ରାୟଗଡା /ଗୁଡ଼ାରୀ
ରିପୋର୍ଟ :ପ୍ରସାଦ ଲିମା
ରାୟଗଡା ଜିଲ୍ଲା ଗୁଡ଼ାରୀ ବ୍ଲକ ଅନ୍ତର୍ଗତ ମେତୁଖିଲିଙ୍ଗିରାଇ ଗ୍ରାମପଞ୍ଚାୟତ ସଦର ମହକୁମା ସ୍ଥିତ ପଞ୍ଚାୟତ ସଦଭାବନା ସଭାଗୃହ ପରିସରରେ ରାୟଗଡା ଜିଲ୍ଲାପାଳଙ୍କ ନିର୍ଦ୍ଧେଶରେ ବିଡ଼ିଓ ଗୁଡ଼ାରୀ ଏବଂ ତହସିଲଦାର ତଥା ଏକଜୁକେଟିଭ ମାଜିଷ୍ଟ୍ରେଟ ଗୁଡ଼ାରୀଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି କାର୍ଯ୍ୟାଳୟ ଗୁଡ଼ାରୀ ତରଫରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ତହସିଲଦାର ସୁଶ୍ରୀ ଏ. ସ୍ନେହଲତା, ଭାରପ୍ରାପ୍ତ ବିଡ଼ିଓ ସହକାରୀ ଯନ୍ତ୍ରୀ ଶ୍ରୀମତି ଶସ୍ମିତା ଶବର,ସମିତି ଅଧ୍ୟକ୍ଷା ଶ୍ରୀମତି ଲଷ୍ମୀ ଶବର, ସରପଞ୍ଚ ଶ୍ରୀମତି ତେୟାର ଗ୍ରାଶ୍ମି ଶବର, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପତି କ୍ରାସ୍କା,ସିଡିପିଓ ଶ୍ରୀମତି ଅନିତା ପାଣିଗ୍ରାହୀ,, ଏପିଓ ବିସିକେଶନ ଲିମା,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ଶର୍ମା, ଓଡିଶା ଜୀବିକା ମିଶନ ବିପିଏମ ଶ୍ରୀ ମାନସ ରଞ୍ଜନ ବାରିକ, ବିପିସି ମିଶନ ଶକ୍ତି ଶ୍ରୀ କ୍ରାନ୍ତି କୁମାର ପାଢ଼ୀ ସମେତ ବ୍ଲକ ଓ ପଞ୍ଚାୟତ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିଥିଲେ। ଉକ୍ତ ଶିବିରରେ ମୋଟ ୧୨୪ଟି ଅଭିଯୋଗ ରହିଥିଲା । ପାନୀୟ ଜଳ,ଜଳ ପରିମଳ,କୃଷି, ରାସ୍ତା,ବିଦ୍ୟୁତ ଉପରେ ସାମୁହିକ ଅଭିଯୋଗ ଶୁଣାଣି କରିଥିବା ବେଳେ ବିଶେଷ କରି ନୂତନ ରାସନ କାର୍ଡ /ପଡ଼ିପତ୍ର, ଭତ୍ତା, ଆବାସ ଗୃହ,ବ୍ୟକ୍ତିଗତ ଅଭିଯୋଗ ହୋଇଥିଲା।
ଏହି ପରିପ୍ରେକ୍ଷୀରେ ଅଭିଯୋଗ ଗୁଡିକ ମଧ୍ୟରେ ଜିଲ୍ଲା ସ୍ତରୀୟ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବ୍ଲକ ସ୍ତରୀୟ ଅଭିଯୋଗ ବ୍ଲକ ସ୍ତରରେ ତୁରନ୍ତ ସମାଧାନ କରାଯିବ ବୋଲି ଉପସ୍ଥିତ ଅଧିକାରୀ ମାତପୋଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ଅବସରରେ ଶିଶୁ ବିକାଶ ଯୋଜନା ଅଧିକାରୀଙ୍କନିର୍ଦେଶରେ ଅଙ୍ଗନବାଡି କର୍ମୀମାନେ ପୋଷଣ ପ୍ରକ୍ରିୟାରେ ମାଣ୍ଡିଆରେ ତିଆରି ବିଭିନ୍ନ ପ୍ରକାରର ସାମଗ୍ରୀ ତିଆରି କରି ଏକ ଷ୍ଟଲ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ । ଅଧିକାରୀ ମାନେ ବୁଲି ଦେଖିବା ସହିତ ସ୍ୱାଦ ଚାଖି ପରଖିଥିଲେ