ଭୁବନେଶ୍ୱର: ଆଜି ୬୪ ବର୍ଷରେ ପଦାର୍ପଣ କଲା ଭୁବନେଶ୍ୱର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଏହି ଅବସରରେ ୪ଟି ବାଘ ଛୁଆର ହେବ ନାମକରଣ। ନନ୍ଦନ ଓ ବାଘୁଣୀ ଅଙ୍କିତା ଜନ୍ମ ଦେଇଛନ୍ତି ୪ ଛୁଆ। ୱାଲାବୀ, କାସ୍ୱାରୀ ପକ୍ଷୀ ଓ ଓଟପକ୍ଷୀଙ୍କୁ ଖୁଆଡ଼ରେ ଛଡ଼ାଯିବ। ମୁଖ୍ୟ ଅତିଥି ଭାବେ ଯୋଗଦେବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ।