କେନ୍ଦୁଝର ଜିଲ୍ଲା ଯୋଡ଼ା ସହରରେ ଲକ୍ଷ୍ମୀ ପୂଜା ଖୁବ୍ ଧୁମଧାମରେ ପାଳନ କରାଯାଏ , ସପ୍ତାହେ ବ୍ୟାପି ଏକ ମେଳା ର ଆୟୋଜନ ହୋଇ ହଜାର ହଜାର ଲୋକ ଏହାକୁ ଉପଭୋଗ କରିଥାନ୍ତି, ବିଭିନ୍ନ ପ୍ରକାର ର ଦୋକାନ, ମୀନା ବଜାର ବସିବା ସହିତ ଅନେକ ଦୋଳି ଗୁଡିକ ମେଳା ର ମୁଖ୍ୟ ଆକର୍ଷଣ ହୋଇଥାଏ, ଜିଲ୍ଲା ତଥା ଜିଲ୍ଲା ବାହାରୁ ଲୋକ ଆସି ମେଳା ର ମଜା ଉଠାଇଥାନ୍ତି ତେବେ ଚଳିତ ବର୍ଷ ଏହି ପ୍ରସିଦ୍ଧ ଲକ୍ଷ୍ମୀ ପୂଜା ନିମନ୍ତେ ଦ୍ଵିତୀୟ ପ୍ରସ୍ତୁତି ବୈଠକ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କମିଟି ର ସଭାପତି ଶ୍ରୀନିବାସ ସାହୁ ଉପସ୍ଥିତ ରହି ସମସ୍ତ ସଦସ୍ୟ ମାନଙ୍କୁ ପୁଜା ଓ ମେଳା ସମ୍ଵନ୍ଧୀୟ ଦାୟିତ୍ଵ ବଣ୍ଟନ କରିଥିଲେ, ଚଳିତ ବର୍ଷ ଯୋଡା ସହରରେ ଗଜଲକ୍ଷ୍ମୀ ପୂଜା କିପରି ଶାନ୍ତି ଶୃଙ୍ଖଳା ଏବଂ ସୁନ୍ଦର ହୋଇ ପାରିବ ସେ ସମ୍ପର୍କରେ ଉପସ୍ଥିତ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ଦୀର୍ଘ 50 ବର୍ଷରୁ ଉର୍ଦ୍ଧ୍ଵ ମା’ଙ୍କ ମୃଣ୍ମୟୀ ମୂର୍ତ୍ତୀ ତିଆରି ହୋଇ ପୂଜାର୍ଚ୍ଚନା କରାଯାଇ ଆସୁଥିବା ବେଳେ ଏବେ ଭବ୍ୟ ମନ୍ଦିର ସହିତ ସ୍ଥାୟି ଭାବେ ମା’ଙ୍କୁ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଉଛି। ଲକ୍ଷ୍ମୀପୂଜା ଆସନ୍ତା ଅକ୍ଟୋବର ମାସ ରୁ ଆରମ୍ଭ ହେଉଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବୈଠକରେ ଆଲୋଚନା ହୋଇଥିଲା। ଲକ୍ଷ୍ମୀ ପୂଜା ଖଣି ଅଞ୍ଚଳ ଯୋଡାର ଗର୍ବ ଓ ଗୌରବ ହୋଇଥିବା ବେଳେ ଏହି ପାର୍ବଣକୁ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରିବାକୁ ଲକ୍ଷ୍ମୀପୂଜା କମିଟି ସମ୍ପାଦକ ରବିନାରାୟଣ ଦାସ ସମସ୍ତ କର୍ମକର୍ତ୍ତାମାନଙ୍କୁ ନିବେଦନ କରିଥିଲେ । ଏହି ପୂଜା ସମୟରେ ଟ୍ରାଫିକ ନିୟନ୍ତ୍ରଣର ବ୍ୟବସ୍ଥା, ସହରକୁ ପରିଷ୍କାର ପରିଚ୍ଛନ୍ନ, ନାଳ ନର୍ଦ୍ଦମା ସଫା, ଲାଇଟର ବ୍ୟବସ୍ଥା, ଅଧିକ ପାନୀୟ ଜଳ ଯୋଗାଣ, ଡ୍ରେନ ଓ ରାସ୍ତା ମରାମତି, ପୂଜା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ରାତ୍ର ୧୧ ଘଟିକା ପର୍ୟ୍ୟନ୍ତ ପୂଜା ଉତ୍ସବ ପାଳନ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା । ଏହି ପ୍ରସ୍ତୁତି ବୈଠକରେ ପୂର୍ବତନ ସଭାପତି ଦୁଃଶାସନ ସାହୁ,କମିଟି ଉପସଭାପତି ନୀଳମଣୀ ମହାନ୍ତି, ସମ୍ପାଦକ ରବି ନାରାୟଣ ଦାସ, ଯୁଗ୍ମ ସମ୍ପାଦକ ହୃଷିକେଶ ଜେନା,କୋଷାଧ୍ୟକ୍ଷ ଭୋଳାନାଥ ସାହୁ,ସଦସ୍ୟ ପୁରୁଷତ୍ତମ ଦାସ,ସୁରେଶ ବେହେରା, ରାଜେଶ କର ଙ୍କ ସହ ଅନ୍ୟ ସଦସ୍ୟ ଙ୍କ ସହିତ ମହିଳା ସଦସ୍ୟା ମାନେ ଉପସ୍ଥିତ ରହି ପୂଜା ସମ୍ବନ୍ଧୀୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କିଛି ବର୍ଷ ବ୍ୟବଧାନ ପରେ ଚଳିତ ବର୍ଷ ବିଶ୍ଵ ରଙ୍ଗମହଲ ଅପେରା ଯାତ୍ରା ପରିବେଷଣ କରିବ ବୋଲି କମିଟି ପକ୍ଷରୁ ଜଣାପଡିଛି, ତେବେ ଅପେରା ପରିବେଷଣ ହେଲେ ଲକ୍ଷ୍ମୀପୂଜା ରେ ଗହଳି ବଢିବ ବୋଲି କମିଟି ପକ୍ଷରୁ କଳନା କରାଯାଇ ଆଇନ ଶୃଙ୍ଖଳା ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି କମିଟି ର ଯୁଗ୍ମ ସମ୍ପାଦକ ହୃଷିକେଶ ଜେନା ସୂଚନା ପ୍ରଦାନ କରିଛନ୍ତି