ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ଗର୍ଭଗୃହରେ ଉପସ୍ଥିତ ରହୁଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତ। ରାମ ମନ୍ଦିରର ମୁଖ୍ୟ ପୂଜାରୀ ଭାବେ ତାଙ୍କର ଚୟନ ହୋଇଛି। ଆୟୋଜନରେ ବୈଦିକ ମନ୍ତ୍ରୋପଚାର ସମୟରେ ମୋଟ୍ ୧୨୧ ପୂଜାରୀ ଉପସ୍ଥିତ ରହିବେ, ମାତ୍ର ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଇବାର ସୌଭାଗ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କୁ ମିଳିବ। ଲକ୍ଷ୍ମୀକାନ୍ତଙ୍କ ବଂଶଜ ପ୍ରସିଦ୍ଧ ପଣ୍ଡିତ ଗାଗା ଭଟ୍ଟ ଯିଏ ୧୭ମ ଶତାବ୍ଦୀରେ ଛତ୍ରପତି ଶିବାଜୀ ମହାରାଜଙ୍କ ରାଜ୍ୟାଭିଷେକ କରାଇଥିଲେ।
ଲକ୍ଷ୍ମୀକାନ୍ତ ବାରାଣସୀର ମୀରଘାଟ ସ୍ଥିତ ସାଙ୍ଗବେଦ ମହା ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଅଟନ୍ତି। ଏହି ମହା ବିଦ୍ୟାଳୟର ସ୍ଥାପନା କାଶୀ ନରେଶଙ୍କ ସାହାଯ୍ୟରେ କରାଯାଇଥିଲା। ଲକ୍ଷ୍ମୀକାନ୍ତ ପୂରା କାଶୀରେ ବେଦର ବିଶେଷଜ୍ଞଙ୍କ ମଧ୍ୟରୁ ଅନ୍ୟତମ। ଯଦୁର୍ବେଦର ଶ୍ରେଷ୍ଠ ବିଦ୍ଵାନ ଭାବେ ଲକ୍ଷ୍ମୀକାନ୍ତ ଦୀକ୍ଷିତ ବେଶ ଖ୍ୟାତି ଅର୍ଜନ କରିଛନ୍ତି, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ