ଯୋଡା,୬/୨()କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଞ୍ଜ ଅନ୍ତର୍ଗତ କାହ୍ନୁ ପୁର ଜଙ୍ଗଲ ରେ ହାତୀ ପଲ ଙ୍କୁ ଦେଖିବାକୁ ପ୍ରବଳ ଭିଡ଼ ଜମିଥିଲ। ।ଗ୍ରାମବାସୀ ଙ୍କ କହିବା ଅନୁଯାୟୀ,ସୋମ ବାର ରାତିରେ ଚମ୍ପୁଆ ରେଞ୍ଜ ମିରିଗଶିଙ୍ଗ। ଅଞ୍ଚଳରୁ ବୈତରଣୀ ନଦୀ ପାରି କରି ୧୧ ଟିକିଆ ହାତୀପଲ ଆସିଥିଲେ ।ସକାଳ ସମୟ ହେବାରୁ ଏବଂ ଗ୍ରାମବାସୀ ମାନେ ମଧ୍ୟ ଚତୁର୍ପ।ର୍ଶ୍ୱ କୁ ଘେରି ରହିଥିବାରୁ ହାତୀପଲ କୁଆଡେ ଯାଇ ନ ପାରି ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲ ରେ ହିଁ ରହି ଯାଇଥିଲେ ।ଏହି ହାତୀ ପଲଙ୍କୁ ଦେଖିବାକୁ ଗ୍ରାମବାସୀଙ୍କ ସମେତ ନିକଟରେ ଥିବା ବହୁ ଲୋକ ଙ୍କ ସୁଅ ଛୁଟିଥିଲା ।ବନ କର୍ମଚାରୀ ଓ ସ୍କ୍ୱାର୍ଡ ଙ୍କ କୌଣସି ନିର୍ଦ୍ଦେଶ କୁ ନ ମାନି ଲୋକେ ହାତୀ ପଲ ଙ୍କ ନିକଟକୁ ଚାଲିଯାଇଥିଲେ ।ଏହି ହାତୀ ପଲ୍ କୁଆଡେ ଯାଇ ପାରୁ ନ ଥିବାରୁ ଖାଦ୍ୟ ଅନ୍ୱେଷଣ ରେ ନଦୀ କୂଳରେ ହୋଇଥିବା ପରିବା ଚାଷକୁ ଖାଇବା ସହିତ ନଷ୍ଟ କରିଦେଉଥିବା ଗ୍ରାମବାସୀ କହିଛନ୍ତି । ଚତୁର୍ପ।ର୍ଶ୍ୱ ରେ ଜଙ୍ଗଲ ଓ ମଝିରେ ଉକ୍ତ ଗାଁ ରହିଥିବା ରୁ ଅନେକ ସମୟରେ ହାତୀପଲ ଉକ୍ତ ଗ୍ରାମରେ ପଶି ଉପଦ୍ରବ କରୁ ଥିବାରୁ ବନ ବିଭାଗ ପକ୍ଷରୁ ଏହାକୁ ନିୟନ୍ତ୍ରଣ କରିବାକୁ ସ୍ଥାନୀୟ ୨୮ନଂ ଜିଲ୍ଲା ପରିଷଦ ସଭ୍ୟ ଡମ୍ବରୁଧର କୁଦାଦ। ଗଣମାଧ୍ୟମ ଆଗରେ ଦାବି କରିଛନ୍ତି । ସୂଚନାଯୋଗ୍ୟ,ଚମ୍ପୁଆ ରେଞ୍ଜ ଯୋଡା ସେକ୍ସନ ର ଡଡୁଆଁ ଗାଁ ନିକଟରେ ଏକ ହାତୀ ଶାବକକୁ ଜନ୍ମ ଦେବା ପରେ ଶାବକଟିର ମୃତ୍ୟୁ ଘଟି ଥିଲା ।ବନ ବିଭାଗ ପକ୍ଷରୁ ହାତୀ ଶାବକ ର ବ୍ୟବଚ୍ଛେଦ ପରେ ସନ୍ଧ୍ୟା ସମୟରେ ଶାବକ କୁ ଜନ୍ମ ଦେଇଥିବା ମାଈ ହାତୀ କିଛି ସମୟ ପୋତା ଯାଇଥିବା ସ୍ଥାନରେ ଘୁରି ବୁଲିବ। ପରେ ୧୨ଟିକିଆ ହାତୀ ପଲ ବୈତରଣୀ ନଦୀ ପାରି କରି ବାଲି ବନ୍ଧ ସେକ୍ସନ କୁ ଚାଲି ଯାଇଥିବା ଯୋଡା ବନ ପାଳ ତ୍ରିନାଥ ଜେନା ସୂଚନା ଦେଇଛନ୍ତି ।