Search
Close this search box.

ଆମ ଓଡିଶା ନବୀନ ଓଡିଶା ପକ୍ଷରୁ ପଞ୍ଚାୟତ ସ୍ତରୀୟ ଜନସଚେତନତା ଶିବିର

0
SHARES
11
VIEWS

ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଖଣ୍ଡଦେଉଳି ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ପକ୍ଷରୁ ପଞ୍ଚାୟତ ସ୍ତରୀୟ ଜନସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ଆସିକା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫକୀର ଚରଣ ପରିଡ଼ା ସଂଯୋଜନା କରିଥିବା ବେଳେ ସରପଞ୍ଚ ଆରତୀ ଦେବୀ ସ୍ୱାଇଁ ଙ୍କ ନେତୃତ୍ଵରେ କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଥିଲା, ଅତିଥିଭାବେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଵିନେତା ସ୍ୱାଇଁ , ସିଡିପିଓ ଭଗ୍ୟଲତା ପାତ୍ର , ସମିତି ସଭ୍ୟ ସନ୍ତାଆମା ଦଳେଇ, ହରିଡା ପଦର ସରପଞ୍ଚ ଜୟନ୍ତୀ ବେହେରା, ୨ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଅନିମା ପରିଡ଼ା, ୩ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବି ମନୋଜ ଦୋରା, ବିଜୁ ଜନତା ଦଳର କାର୍ଯ୍ୟ କାରିଣୀ ସଦସ୍ୟ ଅଭିମନ୍ୟୁ ନାହାକ, ବିଧାୟିକା ପ୍ରତିନିଧି ନଚିକେତା ସ୍ୱାଇଁ, ସାଂସଦ ପ୍ରତିନିଧି ସତ୍ୟ ନାରାୟଣ ସ୍ୱାଇଁ, ବରିଷ୍ଠ ବିଜେଡି ନେତା ସୂର୍ଯ୍ୟକାନ୍ତ ପରିଡ଼ା,ପୂର୍ଣ୍ଣ ବାରାଡ, ଜିତେନ୍ଦ୍ର ବିଷୋୟୀ, ନନ୍ଦ ବିଷୋୟୀ, ବିଜେଡି ବ୍ଲକ ସଭାପତି ରାଜେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ I ଏହି ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ମାଧ୍ୟମରେ ଗାଁ ଗାଁ ରେ କିଭଳି ଜଗନ୍ନାଥ ସଂସ୍କୃତି ର ସଂରକ୍ଷଣ, ଧାର୍ମିକ ସ୍ଥଳୀ ଗୁଡିକର ରୂପାନ୍ତିକରଣ ମହିଳା ସଂସକ୍ତିକରଣ ଓ ଭିତିଭୂମିର ବିକାଶ, ବ୍ୟାଙ୍କିଙ୍ଗ ଭିତିଭୂମିର ବିକାଶ, ପ୍ରାଥମିକ ବିଦ୍ୟାଳୟ ର ରୂପାନ୍ତିକରଣ ହୋଇଛି ସେ ଉପରେ ଲୋକ ମାନଙ୍କୁ ଜନ ସଚେତନତା କରାଯାଇଥିଲା l ତେବେ ଖଣ୍ଡଦେଉଳି ପଞ୍ଚାୟତର ବିକାଶ ପାଇଁ ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ୯ ଟି ପ୍ରକଳ୍ପକୁ ୫୦ ଲକ୍ଷ ଟଙ୍କାର ଅନୁଦାନ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୧୨୧୫ ପରିବାରକୁ ଅନ୍ତର୍ଭୁକ୍ତ କରାଯିବା ସହ ମୁଖ୍ୟ ମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନା ମାଧ୍ୟମରେ ୩ଟି ପ୍ରକଳ୍ପ ପାଇଁ ୧୨ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି, ସେହିପରି କାଳିଆ ଯୋଜନାରେ ୮୮୪ ପରିବାରକୁ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ, ୭୩୯ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯାଇଛି l ମିଶନ ଶକ୍ତି ମଧ୍ୟାମରେ ମିଶନ ଶକ୍ତି ଗୋଷ୍ଟିକୁ ବିନା ସୁଧରେ ୩ କୋଟି ୭ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯିବା ବେଳେ ୧୨୧୫ ପରିବାରକୁ ରେସନ୍ କାର୍ଡ ପ୍ରଦାନ କରାଯାଇଛି ତାହା ସହ ମମତା ଯୋଜନା ମାଧ୍ୟମରେ ୩୮୩ ଗର୍ଭବତୀ ମହିଳାଙ୍କୁ ସହାୟତ ପ୍ରଦାନ କରାଯାଇଛି l ପଞ୍ଚାୟତକୁ ଆମ ବ୍ୟାଙ୍କ ଦ୍ବାରା ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଗ୍ରାମ ପଞ୍ଚାୟତକୁ ଲକ୍ଷ୍ମୀ ବସ ସେବା ପ୍ରଦାନ କରାଥିବା ପଞ୍ଚାୟତର ବିକାଶ ମୂଳକ ପୁସ୍ତକରେ ସ୍ଥାନ ଦିଆ ଯାଇଛି l ତେବେ ଏହି କାର୍ଯ୍ୟକ୍ରମରେ ସମସ୍ତ ସ୍ୱୟଂ ସହାୟକ ଦଳ, ଏମ ବି କେ, ସିଆରପି,ବ୍ୟାଙ୍କ ମିତ୍ର, ଅଙ୍ଗନବାଡି ବାଡ଼ି କର୍ମୀ ଙ୍କ ସହ ବହୁ ସ୍ବେଛାସେବୀ ଯୋଗ ଦେଇଛନ୍ତି l

    Related News

    Follow Us