ଚାନ୍ଦବାଲି :- ମତୋ, ବ୍ୟକ୍ତିର ପରିଚୟ ତା’ର ଭାବନାରୁ ମିଳିଥାଏ । ଭାବନା ସାତ୍ତ୍ଵିକ, ରାଜସିକ ଓ ତାମସିକ ହେଲେ ଜୀବନ ମଧ୍ୟ ସେପରି ହୋଇଯାଏ । ଡାକୁ ହେଉ ଅଥବା ସାଧାରଣ ଲୋକ ଅଥବା ସାଧୁପୁରୁଷ, ବ୍ୟକ୍ତିମାନଙ୍କ ବ୍ୟକ୍ତିତ୍ଵର ଭେଦ ପ୍ରକୃତରେ ସେମାନଙ୍କ ଭାବନାର ହିଁ ପ୍ରଭେଦ ହୋଇଥାଏ । ଯଦି ଭାବନାରେ ପରିବର୍ତ୍ତନ ହୋଇ ପାରିବ, ତେବେ ବ୍ଯାକ୍ତିର ବ୍ୟକ୍ତିତ୍ଵ ମଧ୍ୟ ପରିବର୍ତ୍ତିତ ହୋଇଯିବ । ଏହି ସମ୍ଭାବନାର ଆକଳନ କରି ହିଁ ବୈଦିକ ଋଷି ପ୍ରସିଦ୍ଧ ମନ୍ତ୍ର- ‘ତମସୋ ମା ଜ୍ୟୋତି ଗୋମୟ’ର ଉପଦେଶ ସମସ୍ତଙ୍କୁ ଦେଇଛନ୍ତି । ଠିକ ସେହିପରିଭାବରେ ବିଦ୍ଯାଳୟରୁ ହିଁ ଆମେ ସବୁଜ୍ଞାନ ଅର୍ଜନ କରିଥାଉ | ଆଜି ସକାଳ ସମୟରେ ଆମର ପ୍ରତିନିଧିଙ୍କ ନଜର ଆସିଥିଲା ଯେ ମାଳବାଡ ସରକାରୀ ପ୍ରାଥମିକ ବିଦ୍ଯାଳୟ ମତୋ ସେଠାରେ ଦେଖିବାକୁ ମିଳିଥିଲା ଯେ ଆଜି ପ୍ରଥମେ ଶ୍ରେଣୀଗୂହ ଖୋଲିବାପରେପରେ ପିଲାମାନଙ୍କମଧ୍ୟରେ ଶ୍ରେଣୀଗୂହରେ ପ୍ରବେଶ କରିବାପୂର୍ବରୁ ନିଜନିଜ ଯୋତା,ଚପଲ ଗୁଡିକୁ ଖୁବସୁନ୍ଦର ଭାବେ ସଜାଇ ରଖିଥିଲେ ଏବଂ ନିଜର ବ୍ଯାଗଗୁଡିକୁ ସଠିକ ସ୍ତାନରେ ରଖି ନିଜନିଜ ସ୍ଥାନରେ ଧାଡି କରି ଆଜିର ପ୍ରାରମ୍ଭ ଶିକ୍ଷ୍ଯା ଅର୍ଥାତ ପ୍ରାର୍ଥନା ସଭା କାର୍ଯ୍ଯକ୍ରମ ଆରମ୍ଭ କରିଥିଲେ ପରେପରେ ଯେକି ପ୍ରତ୍ଯେକ ଦିନ ପରି ଆଜି ମଧ୍ୟ ଦେଶବିଦେଶର ଖବର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଖବର କାଗଜ ପଢାଯାଇଥାଏ | ଆଜି ପଞ୍ଚମ ଶ୍ରେଣୀରେ ପଢୁଥିବା ମୋନାଲିସା ବେହେରାଙ୍କ ଦ୍ବାରା ଖବରକାଗଜ ପାଠକରାଯାଇଥିଲା ତାହାକୁ ବିଦ୍ଯାଳୟର ପ୍ରଧାନ ଶିକ୍ଷତ୍ରୀ ଦେବକି ମଲ୍ଲିକ ବୁଝାଇବୁଝାଇ କହିଥିଲେ ଯେ ଏହି ଖବର ହେଉଛି ଦେଶବିଦେଶ ତଥା ୪ଦିଗର ଖବର ଅଟେ | ଏହି ବିଦ୍ଯାଳୟରେ ପ୍ରତ୍ଯେକ ସୋମବାର ଦିନ ଛାତ୍ରଛାତ୍ରିମାନଙ୍କର ନଖକଟାଯାଇଛି କି ନାହିଁ ସେବିଷୟରେ ବୁଝାଯାଇଥାଏ | ନିଜନିଜ ପାେଷାକକୁ ପରିଷ୍କାର ରଖିବା ସହିତ ଦେହର ଅଧିକ ଯତ୍ନ ନେବାପାଇଁ ପ୍ରଧାନ ଶିକ୍ଷତ୍ରୀ ଦେବକି ମଲ୍ଲିକ ସମସ୍ତଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ