ଗଂଜାମ ଜିଲ୍ଲା ଆସିକା ବ୍ଲକ୍ ଆଲିପୁର ପଞ୍ଚାୟତ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ l ଗ୍ରାମାଞ୍ଚଳ ମାନଙ୍କର ସର୍ବାଙ୍ଗୀନ ବିକାଶ କରିବା ପାଇଁ ରାଜ୍ୟ ସରକାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମୀଣ ଓଡ଼ିଶାର ରୂପାନ୍ତରଣ ଯାତ୍ରାକୁ ଆଗକୁ ନେବା ସହ ଗ୍ରାମାଞ୍ଚଳର ଭିତ୍ତିଭୂମିକୁ ସୁଦୃଢ କରିବା ମୂଳ ଲକ୍ଷ ରହିଥିଲା l ତେବେ ବର୍ତ୍ତମାନ ଗ୍ରାମାଞ୍ଚଳର ବିକାଶକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଆୟୋଜନ କରାଯାଇଛି l ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ସହ ପଞ୍ଚାୟତ ସ୍ତରୀୟ ପ୍ରାଥମିକ ଶିକ୍ଷାର ଉନ୍ନତିକରଣ, ସାଂସ୍କୃତିକ ଭିତ୍ତିଭୂମିର ବିକାଶ, ବିଭିନ୍ନ ଗୋଷ୍ଠୀଭିଭିକ ଆବଶ୍ୟକୀୟ ପ୍ରକଳ୍ପ, ମିଶନଶକ୍ତି ଗୃହ, ଡିଜିଟାଲ ସେବା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଯୋଜନା ପ୍ରସ୍ତତ କରି ବିଭିନ୍ନ ପଦକ୍ଷଯ ନିଆ ଯାଉଛି l
ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଓ ସେବା କୁ ଲୋକ ମାନଙ୍କ ପାଖରେ ପହଞ୍ଚାଇବା ସହ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ କରାଯାଉଛି l ଲୋକ ମାନଙ୍କୁ ସମସ୍ତ ସରକାରୀ ଯୋଜନା ବିଷୟରେ ଅବଗତ କରାଇବା ସହ ଲୋକ ମାନେ କିଭଳି ସେସବୁ ଯୋଜନାରେ ଉପକୃତ ହେବେ ସେଥି ପ୍ରତି ଧ୍ୟାନ ଦିଆଯାଉଛି l ତେବେ ଆଜି ଆସିକା ବ୍ଲକ୍ ଆଲିପୁର ପଞ୍ଚାୟତର ଲୋକ ମାନଙ୍କୁ ସଚେତନ କରିବା ସହ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇବା ପାଇଁ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା l
ଏହି ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମରେ ମାନ୍ୟବର ପଞ୍ଚାୟତ ସମିତି ଅଧ୍ୟକ୍ଷା ତ୍ରିବେଣୀ ନାହାକ, ଆସିକା ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଫକୀର ଚରଣ ପରିଡ଼ା, ସିଡ଼ିପିଓ ଭାଗ୍ୟଲତା ପାତ୍ର
ଆଲିପୁର ସରପଞ୍ଚ ଯୋତ୍ରିମୟୀ ନାହାକ ,ସମତୀ ସଭ୍ୟ ମମତା ମଲିକ
ଗଞ୍ଜାମ ଜିଲ୍ଲା ଜୋନ୍ ଯୁବ ସଭାପତି ନଚିକେତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ l