Search
Close this search box.

ଓଡ଼ିଶା ନବୀନ ଓଡ଼ିଶା “ଓଡ଼ିଆ ସାହିତ୍ୟ ପ୍ରତିଯୋଗୀତା” କାର୍ଯ୍ୟକ୍ରମ ର ସହ ଭାଷା ଓ ସାହିତ୍ୟ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଛନ୍ତି

0
SHARES
21
VIEWS

ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ-୨୦୨୩ ପାଳନ ଅବସରରେ ଭାଟକୁମରଡ଼ା ସ୍ଥିତ ବାସୁଦେବ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ ବିଜୟ କୁମାର ଡ଼ାକୁଆଙ୍କ ସଭାପତିତ୍ୱ ରେ “ନୂଆଁ ଓ ଯୁବ ଓଡ଼ିଶା..,ନବୀନ ଓଡ଼ିଶା..” ଓଡ଼ିଆ ସାହିତ୍ୟ ପ୍ରତିଯୋଗୀତା” କାର୍ଯ୍ୟକ୍ରମ ସହ ଭାଷା ଓ ସାହିତ୍ୟ ,ଖେଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଭାଟକୁମରଡା ସ୍ୱାସ୍ଥ୍ୟ କେନ୍ଦ୍ରର ଏନଚାର୍ଜ ଡାକ୍ଟର ମନୋଜ କୁମାର ଦାସ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥିଭାବେ ଭାଟକୁମରଡା ଷ୍ଟେଟ ବ୍ୟାଙ୍କ ଶାଖାର ପ୍ରବନ୍ଧକ ଚି଼ଙ୍କୁ ଦାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ଯୁକ୍ତଦୁଇର ନୋଡାଲ ଅଫିସର ତଥା ଅଧ୍ୟାପିକା ଡ଼କ୍ଟର ସଂଯୁକ୍ତା ସାହୁ ସଂଯୋଜନା କରିଥିବା ବେଳେ, ଅନୁଷ୍ଠାନର ଅଧ୍ୟାପିକା ଗୌରୀ କୁମାରୀ ପାଣି, ଓ ଅଧ୍ୟାପକ ଗୋବିନ୍ଦ ଚନ୍ଦ୍ର ନାହାକ ଉଭୟେ ସଭାକାର୍ଯ୍ୟ ପରିଚାଳନା କରିଥିଲେ l ଅନୁଷ୍ଠାନ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ପ୍ରମୁଖ ଉପସ୍ଥିତ ରହି ସହଯୋଗୀ ରେ ପ୍ରବନ୍ଧ , ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଉଥିବା ବେଳେ ଆଜି ଅତିଥି ମାନଙ୍କ ଦ୍ୱାରା ପୋଗ୍ରାମର ଶୁଭ ଉଦଘାଟନୀ କରି ଥିଲେ | ନିଜ ନିଜ ଵକ୍ତା ରେ ଖଲ୍ଲିକୋଟ ମହାରାଜା ରାମଚନ୍ଦ୍ର ମର୍ଦରାଜ ଓ ପାରଳାଖେମୁଣ୍ଡି ମହାରାଜା ଙ୍କ ଉଦ୍ୟମ ଯୋଗୁ ଆଜି ଓଡିଶାରେ ସ୍ବତନ୍ତ୍ର ଓଡ଼ିଆ ଭାଷା କହିପାରିବା ଓ ଲେଖିପାରିବା ର ସୁଯୋଗ ସୁବିଧା ପାଇଛେ ,ନଚେତ ମାଡ୍ରାସ ରାଜ୍ୟରେ ମିଳିତ ହୋଇଯାଇଥାନ୍ତେ | ଶ୍ରୀମନ୍ଦିର ପରିକ୍ରମା ପକଳ୍ପର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଯୋଗୁ ଓଡିଶା ବିଶ୍ୱ ପ୍ରସିଦ୍ଧ ହୋଇପାରିଚି ସେଥିପାଇଁ ଆମେ ଆଜି ଗର୍ବିତ ଅଟୁ | ଓଡିଶା ବା ଓଡ଼ିଆ ଭାଷା ଅନୁଷ୍ଠାନର ଯୁବ, ଛାତ୍ର ଛାତ୍ରୀ ଇତିହାସ ବର୍ଣନା କରିଥିଲେ l , ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା ନୁତନ ଭାବେ ପ୍ରଣୋଦିତ ଯୁବ ଓ ଛାତ୍ର ସମାଜର ସର୍ବ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ “ନୂଆଁ ଓ ଯୁବ ଓଡ଼ିଶା.. ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଏବଂ ଭୂମିକା ବିଷୟରେ ଅବଗତ କରାଇବା ସହ ସେମାନଙ୍କ ଉଜ୍ବଳ ଭବିଷ୍ୟତର କାମନା କରିଥିଲେ। ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ କଲେଜ ତରଫରୁ ଅତିଥି ମାନେ ପୁରସ୍କୃତ କରି ଥିଲେ l ପୋଗ୍ରାମର ଶେଷରେ ଅଧ୍ୟାପିକା ମମତା ସାହୁ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

    Related News

    Follow Us