ଅତ୍ୟାଧୁନିକ ଜ୍ଞାନ କୌଶଳ ରେ ନିର୍ମିତ ହୋଇଛି ଫ୍ଲାଏ ଓଭରଯୋଡା,୧୦/୩(ସଂଘର୍ଷ ରମେଶ)କେନ୍ଦୁଝର ଜିଲ୍ଲା ଯୋଡା ଠାରେ ଓଡ଼ିଶାର ଦୀର୍ଘତମ ଫ୍ଲାଏ ଓଭର ର ନିର୍ମାଣ ଶେଷ ହୋଇଛି ।୨୫୦କୋଟି ବ୍ୟୟ ଅଟକଳ ରେ ୨.୯କିମି ଏହି ଦୀର୍ଘତମ ଫ୍ଲାଏ ଓଭର ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ ଅର୍ଥ ମଞ୍ଜୁରୀ ରେ ନିର୍ମାଣ କରାଯାଇଛି ।ଓଡ଼ିଶା ବ୍ରିଜ କନ୍ସଟ୍ରକ୍ଟସନ୍ କର୍ପୋରେସନ ଏହି ଫ୍ଲାଏ ଓଭର ର ନିର୍ମାଣ କାର୍ଯ୍ୟ ହାତକୁ ନେଇଥିବା ବେଳେ ଗୁଜୁରାଟ ରାଜ୍ୟ ର ଚେଭରକ୍ସ୍ ନାମକ ଠିକା ସଂସ୍ଥା ଏହାର ନିର୍ମାଣ କାର୍ଯ୍ୟ ଶେଷ କରିଛି ୨.୯କିମି ଲମ୍ବ ବିଶିଷ୍ଟ ଏହି ଫ୍ଲାଏ ଓଭର ର ଚଉଡ଼ା ୧୨ମିଟର ଥିବା ବେଳେ ଭୂମି ଠାରୁ ଏହାର ସର୍ବାଧିକ ୬୦ଉଚ୍ଚତା ୬୦ଫୁଟ ରହିଛି ।ଅଧିକ ସୂଚନା ଦେଇ ଠିକା ସଂସ୍ଥା ର ମାନବ ସମ୍ବଳ ଅଧିକାରୀ ଭାଗିରଥି ପଣ୍ଡା କହିଛନ୍ତି ଯେ,ସମ୍ପୂର୍ଣ ଭାରତୀୟ ଅତ୍ୟାଧୁନିକ ଜ୍ଞାନ କୌଶଳ ରେ ଏହି ଦୀର୍ଘତମ ସେତୁ ନିର୍ମାଣ କରାଯାଇଛି ।ସୁରକ୍ଷା ଦୃଷ୍ଟିରୁ ଫ୍ଲାଏ ଓଭର ଉପରେ ଥିବା ମୋଡ ଗୁଡ଼ିକ ରେ ସିଗ୍ନାଲ ବୋର୍ଡ ଲଗାଯାଇଛି ।ଏଥିରେ ସ୍ଵତନ୍ତ୍ର ଭାବେ ଲୁହା ବିୟରିଂ ନ ଲଗାଯାଇ ଇଲେଷ୍ଟ୍ରମେଟିକ ବୀୟରିଂ ଯାହାକି ରବର ରେ ତିଆରି ,ତାହା ଲଗାଯାଇଛି । ଯାହାକି ପୋଲ ର ସ୍ଥାୟୀତ୍ବ ୧୦୦ବର୍ଷରୁ ଅଧିକ ହେବ ବୋଲି ସେ କହିଛନ୍ତି ।ଓବି ସି ସି ର ସାଧାରଣ ପରିଚାଳକ ନରସିଂହ ମହାନ୍ତ ଙ୍କ ପ୍ରତ୍ୟକ୍ଷ ସର୍ବେକ୍ଷଣରେ ଏହି ଫ୍ଲାଏ ଓଭର ନିର୍ମାଣ କରାଯାଇଛି । ସାତ ଗୋଟି ଟ୍ରାନସ୍ ଫର୍ମର ଲଗା ଯାଇ ଫ୍ଲାଏ ଓଭର ରେ ବିଦ୍ୟୁତିକରଣ କରାଯାଇଛି ।ପଣ୍ଡା କହିଥିଲେ ଯେ,ଏହି ଲାଇଟ୍ ଓ ଏହାର ରକ୍ଷଣା ବେକ୍ଷଣ ପୌର ପ।ଳୀକ। କରିବ ।ତେବେ ଅଧିକ ସୂଚନା ଦେଇ ପଣ୍ଡା କହିଛନ୍ତି ଯେ,ଏହି ଫ୍ଲାଏ ଓଭର ର ନିର୍ମାଣ କାର୍ଯ୍ୟ ୨୦୨୧ମସିହାରେ ଆରମ୍ଭ ହୋଇ ୨୦୨୩ ସେପ୍ଟେମ୍ବର ମାସରେ ସମ୍ପୂର୍ଣ କରିବାର ସମୟ ସୀମା ଥିଲେ ହେଁ ବିଭିନ୍ନ କାରଣ ଯଥ। ଜମି ଅଧିଗ୍ରହଣ,ଟ୍ରାଫିକ,ବହୁଳ ଖଣିଜ ବୋଝେଇ ଭାରିଯ।ନ ଚଳାଚଳ ,ଶିଳ୍ପ ସଂସ୍ଥା ର ସ୍ଲରୀ ପାଇପ ଲାଇନ,,ପାନୀୟ ଜଳ ପାଇପ ଲାଇନ ପ୍ରଭୃତି ସମସ୍ୟା ର ସମାଧାନ ପରେ ଏହି କାର୍ଯ୍ୟ ୨୦୨୪ ମାର୍ଚ୍ଚ ରେ ସମ୍ପୂର୍ଣ ହୋଇଛି ।ତେବେ ଫ୍ଲାଏ ଓଭର ତଳେ ଥିବା ସର୍ଭିସ ରୋଡ ପାଇଁ ଆଉ ଅଧିକ ଦୁଇ ମାସ ସମୟ ଲାଗିବ ଓ ସୁନା ନଦୀ ର ଦ୍ଵିତୀୟ ପୋଲ ଜୁନ ମାସ ମଧ୍ୟରେ ସରିବ ବୋଲି ସେ କହିଥିଲେ ।ଯୋଡ଼ାରେ ବାଇପାସ୍ କିମ୍ବା ଫ୍ଲାଏ ଓଭର ପାଇଁ ବରିଷ୍ଠ ନାଗରିକ ମଞ୍ଚ,,ବରିଷ୍ଠ ଖବର ଦାତା,ବୁଦ୍ଧିଜୀବୀ,ଓଡ଼ିଶା ମୋଟର ଚାଳକ ସଙ୍ଘ,ସୁପର ମାର୍କେଟ ବଣିକ ସଂଘ ,ଯୋଡା ବିକାଶ ପରିଷଦ,ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକ,ଯୋଡା ପୂର୍ବତନ ନଗର ପାଳ ରବୀନ୍ଦ୍ର କୁମାର ଦାସ,ପ୍ରମୁଖ ଦାବି କରି ଆସୁଥିଲେ ।ଏହି ଦାବି ର ଯଥାର୍ଥତା କୁ ଉପଲବ୍ଧି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫ୍ଲାଏ ଓଭର ନିର୍ମାଣ କୁ ମଞ୍ଜୁର କରିଥିଲେ ।ଏହା ଡି ଏମ ଏଫ୍ ଅର୍ଥ ବିନିଯୋଗ ରେ କରାଯାଇଛି ।ତେବେ ସର୍ଭିସ ରୋଡ ଯଥାଶୀଘ୍ର ଶେଷ କଲେ ସହର ରେ ଟ୍ରାଫିକ ସମସ୍ୟା ଅନେକାଂଶରେ ଦୂର ହେବ ।ଏତଦବ୍ୟତୀତ ଫ୍ଲାଏ ଓଭର ରେ ଗତି ନିୟନ୍ତ୍ରକ ନ ଲାଗିଲେ ଦୁର୍ଘଟଣା ବୃଦ୍ଧି ହେବ ।