Search
Close this search box.

ମା’ ଫୁଲକେଶିନୀ ଠାକୁରାଣୀ ଯାତ୍ରା ଉଦ୍‌ଯାପିତ

0
SHARES
12
VIEWS

ଆସିକା:୩୦/୦୬/ ଆସିକାରେ ଠାକୁରାଣୀ ମା’ ଫୁଲକେଶିନୀଙ୍କ ତ୍ରିବାର୍ଷିକ ଯାତ୍ରା ଆଜି ଉଦ୍‌ଯାପିତ ହୋଇଛି। ଆଜି ଅପରାହ୍ନରେ ସପ୍ତ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା ଓ ପୂର୍ଣ୍ଣାହୁତି ହୋଇଥିଲା। ସନ୍ଧ୍ୟାରେ ବିରାଟ ପଟୁଆରରେ ସପ୍ତ ଠାକୁରାଣୀ ମା’ ଫୁଲକେଶିନୀ,ମା’ ଖମ୍ବେଶ୍ଵରୀ, ମା’ କାଳୀମୁଖି,ମା’ ବୁଢ଼ୀ ଠାକୁରାଣୀ, ମାଣିକେଶ୍ୱରୀ, ମା’ ବିମଳା ଓ ଗ୍ରାମଦେବତୀ ଅସ୍ଥାୟୀ ମଣ୍ଡପରୁ ବାହାରି ନିଜସ୍ବ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସପ୍ତଠାକୁରାଣୀଙ୍କୁ ଭାବବିହ୍ବଳ ପରିବେଶ ମଧ୍ୟରେ ବିଦାୟ ଦିଆଯାଇଥିଲା। ଗତକାଲି ବିରାଟ ପଟୁଆରରେ ସପ୍ତ ଠାକୁରାଣୀ ବାଦ୍ୟବାଜଣା ସହ ସହର ପରିକ୍ରମା କରିଥିଲେ। ଆଉ ୧୩ ଦିନ ବ୍ୟାପୀ ଚାଲିଥିବା ଯାତ୍ରା ଆଜି ଶାନ୍ତି ଶୃଙ୍ଖଳାର ସହ ଉଦ୍‌ଯାପିତ ହୋଇଯାଇଛି। ଯାତ୍ରା ପରିଚାଳନା କମିଟିର ସଭାପତି ଶିବଶଙ୍କର ପାତ୍ର,ଉପଦେଷ୍ଟା ସତ୍ୟନାରାୟଣ ରଥ, ଉପସଭାପତି ତାରିଣୀ ସେନାପତି,ମନୋଜ ମୁନୀ ଓ ନିରଞ୍ଜନ ମହାନ୍ତିଙ୍କ ସମେତ ସମସ୍ତ କର୍ମକର୍ତ୍ତା, ଜୋନ୍‌ସ୍ତରୀୟ କର୍ମକର୍ତ୍ତା ଓ ବହୁ ସ୍ଵେଚ୍ଛାସେବୀ ସହଯୋଗ କରିଥିଲେ। ଆସିକା ପ୍ରଶାସନ ଓ ପୋଲିସ୍ ପକ୍ଷରୁ ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

    Related News

    Follow Us