ପବିତ୍ର ଜାଗର ମେଳା ରେ ବିଭିନ୍ନ ସ୍ଥାନ ରେ ଜାଗର ଯାତ୍ରା ପାଳନ କରାଯାଏ। କେତେ ଯେ ଭକ୍ତ ଦେବ ଦେବ ମହାଦେବ ଙ୍କ ପାଖରେ ଉପବାସ ରହି ସେହି ମହାଦୀପ କୁ ଦର୍ଶନ କରି ନିଜର ମନୋସ୍କାମନା ପୁରଣ କରିଥାନ୍ତି। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅର୍ନ୍ତଗତ ଗୋପୀନାଥ ପୁର ଶାସନ ରେ ଥିବା ଗୋଷ୍ଠେଶ୍ୱର୍ ମହାଦେବ ଙ୍କ ପୀଠ ରେ ଆୟୋଜିତ ଏ ବର୍ଷ ର ଜାଗର ମହୋତ୍ସବ ଏକ ସ୍ମରଣୀୟ ଦିବସ ରେ ପାଳନ ହୋଇଛି। ଆଜି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏହି ଶୈବ ପୀଠ ରେ ଏକ ଅଙ୍ଗ ଦାନ ସଚେତନତା ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିର ର ମୁଖ୍ୟ ଲକ୍ଷ୍ୟ ଥିଲା ସାରା ଅଞ୍ଚଳବାସୀ ଶରୀର ଦାନ ଅଭିଯାନ ବିଷୟ ରେ ବୁଝନ୍ତୁ, ଯଦି ପ୍ରକୁତ ବାର୍ତ୍ତା ବୁଝନ୍ତି ତେବେ ନିଜ ସୋଇଚ୍ଛା ରେ ଅଙ୍ଗଦାନ କରିପାରନ୍ତି। ଏହି ଶିବିର ରେ ଅଙ୍ଗଦାନ ସମ୍ବଧିୟ କାଗଜ ମଧ୍ୟ ବିତରଣ କରାଯାଉଥିଲା। ଟ୍ରଷ୍ଟ ପକ୍ଷରୁ ଅଧିକ ସଚେତନ ହେବା ପାଇଁ ପ୍ରୋଜେକ୍ଟର ମାଧ୍ୟମ ରେ ଲୋକ ମାନଙ୍କୁ ବୁଝାଯାଉଥିଲା। ଆଜି ର ଦିନ ରେ ସଚେତନ ହୋଇ ୧୦ ଜଣ ଉର୍ଦ୍ଧ ବ୍ୟକ୍ତି ନିଜର ଶରୀର ଦାନ ପାଇଁ ଅଙ୍ଗୀକାର କରିଥିଲେ। ଆଜି ର କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ସଭାପତି ଙ୍କ ବାର୍ତ୍ତା ଥିଲା “ମାନବ ପ୍ରତି ମାନବ ର ଦାନ, ଏହା ସର୍ବଶ୍ରେଷ୍ଠ ଦାନ ଅଟେ”। ଆଜିର କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ବ୍ୟକ୍ତି ମାନେ ହେଲେ ଗୋଷ୍ଠେଶ୍ୱର୍ ମହାଦେବ ମନ୍ଦିର ର ପରିଚାଳକ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ମହାପାତ୍ର ମନୋଜ କୁମାର ରାଉତ, ତପନ କୁମାର ନାଥ, ଭାବଗ୍ରାହୀ ସାହୁ, ରମାକାନ୍ତ ନାଥ, ଧନେଶ୍ୱର ସେଠୀ , ରଶ୍ମୀ ରଞ୍ଜନ ବାରିକ, ନଳିନୀ କାନ୍ତ ବେହେରା, କ୍ଷୀରୋଦ କର, ସଂଗ୍ରାମ କୁମାର ଦାସ, କାଳନ୍ଦୀ ମଲ୍ଲିକ, ଶାନ୍ତନୁ ମଲ୍ଲିକ, ତାପସ ପରିଡା, ଆଲୋକ କୁମାର ମଲ୍ଲିକ, ମଧୁସୁଦନ ସ୍ବାଇଁ , ସାଗର ଜେନା,ଇନ୍ଦ୍ରମଣି ନାୟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ଅଙ୍ଗଦାନ ଅଭିଯାନ ର ସଭାପତି ଶ୍ରୀଯୁକ୍ତ ବିଜୟ କୁମାର ପରିଡା।