ଯୋଡା, ୦୪, ୨୦୨୪(sangharsatv)rameshachandra mahapatra : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଗୁଆଲି ଠାରେ ଟାଟା ଷ୍ଟିଲ ତରଫରୁ ଏଠାରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଗୁରୁବାର ଦିନ ଆୟୋଜିତ ହୋଇ ଯାଇଛି I ଏହି ଶିବିରରେ ନିକଟବର୍ତ୍ତୀ କେନ୍ଦୁଡିହି, ପାଣ୍ଡୁଲିପୋଷି, ନୂଆଗାଁ, ଗନ୍ଧଲପଡା, ବରପଦା ସମେତ ଆଖପାଖ ଅଞ୍ଚଳର ପ୍ରାୟ 500 ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା Iଏହି ଦିନିକିଆ ଶିବିର କୁ ଯୋଡା ବ୍ଲକ ବିଡିଓ ଅରୁଣିମା ସାହୁ ଉଦଘାଟନ କରିଥିବାବେଳେ ଦୀପକ ବେହେରା, ଚିଫ, ଟାଟା ଷ୍ଟିଲ କଳମଙ୍ଗ ଗନ୍ଧଲପଦା ପ୍ରକଳ୍ପ, ଶୁଭ୍ରାଂଶୁ ଶେଖର ମିଶ୍ର, ହେଡ୍, କଳମଙ୍ଗ, କୁନ୍ଦନ କୁମାର, ହେଡ୍, ଗନ୍ଧଲପଦା, ସୁଚିସ୍ମିତା ଦାସ, ମୁଖ୍ୟ ଚିକିତ୍ସାଧିକାରୀ, ଟାଟା ଷ୍ଟିଲ ହସ୍ପିଟାଲ, ଯୋଡା, ଗୁଆଳି ସରପଞ୍ଚ ବିଦ୍ୟାଧର ନାଏକ, ସମାଜ ସେବୀ କୁଶ ଆପଟ, ପୂର୍ବତନ ସରପଞ୍ଚ ଡବର ମୁଣ୍ଡା, ରଥ ମହାକୁଡ, ରାମଚନ୍ଦ୍ର ଦାସ, ସମସ୍ତ ୱାର୍ଡ ର ସଦସ୍ୟ ଏବଂ ଟାଟା ଷ୍ଟିଲ ଫାଉଣ୍ଡେସନ ର ଅଧିକାରୀ ମାନେ ଉପସ୍ଥିତ ଥିଲେ I ଚର୍ମ ରୋଗ, ମ୍ୟାଲେରିଆ, ଜଣ୍ଡିସ ଏବଂ ଉଚ୍ଚ ରକ୍ତଚାପ ଭଳି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ସ୍ଥାନୀୟ ବାସିନ୍ଦା ମାନେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ Iସମସ୍ତ ରୋଗୀ ମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପରେ ମାଗଣା ଔଷଧ ବଣ୍ଟନ କରାଯାଇଥିଲା I ଏତଦବ୍ୟତୀତ ସୁସ୍ଥ ସବଳ ରହିବା ପାଇଁ ଡାକ୍ତର ମାନେ ପରାମର୍ଶ ମଧ୍ୟ ଦେଇଥିଲେ Iମହିଳା ମାନେ ମଧ୍ୟ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସେମାନଙ୍କର ଶିଶୁ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ Iଏହି ଶିବିରରେ ମାଗଣାରେ ଡାଇବେଟିସ, ରକ୍ତ ଚାପ ଏବଂ ହିମୋଗ୍ଲୋବିନ ପରୀକ୍ଷା କରାଯାଇଥିଲା I ଏ ଶିବିର ସମ୍ପର୍କରେ ଗନ୍ଧଲପଦା ୱାର୍ଡ ମେମ୍ବର ପ୍ରୀତି ବାର୍ଲା କହନ୍ତି, “ସ୍ୱାସ୍ଥ୍ୟ ସେବା ପ୍ରତି ଟାଟା ଷ୍ଟିଲ ଫାଉଣ୍ଡେସନ ର ଏଭଳି ପଦକ୍ଷେପ ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ I ଏହା ଦ୍ଵାରା ଆଖପାଖ ଅଞ୍ଚଳର ବହୁତ ଗ୍ରାମବାସୀ ଉପକୃତ ହୋଇପାରିଛନ୍ତି ” Iଗୁଆଳି ଗ୍ରାମ ର ପଦ୍ମା ପାତ୍ର କହନ୍ତି, “ଏଭଳି ଶିବିରର ଆୟୋଜନ ଆମ ଅଞ୍ଚଳରେ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ ରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି I” ଟାଟା ଷ୍ଟିଲ ଫାଉଣ୍ଡେସନ, ଆମ୍ବୁଲାନ୍ସ ସେବା ସହ ଆଗକୁ ଏଭଳି ଅନେକ ଜନହିତକର ପଦକ୍ଷେପ ନେବାକୁ ଯୋଜନା ରଖିଛି I