Search
Close this search box.

ଏଭରେଷ୍ଟ ବେସ୍‌ କ୍ୟାମ୍ପ ଆରୋହଣ କଲେ ମମତା

0
SHARES
14
VIEWS

ଯାଜପୁର ଜିଲା ଧର୍ମଶାଳା ପଟୁଣିଆ ଗ୍ରାମର ମମତା

ଦୁଃସାହସିକ କ୍ରୀଡ଼ା ପର୍ବତାରୋହଣ ପ୍ରତି ଓଡ଼ିଶାରେ ଯୁବବର୍ଗଙ୍କ ମଧ୍ୟରେ ଆଗ୍ରହ ଦିନକୁ ଦିନ ବଢିବାରେ ଲାଗିଛି। ଏ କ୍ଷେତ୍ରରେ ମହିଳାମାନେ ମଧ୍ୟ ପଛରେ ପଡ଼ିନାହାନ୍ତି। ବିଶ୍ବର ସର୍ବୋଚ୍ଚ ଶୃଙ୍ଘ #ଏଭରେଷ୍ଟର ବେସ୍‌ କ୍ୟାମ୍ପକୁ ଆଉ ଜଣେ ଓଡ଼ିଆ ମହିଳା ମମତା ରାଉତ ସଫଳତାର ସହିତ ଆରୋହଣ କରିଛନ୍ତି। ଯାଜପୁର ଜିଲା #ଧର୍ମଶାଳା ପଟୁଣିଆ ଗ୍ରାମର ମୂଳ ବାସିନ୍ଦା ମମତା ଏବେ ଭୁବନେଶ୍ବର ଜଗନ୍ନାଥ ବିହାର ଅଞ୍ଚଳରେ ମମତା ରାଉତ ରହୁଛନ୍ତି। ସେ କୌଣସି ପେଷାଗତ ଦୁଃସାହସିକ କ୍ରୀଡ଼ାବିତ୍‌ ନୁହଁନ୍ତି। ସ୍ବାମୀ ସମରେଶ ଲେଙ୍କା ଓ ଦୁଇ ପୁଅଙ୍କୁ ନେଇ ମମତାଙ୍କ ପରିବାର। ଷ୍ଟାଣ୍ଡାର୍ଡ ଚାଟାର୍ଡ ବ୍ୟାଙ୍କରେ ସିନିୟର ସପ୍ଟୱେୟାର ଇଞ୍ଜିନିୟର ଭାବେ କାର୍ଯ୍ୟରତ ମମତା ଶୀତକାଳୀନ ଛୁଟିରେ ଏଭରେଷ୍ଟ ବେସ୍‌ କ୍ୟାମ୍ପ ଆରୋହଣ କରିବାକୁ ନିଷ୍ପତ୍ତି ନେଇଥିଲେ।

ବିନା ପ୍ରଶିକ୍ଷଣରେ ସେ ଏଭଳି ଏକ ଦୁଃସାହସିକ ଯାତ୍ରା କରିବାକୁ ବାହାରିଥିଲେ। ଡିସେମ୍ବର ୨୩ରେ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଥିଲେ। ଦିଲ୍ଲୀରୁ କାଠମାଣ୍ଡୁରେ ୨୪ ତାରିଖରେ ପହଞ୍ଚିଥିଲେ। ଏହା ପରେ ଏକ ୭ ଜଣିଆ ଗ୍ରୁପ୍‌ଙ୍କ ସହ ମମତା ୨୫ ତାରିଖ ସକାଳୁ ଲୁକଲାରୁ ଏଭରେଷ୍ଟ ବେସ୍‌ କ୍ୟାମ୍ପରେ ବାହାରିଥିଲେ। ମାଇନସ୍‌ ୫୦ ଡିଗ୍ରୀ ତାପମାତ୍ରା ଯୁକ୍ତ ଏଭରେଷ୍ଟ ବେସ୍‌ କ୍ୟାମ୍ପ ଯାତ୍ରା କରିଥିଲେ। ୫ ହଜାର ୩୬୪ ମିଟର ଉଚ୍ଚ ଏଭରେଷ୍ଟ ବେସ୍‌ କ୍ୟାମ୍ପ ଓ ୫.୫୫୦ ମିଟର କଳାପଥରରେ ଜାନୁଆରୀ ୧ରେ ପହଞ୍ଚିଥିଲେ। ଜାନୁଆରୀ ୫ରେ ଓହ୍ଲାଇ ଏଭରେଷ୍ଟର ପାଦଦେଶରେ ପହଞ୍ଚିଥିଲେ। ମମତା କୁହନ୍ତି, ବିନା ପ୍ରଶିକ୍ଷଣରେ ଜୀବନର ପ୍ରଥମ ପର୍ବତାରୋହଣ କରିଥିଲି।

ବେସ୍‌ କ୍ୟାମ୍ପରେ ପହଞ୍ଚିବା ପରେ ଭାରତୀୟ ଜାତୀୟ ପତାକା ଉଡାଇବା ନେଇ ବହୁତ ଭାବବିହ୍ବଳ ହୋଇଯାଇଥିଲି ବୋଲି ମମତା କହିଛନ୍ତି। ଏଭରେଷ୍ଟର ବେସ୍‌ କ୍ୟାମ୍ପରେ ସାଧାରଣତଃ ଅମ୍ଲଜାନ ସ୍ତର ୫୦ ପ୍ରତିଶତକୁ ଖସି ଆସିଥାଏ। ଚଢିବା ଅପେକ୍ଷା ଓହ୍ଲାଇବା ସବୁଠାରୁ କଷ୍ଟକର। ଆମ ଗ୍ରୁପରେ ରହିଥିବା ୭ଜଣଙ୍କ ମଧ୍ୟରୁ ଦୁଇଜଣଙ୍କ ଅମ୍ଲଜାନ ସ୍ତର ୫୦କୁ ଖସି ଆସିଥିଲ। ଯାହା ଫଳରେ ସେମାନଙ୍କୁ ଏୟାରଲିଫ୍ଟ କରିବାକୁ ପଡ଼ିଥିଲା। ମୋ ଅମ୍ଲଜାନ ସ୍ତର ୭୮ରୁ ୭୯ ମଧ୍ୟରେ ରହୁଥିଲା ବୋଲି ମମତା କହିଛନ୍ତି। ଏଭରେଷ୍ଟ ଆରୋହଣ କରିବା କି ଦୁଃସାହସିକ କ୍ରୀଡ଼ାକୁ କ୍ୟାରିୟର କରିବା ନେଇ କୌଣସି ଯୋଜନା ନାହିଁ। ପ୍ରଥମ ପ୍ରୟାସ​‌ରେ ଏଭରେଷ୍ଟ ବେସ୍‌ କ୍ୟାମ୍ପ ଚଢିବା ନେଇ ବହୁତ ଖୁସି ଲାଗୁଛି ବୋଲି ମମତା କହିଛନ୍ତି, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ

    Related News

    Follow Us