Search
Close this search box.

ନିର୍ବାଚନ ପୂର୍ବରୁ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ମନୋବଳ

0
SHARES
21
VIEWS

ବ୍ରହ୍ମପୁର, ଆମ୍ବପୂଆ ସ୍ଥିତ ବିବେକ ବିହାର ଠାରେ ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ମନୋବଳ ବୃଦ୍ଧି ପାଇଁ ଯୋଜନା କରିଛି ବିଜେପି,ଆଉ ଏହି କ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ବ୍ରହ୍ମପୁର ରେ ପହଂଚି ବିଜେପି କୋର୍ କମିଟି ବୈଠକରେ ଯୋଗ ଦେଇଛନ୍ତି । ଗୋପାଳପୁର ବିଧାୟକ ପାର୍ଥି ଡ ପ୍ରଦୀପ କୁମାର ପାଣିଗ୍ରାହୀ ଭାରତୀୟ ଜନତା ପାର୍ଟିରେ ଗତ କାଲି ସାମିଲ ହେଲେ।ଆଜି ଏହି ମଞ୍ଚରେ ଡ ପ୍ରଦୀପ କୁମାର ପାଣିଗ୍ରାହୀ ଙ୍କୁ ଦଳୀୟ କର୍ମୀ ମାନେ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ। ରାଜନାଥ ସିଂ ଉପସ୍ଥିତ କର୍ମୀ ଓ ସାଧାରଣ ଜନତାଙ୍କୁ ବକ୍ତବ୍ୟରେ କହିଛନ୍ତି ଯେ ଓଡିଶା ସହ ମୋର ଭାବନାତ୍ମକ ସମ୍ପର୍କ ରହିଛି । କାରଣ କଂଗ୍ରେସ ସରକାର ସମୟରେ ଭାରତ ସୁରକ୍ଷା ଯାତ୍ରା କରିଥିଲୁ । ଏହି ଯାତ୍ରା ମୁଁ ଓଡିଶାରୁ ଆରମ୍ଭ କରିଥିଲି । ସେତେବେଳେ ଆତଙ୍କବାଦ, ନକ୍ସଲବାଦ ଓ ଆତଙ୍କ ସବୁଠି ରହିଥିଲା । ଆଜି ଆତଙ୍କବାଦ କେଉଁଠି ରହିଛି ଆପଣମାନେ ଜାଣିଛନ୍ତି । ପୁଲୱାମା ଘଟଣା ପରେ ମୁହଁତୋଡ ଜବାବ ଦିଆଯାଇଛି । ଏବେ ନକ୍ସଲବାଦ କେବଳ କିଛି ଜିଲ୍ଲାରେ ହିଁ ସୀମିତ ରହିଛି । ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଦେଶର ଚିତ୍ର ବଦଳିଛି । ଓଡ଼ିଶାରେ ବି ଡବଲ ଇଂଜିନ ସରକାର ହେବା ଦରକାର । ମୋଦୀଙ୍କ ବାର୍ତ୍ତା ନେଇ ସବୁ କର୍ମୀ ଲାଭାର୍ଥିଙ୍କ ପାଖକୁ ଯାଆନ୍ତୁ ।

ସବୁ ଲାଭାର୍ଥିଙ୍କୁ ମୋଦୀ ଦେଉଥିବା ସୁବିଧା ମିଳିବା ଦରକାର । ବିଜେପି ହେଉଛି ଏକମାତ୍ର ଦଳ ଯାହାକି ଯାହା କହେ, ସେୟା ହିଁ କରେ । ନିର୍ବାଚନର ସବୁ ପ୍ରତିଶୃତି ଅକ୍ଷର ଅକ୍ଷରରେ ପାଳନ କରିଛୁ । ଯାହା ଘୋଷଣାପତ୍ରରେ କହିଥିଲୁ, ସବୁ ପୂରଣ କରିଛୁ । ଦେଶ ଗଠନ ପାଇଁ ହିଁ କେବଳ ଆମେ ରାଜନୀତି କରୁଛୁ । କଂଗ୍ରେସ ଲମ୍ବା ସମୟ ପର୍ଯ୍ୟନ୍ତ ଦେଶବାସୀଙ୍କୁ ଧୋକା ଦେଇଛି | ଉଲ୍ଲେଖ ଥାଉ କି ରାଜନାଥ ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୪ ଲୋକସଭା ଆସନର ସ୍ଥିତି ଆକଳନ କରିଛନ୍ତି ।

ରାଜ୍ୟର ବରିଷ୍ଠ ନେତୃବୃନ୍ଦଙ୍କ ସହ ରାଜନାଥ ସିଂ ଆଲୋଚନା କରିଛନ୍ତି। ଆଜି ର ଏହି ମିଶ୍ରଣ ପ୍ରସ୍ତୁତ ବୈଠକରେ ଅପରାଜିତା ଷଡ଼ଙ୍ଗୀ, ରାଜନାଥ ସିଂ, ଡ୍ ସୁବାଷ ସାହୁ,ବିଭୂତି ଭୂଷଣ ଜେନା, ଡ ପ୍ରଦୀପ କୁମାର ପାଣିଗ୍ରାହୀ ,ବହୁ ବିଜେପି କର୍ମୀ ମାନେ ଉପସ୍ଥିତ ରହିଥିଲେ।

    Related News

    Follow Us