ଆସିକା ବ୍ଲକ ର ସିଦ୍ଧନଇ ପଂଚାୟତ ରେ ଆମ ଓଡିଶା ନବୀନ ଓଡିଶା ପକ୍ଷରୁ ପଂଚାୟତ ସ୍ତରୀୟ ଜନସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ସିଦ୍ଧନଈ ସରପଞ୍ଚ ତନୁଳତା ବିଷୋୟୀ ଙ୍କ ସଭାପତିତ୍ବ ରେ ବିଡ଼ିଓ ଫକୀର ଚରଣ ପରିଡା,ଆସିକା ବ୍ଲକ ସହକାରୀ ନିର୍ବାହୀ ଅଧିକାରୀ ଇ. ଅଶୋକ ଶତପଥି,ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ,ପଂଚାୟତ ସମିତି ର ଅଧକ୍ଷl ତ୍ରିବେଣୀ ନାହାକ,ଆସିକା ପଂଚାୟତ ସମିତି ର ଉପାଧ୍ୟକ୍ଷା ରେଶମା ଦୋରା, ଜିଲ୍ଲା ପରିଷଦ ସଦସ୍ୟ ସୌଦାମିନୀ ନାହାକ, ଅନିମା ପରିଡା ,ଭେଟନଇ ସରପଞ୍ଚ ନମିତା ଜେନା, ଯୁବ ନେତା ନଚିକେତା ସ୍ୱାଇଁ, ସମବାୟ ବିତ ନନ୍ଦ ବିଷୋୟୀ, ପୂର୍ବତନ ବ୍ଲକଅଧକ୍ଷ ସୂର୍ଯ୍ୟକାନ୍ତ ପରିଡା,ଆତ୍ମା ର ଅଧକ୍ଷ ରାଜେଶ ପଟନାୟକ,ସମିତି ସଭ୍ୟ ରାଜୀବ ପାତ୍ର,ନାଏବ ସରପଞ୍ଚ, ୱାର୍ଡ ସଭ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ l ଏହି ସଚେତନତା ଶିବିର ରେ ଗାଁ ଗାଁ ରେ ଜଗନ୍ନାଥ ସଂସ୍କୃତି ର ସଂରକ୍ଷଣ, ଧାର୍ମିକ ସ୍ଥଳୀ ଗୁଡିକର ରୂପାନ୍ତିକାରଣ ମହିଳା ସଂସକ୍ତିକରଣ ଓ ଭିତିଭୂମିର ବିକାଶ, ବ୍ୟାଙ୍କିଙ୍ଗ ଭିତିଭୂମିର ବିକାଶ, ନିର୍ମାଣ ଶ୍ରମିକ ରେ ଉପକୃତ, ଜଳ ସେଚନ,ହାଇସ୍କୁଲ ଗୁଡିକ ର ପ୍ରାଥମିକ ବିଦ୍ୟାଳୟ ର ରୂପାନ୍ତିକରଣ, ଉପରେ ସଚେତନତା କରାଯାଇଥିଲା l ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ରାଜ୍ୟ ସରକାର ଙ୍କ ଅନେକ ଯୋଜନା ଉପରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ,ଜି ଅପନା ସ୍ୱୟଂ ସହାୟକ ଦଳ, ଏମ ବି କେ, ସିଆରପି, ଅଙ୍ଗନବାଡି ବାଡ଼ି କର୍ମୀ, ବହୁ ବିଜୁ ଜନତା ଦଳର ଯୁବ, ଛାତ୍ର ଓ ମହିଳା କର୍ମୀ ଯୋଗ ଦେଇଥିଲେ l ଉକ୍ତ ସଚେତନତା ଶିବିର କୁ ଆଗ୍ରହ ସହ ଆସିଥିବା ପଂଚାୟତ ର ଶତାଧିକ ମହିଳା ଗ୍ରାମବାସୀ, ମାନେ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ କୁ ବାଲ୍ମୀକି ବିଷୋୟୀ,ବାବୁ ବିଷୋୟୀ, ଶ୍ରୀକର ବିଷୋୟୀ ପ୍ରମୁଖ ସହଯୋଗ କରିଥିଲେ l