Search
Close this search box.

ମୁଖ୍ୟମନ୍ତ୍ରୀ ହେବାକୁ ବାହାରୁ ଆସିବେ ଓଡିଆ ପୁଅ

0
SHARES
3
VIEWS

*….*.ଓଡିଶାର ମୁଖ୍ୟମନ୍ତ୍ରୀ କିଏ ହେବେ ? ଯିଏ ବି ହେବେ ସିଏ ଦକ୍ଷ ହୋଇଥିବେ ଏବଂ ଓଡିଶାକୁ ଭଲ ଭାବେ ଜାଣିଥିବେ । ମୁଖ୍ୟମନ୍ତ୍ରୀ ଭାବେ ଲୋକେ ତାଙ୍କୁ ଗ୍ରହଣ କରିପାରୁଥିବେ । ସେଭଳି ବ୍ୟକ୍ତିତ୍ବ ପାଖରେ ଓଡିଆ ଅସ୍ମିତାର ପରିଚୟ ଥିବ । ମିଳିଥିବା ସୂଚନା ଅନୁଯାୟୀ ବିଜେପି ନେତୃତ୍ବ ଓଡିଶାର ମୁଖ୍ୟମନ୍ତ୍ରୀ ପଦରେ କୌଣସି ସାଂସଦଙ୍କୁ ଦାୟିତ୍ବ ଦେବାକୁ ଚାହୁଁନାହିଁ ।ଦଳର ପୁରୁଖା ନେତା କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନ ହୁଅନ୍ତୁ ଅବା ବୈଜୟନ୍ତ ପଣ୍ଡା ଅଥବା ସମ୍ବିତ ପାତ୍ର, ନିର୍ବାଚିତ ସାଂସଦଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁନାହିଁ । ନିର୍ବାଚିତ ବିଧାୟକମାନଙ୍କ ମଧ୍ୟରେ ଯୋଗ୍ୟ ବିଧାୟକ ଯଦିଓ ରହିଛନ୍ତି, କିନ୍ତୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଭିଜ୍ଞ ନେତା ଥିବା କେନ୍ଦ୍ରୀୟ ନେତୃତ୍ବ ଅନୁଭବ କରୁନାହିଁ । ତେଣୁ ଓଡିଶାକୁ ଜଣେ ଭଲ ଓଡିଆ ନେତାଙ୍କୁ ପଠାଇବାକୁ କେନ୍ଦ୍ରୀୟ ନେତୃତ୍ବ ମନସ୍ଥ କରିଥିବା ଚର୍ଚ୍ଚା ହେଉଛି । ସେ ହେଉଛନ୍ତି ଓଡିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁ ।1959ରେ ମୟୁରଭଞ୍ଜ ଜିଲ୍ଲାର ବେତନଟୀରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ମୁର୍ମୁ 1985 ବ୍ୟାଚର ଗୁଜରାଟ କ୍ୟାଡରର ଆଇଏଏସ ଅଫିସର । ସେ 2020 ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ କାର୍ଯ୍ୟ କରିଛନ୍ତି । ସେ ଦେଶର ବହୁ ଗୁରୁତ୍ବପୂର୍ଣ୍ଣ ସଂସ୍ଥାର ଶୀର୍ଷ ପଦବୀରେ କାର୍ଯ୍ୟ କରିବାର ଗୌରବ ହାସଲ କରିଛନ୍ତି । ଜାତିସଂଘ ଏକ୍ଟରନାଲ ଅଡିଟର ପ୍ୟାନେଲର ଚେୟାରମ୍ୟାନ ଭଳି ଗୁରୁତ୍ବପୂର୍ଣ୍ମ ପଦରେ କାର୍ଯ୍ୟ କରି ସଫଳତା ହାସଲ କରିଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ତାଙ୍କର ପ୍ରିନସିପାଲ ସେକ୍ରେଟାରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଏବେ ସେ କଂପଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଭାବେ କାର୍ଯ୍ୟ କରୁଛନ୍ତି । ହୁଏତ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଭଳି ଜଣେ ଦକ୍ଷ ପ୍ରଶାସକଙ୍କୁ ପ୍ରଧାନମନ୍ତ୍ରୀ ଓଡିଶାର ଦାୟିତ୍ବ ନେବାକୁ ପଠାଇପାରନ୍ତି ।

    Related News

    Follow Us