Search
Close this search box.

ମିଛୁଆ ରାଧୁଆ ଗପ ସରିଲା ନାଟକରେ ବିଭୋର ହେଲେ ଦର୍ଶକ

0
SHARES
184
VIEWS

ମିଛୁଆ ରାଧୁଆ ଗପ ସରିଲା” ନାଟକରେ ବିଭୋର ହେଲେ ଦର୍ଶକବାଲୁଗାଁ,:-ସରସ୍ବତୀ ପୂଜା ଉପଲକ୍ଷେ ବାଲୁଗାଁ ପାଟଣା ସାହି କଣ୍ଢେଇ କ୍ଲବ ଆନୁକୂଲ୍ୟରେ ପୂର୍ବ ବର୍ଷ ପରି ଚଳିତ ବର୍ଷ ଦୁଇ ଦିନ ବ୍ୟାପି ସାମାଜିକ ନାଟକ ପରିବେଷଣ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ରଘୁନାଥ ସାହୁ ଉଦଘାଟନ କରିଥିବା ବେଳେ ସଂମାନିତ ଅତିଥି ଭାବେ କାଉନସିଲର ପ୍ରତିନିଧି ସହଦେଵ ବେହେରା,ଖୋର୍ଦ୍ଧା ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସମ୍ପାଦକ ସୁଧାଂଶୁ ଶେଖର ପରିଡା,ସମାଜସେବୀ ଧୋବା ବିଶ୍ୱାଳ,ରତନା ବେହେରା,ଉମାକାନ୍ତ ବେହେରା,ନାଟକ ନିର୍ଦ୍ଦେଶକ ପର୍ଶୁରାମ ସାହୁ,କ୍ଲବ ସଭାପତି ରାଜେନ୍ଦ୍ର ବେହେରା,ସମ୍ପାଦକ ଜିତେନ୍ଦ୍ର ବେହେରା,ଉପଦେଷ୍ଟା ବୈକୁଣ୍ଠ ବେହେରା ପ୍ରମୁଖ ଉପସ୍ଥିତ ରହି ମା ଜାଗୁଳାଇ କଳା ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ କଳାକାର ମାନଙ୍କ ଆପ୍ରାଣ ଚେଷ୍ଟା ଓ ଉଦ୍ୟମ ବଳରେ ସାମାଜିକ ନାଟକ ପରିବେଷଣ କରିଥିବାରୁ କଳାକାର ସମେତ ଅଞ୍ଚଳବାସୀଙ୍କୁ ଭୂୟାଁସି ପ୍ରଶଂସା କରିଥିଲେ।ପର୍ଶୁରାମ ସାହୁଙ୍କ ନିର୍ଦ୍ଦେଶନାରେ ପ୍ରଥମ ଦିବସରେ “ଅସତୀ ତୁଳସୀ ସତୀ ଚଉରା” ନାଟକ ପରିବେଷଣ କରାଯାଇଥିବା ବେଳେ ଅନ୍ତିମ ଦିବସରେ “ମିଛୁଆ ରାଧୁଆ ଗପ ସରିଲା” ନାଟକ ପରିବେଷଣ କରାଯାଇଥିଲା।ଶାନ୍ତିଶୃଙ୍ଖଳାର ସହ କାର୍ଯ୍ୟକ୍ରମ ପରିଚାଳନା ହୋଇଥିବା ବେଳେ ନାଟକ ଦେଖିବା ପାଇଁ ଆଶାତୀତ ଭାବେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଯାତ୍ରା କମିଟି ଏବଂ ସାହି କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

    Related News

    Follow Us