Search
Close this search box.

ଅଗ୍ନି କ୍ଷେପଣାସ୍ତ୍ରର ଜନକ ରାମ ନାରାୟଣ ଅଗ୍ରଓ୍ବାଲଙ୍କ ୮୪ ବର୍ଷ ବୟସରେ ପରଲୋକ

0
SHARES
0
VIEWS

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି କ୍ଷେପଣାସ୍ତ୍ରର ଜନକ ଭାବେ ପରିଚିତ ଡିଆରଡିଓ କ୍ଷେପଣାସ୍ତ୍ର ବୈଜ୍ଞାନିକ ପଦ୍ମଭୂଷଣ ଡ. ରାମ ନାରାୟଣ ଅଗ୍ରୱାଲଙ୍କ ଗୁରୁବାର ପରଲୋକ ଘଟିଛି। ହାଇଦ୍ରାବାଦରେ ଶ୍ରୀଅଗ୍ରୱାଲଙ୍କ ୮୪ ବର୍ଷ ବୟସରେ ପରଲୋକ ଘଟିଛି ବୋଲି ଡିଆରଡିଓର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଡିଆରଡିଓ ଅଧିକାରୀଙ୍କ କହିବା ଅନୁଯାୟୀ, ଡିଆରଡିଓ ବୈଜ୍ଞାନିକ ଡ. ରାମ ନାରାୟଣ ଅଗ୍ରୱାଲ ଭାରତକୁ ଏକ ପ୍ରମୁଖ କ୍ଷେପଣାସ୍ତ୍ର ଶକ୍ତି ରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଅଗ୍ରଓ୍ଵାଲ ଭାରତର ଦୀର୍ଘ ଦୂରତା ବିଶିଷ୍ଟ ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଥିଲେ ଅଗ୍ନି କ୍ଷେପଣାସ୍ତ୍ରର ପ୍ରଥମ କାର୍ଯ୍ୟକ୍ରମ ନିର୍ଦ୍ଦେଶକ। ରାମ ନାରାୟଣ ଅଗ୍ରୱାଲ ଅଗ୍ନି ମ୍ୟାନ ନାମରେ ମଧ୍ୟ ପରିଚିତ ଥିଲେ । ରାଜସ୍ଥାନର ଜୟପୁରରେ ଏକ ବ୍ୟବସାୟୀ ପରିବାରର ୧୯୪୦ ମସିହାରେ ଜନ୍ମଗ୍ରହଣ କରିଥିବା ରାମ ନାରାୟଣ ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସରୁ ଏରୋସ୍ପେସ ଇଂଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ତାଙ୍କୁ ୧୯୯୦ ମସିହାରେ ପଦ୍ମଶ୍ରୀ ଓ ୨୦୦୦ ମସିହାରେ ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା |

    Related News

    Follow Us