Search
Close this search box.

ଏବେବି ଚୂଆ ପାଣି ଭରସାରେ ପାଣ୍ଡିଆ ଗାଁ

0
SHARES
0
VIEWS

ଯୋଡା: କେନ୍ଦ୍ର ଓ ରାଜ୍ୟ ଉଭୟ ଗରିବ ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା କରିଚାଲିଛନ୍ତି । ହେଲେ ତାହା ଲୋକଙ୍କ ପାଖରେ କେତେ ପହଞ୍ଚିପାରିଛି ସେଥିପାଇଁ ତଦାରଖ କରିବାକୁ କେହିନାହିଁ । ବିଶେଷ କରି ଖଣି ଅଞ୍ଚଳରେ ସରକାରଙ୍କ ଅଧିକାଂଶ ଯୋଜନା ଫେଲ ମାରୁଥିବା ଦେଖିବାକୁ ମିଳିଛି । ପ୍ରଶାସନୀକ ଅଧିକାରୀଙ୍କ ଆନ୍ତରିକତା ଅଭାବ ଏହାର ମୂଳ କାରଣ ବୋଲି ସାଧାରଣରେ ଅଭିଯୋଗ ହେଉଛି । ସରକାର ପ୍ରତି ପରିବାରର ଦୁଆର ମୁହଁରେ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି ଏବଂ ଏହି ଯୋଜନା ଶାକାର ହେଉଥିବା ନେଇ ବଡ ବଡ ହୋଡିଂ ମାଧ୍ୟମରେ ପ୍ରଚାର ପ୍ରସାର କରିଆସୁଛନ୍ତି । ପ୍ରତି ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଗୁଡିକୁ ୫୦ଲକ୍ଷ ଟଙ୍କା ଅନୁଦାନ ପାଇପ ଜଳ ଯୋଗାଣ ନିମନ୍ତେ ପ୍ରଦାନ କରାଯାଇଛି । ତେବେ ଏହି ଯୋଜନା ଖଣି ଅଞ୍ଚଳ ଆଦିବାସୀ ଆଧ୍ୟୁଷିତ ଯୋଡା ବ୍ଲକର ଜଜାଙ୍ଗ ପଞ୍ଚାୟତ ଅନ୍ତର୍ଗତ ପାଣ୍ଡିଆ ହାଟିଂରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି । ଏହି ଗ୍ରାମଟିରେ ୫୦ରୁ ଉର୍ଦ୍ଧ୍ୱ ଆଦିବାସୀ ପରିବାର ବସବାସ କରିଥାନ୍ତି, ଯାହାର ଲୋକ ସଂଖ୍ୟା ୩ଶହରୁ ଉର୍ଦ୍ଧ୍ୱ ହେବ । ଏହି ଗ୍ରାମରେ ଗୋଟିଏ ମାତ୍ର ନଳକୂପ ରହିଛି । ଯେଉଁଥିରୁ ନାଲି ପାଣି ବାହାରୁଛି, ଯାହା ପାନୀୟ ଜଳ ପାଇଁ ଅଯୋଗ୍ୟ । ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ପରେ ଏଠାରେ ଜିଲା ଖଣିଜ ପାଣ୍ଠିରୁ ଏକ ଗଭୀର ନଳକୂପ ସ୍ଥାପନ କରାଯାଇ ସୌରଚାଳିତ ପମ୍ପ ଲଗାଯାଇଛି । ତେବେ ଏହି ସୌରଚାଳିତ ପମ୍ପଟି ବର୍ଷା ଦିନେ ଏବଂ ସନ୍ଧ୍ୟା ସମୟରେ ଅଚଳ ହୋଇପଡୁଥିବା ବେଳେ ଖରା ସମୟରେ ଯାହା ଚାଲୁଛି ତାହା ଗ୍ରାମବାସୀଙ୍କ ଶୋଷ ମେଣ୍ଟାଇ ପାରୁନାହିଁ । ଫଳରେ ଲୋକେ ବାଧ୍ୟ ହୋଇ ନିକଟରେ ଯାଇଥିବା ଏକ ପାହାଡିଆ ଝରଣା ଦଲକି ନାଳ ନିକଟରେ ଚୂଆ ଖୋଳି ସେହି ଜଳକୁ ବ୍ୟବହାର କରୁଛନ୍ତି । ଯାହାଦ୍ୱାରା ସେମାନେ ବିଭିନ୍ନ ରୋଗର ସମ୍ମୁଖିନ ହେଉଛନ୍ତି । ଏହି ଗ୍ରାମଟିରେ ଗୋଟିଏ ଅଙ୍ଗନୱାଡି କେନ୍ଦ୍ର ରହିଛି । ଯାହାର ପାଚେରୀ ନାହିଁ କିମ୍ବା ଏହି କେନ୍ଦ୍ରରେ ବିଦୁ୍ୟତ୍ ସଂଯୋଗ ଏବଂ ପାନୀୟ ଜଳର ସଂଯୋଗ କରାଯାଇନାହିଁ । ପାଚେରୀ ନଥିବାରୁ ଗାଈ, ଗୋରୁ, ଛେଳି ପ୍ରଭୁତିଙ୍କ ମେଳରେ ଏକ ଅସ୍ୱାସ୍ଥ୍ୟକର ପରିବେଷ ମଧ୍ୟରେ ଏହି ଶିଶୁମାନେ ଖାଇବା, ଖେଳିବା ପ୍ରଭୁତି କାର୍ଯ୍ୟ କରିଥାନ୍ତି । ଏପରିକି ଏହି ଗ୍ରାମକୁ ଯିବା ପାଇଁ ସବୁଦିନିଆ ରାସ୍ତାଟିଏ ମଧ୍ୟ ନାହିଁ । ଗ୍ରାମକୁ ରହିଥିବା ପାହାଡିଆ ମାଟି ରାସ୍ତାଟି ଖାଲଖମାରେ ପରିପୂର୍ଣ୍ଣ । ରୋଗି ବୁହା ଯାନଟିଏ ଗ୍ରାମ ଭିତରକୁ ପଶିବା କଷ୍ଟକର । ଗ୍ରାମ ମଧ୍ୟରେ ମହିଳାମାନଙ୍କ ନେଇ ମିଶନ ଶକ୍ତି ସଭାଗୃହଟିଏ ମଧ୍ୟ ନାହିଁ । ବିଭିନ୍ନ ସମସ୍ୟା ନେଇ ଗ୍ରାମବାସୀମାନେ ଜିଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର କୌଣସି ସୁଫଳ ମିଳିପାରିନାହିଁ । ଏହି ଗ୍ରାମଟିର ଲୋକଙ୍କ ଦୈନଦିନ ଚଳଣୀ ଅତ୍ୟନ୍ତ ନିମ୍ନମାନର । ଗ୍ରାମକୁ ଲାଗି ପାଣ୍ଡିଆ ଏବଂ ରୁଙ୍ଗଟା ଖଣି ଅବସ୍ଥିତ । ଲୋକେ ଏହି ଖଣିରେ କାର୍ଯ୍ୟ କରି ନିଜର ଜୀବିକା ନିର୍ବାହ କରିଆସୁଥିଲେ । ପାଣ୍ଡିଆ ଖଣିିଟି ଦୀର୍ଘ ବର୍ଷ ଧରି ବନ୍ଦ ହୋଇଯିବାରୁ ଗ୍ରାମବାସୀମାନେ ନିଜର ଜୀବିକା ହରାଇବସିଛନ୍ତି । ନୂତନ ଖଣି ନିଲାମ ପ୍ରକ୍ରିୟାରେ ନିକଟରେ ଥିବା ରୁଙ୍ଗଟା ଖଣିକୁ ଜେଏସ୍ଡବ୍ଲୁ ଲିଜ୍ ପାଇଥିବା ବେଳେ ଏହି ଗ୍ରାମର ଯୁବ ପୀଢି ମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଣଦେଖା କରିଆସୁଥିବା ସେମାନେ ଅଭିଯୋଗ କରିଛନ୍ତି । ସରକାର ଆଦିବାସୀମାନଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବାର ଦାବି କରିଆସୁଥିବା ବେଳେ ଦୀର୍ଘ ଦଶନ୍ଧି ଧରି ଏହି ଆଦିବାସୀ ପରିବାର ବସବାସ କରିଆସୁଥିଲେ ମଧ୍ୟ ସେମାନଙ୍କୁ କାହାରିକୁ ପଟ୍ଟା ମିଳିପାରିନାହିଁ । ଫଳରେ ସେମାନେ ଇନ୍ଦିରାଆବାସ, ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଅନେକ ବୃଦ୍ଧ ବୃଦ୍ଧା ବୟସସୀମା ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା କିମ୍ବା ବିଧବା ଭତ୍ତା ପାଇପାରିନାହାନ୍ତି । ନିର୍ବାଚନ ଆସିଲେ ନେତାମାନଙ୍କର ସୁଅ ଏହି ଗ୍ରାମକୁ ଛୁଟୁଥିବା ବେଳେ ବିଭିନ୍ନ ପ୍ରତିଶ୍ରୁତି ଦେଇ ସେମାନଙ୍କୁ ପରେ ପ୍ରତାରଣା କରାଯାଉଛି ବୋଲି ଗ୍ରାମର ପ୍ରିୟଙ୍କା ନାଏକ, ମେନକା ପାତ୍ର, ସ୍ୱାଗତୀକା ମହାକୁଡ, ବେରୋଣୀକା ଟେଟେ, ଗାୟତ୍ରୀ ପାତ୍ର, ସୁନନ୍ଦା ନାଏକ, ଅଯୋଧ୍ୟା ମହାକୁଡ, ଚନ୍ଦ୍ରଜିତ୍ ନାଏକ, ହରେକୃଷ୍ଣ ପାତ୍ର ପ୍ରମୁଖ ବାସିନ୍ଦା ଅଭିଯୋଗ କରିଛନ୍ତି । ତେବେ ଦେଖାଯାଉ ଏହି ଗ୍ରାମର ସମସ୍ୟା ପ୍ରଶାସନୀକ ନଜରକୁ କେବେ ଆସୁଛି ।

    Related News

    Follow Us