Search
Close this search box.

ଅଗ୍ନିକାଣ୍ଡ ରେ ନଅ ବଖରା ଜଳିଗଲା

0
SHARES
12
VIEWS

ଧରାକୋଟ,7/5/24

ଧରାକୋଟ ତହସିଲ ଅନ୍ତର୍ଗତ ମାଣିକପୁର ରାଜସ୍ବ ସର୍କଲ ର ମଲିଝର ଗ୍ରାମରେ ଆଜି ଭୋରରୁ ଅଗ୍ନିକାଣ୍ଡ ଘଟିବା ଯୋଗୁଁ ତିନୋଟି ପରିବାରର ନଅ ବଖରା ଘର ଜଳି ପୋଡ଼ି ଛାର ଖାର ହୋଇଯାଇଅଛି। ଆଜି ସକାଳୁ ହଠାତ ଅଗ୍ନିକାଣ୍ଡ ଘଟି ଗ୍ରାମର ବାଙ୍କେଶ୍ଵର ମଣ୍ଡଳ,ଲିମା ରଇତ ଓ ପ୍ରଦୀପ ଗମାଙ୍ଗ ଙ୍କର ନଅ ବଖରା ଘର ସଂପୂର୍ଣ୍ଣ ଜଳି ଯାଇଥିଲା । ଖବର ପାଇ ଶେରଗଡ଼ ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ । ରାଜସ୍ୱ ନିରୀକ୍ଷକ ଏସ ଯଜେୟା ଓ ସହକାରୀ ରାଜସ୍ବ ନିରୀକ୍ଷକ ସୁଶାନ୍ତ କୁମାର ପୂଜାରୀ ଘଟଣା ସ୍ଥଳରେ ପହଞ୍ଚି କ୍ଷୟ କ୍ଷତିର ଆକଳନ କରି ପଲିଥିନ ଯୋଗାଇ ଦେଇଥିଲେ । ମାଣିକପୁର ପଞ୍ଚାୟତ ତରଫରୁ ସରପଞ୍ଚ ଙ୍କ ପ୍ରତିନିଧି ଶାନ୍ତନୁ ବିଷୋୟୀ ସକାଳ,ମଧ୍ୟାହ୍ନ ଓ ରାତ୍ରି ଭୋଜନ ବ୍ୟବସ୍ଥା କ୍ଷତି ଗ୍ରସ୍ତଙ୍କ ପାଇଁ କରିଥିଲେ । ରାଜସ୍ୱ ବିଭାଗର ରିପୋର୍ଟ ଅନୁଯାୟୀ ପାଖା ପାଖି ତିନିଲକ୍ଷ ଟଙ୍କାର ସମ୍ପତି ଏଥିରେ ନଷ୍ଟ ହୋଇଯାଇଛି। ଏହି ପରିବାର ଗୁଡ଼ିକୁ ଆବାସ ଯୋଜନାରେ ଘର ଯୋଗାଇ ଦେବା ସହ ସରକାରୀ ସହାୟତା ପାଇଁ ଦାବି ହେଉଛି ।

    Related News

    Follow Us