ଲୋଟନ ସାମଲ ଆଦି ସହଯୋଗ କରିଥିଲେ। ରାଜୀବ ବେହେରା,ପୟେସ୍ ରଂଜନ ମହାପାତ୍ର ଖେଳକୁ ପରିଚାଳନା କରିଥିବାବେଳେ ଫେବୃୟାରୀ ୨୨ ତାରିଖରୁ ଏହି ଖେଳ ଆରମ୍ଭ ହୋଇ ଗତକାଲି ଶେଷ ହୋଇଥିଲା।ବାହାନଗା ରୁ କାର୍ତ୍ତିକ ପୁଥାଳ ଙ୍କ ରିପୋର୍ଟ ସଂଘର୍ଷ ଟିଭି

    Related News

    Follow Us