Search
Close this search box.

ଦୁଷ୍କର୍ମ ଘଟଣା: କୋଲକାତାରେ ଶୋଭାଯାତ୍ରା କରିବେ ମମତା ବାନାର୍ଜୀ, କାହିଁକି ନେବେ ଏହି ପଦକ୍ଷେପ କାରଣ କହିଲେ ଓ ବ୍ରାଏନ

0
SHARES
2
VIEWS

କୋଲକାତା ମହିଳା ଡାକ୍ତରଙ୍କ ସହ ଗଣଦୁଷ୍କମ ଓ ହତ୍ୟା ଘଟଣାରେ ବ୍ୟାକଫୁଟ୍‌ରେ ,ମମତା ସରକାର। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଛି। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଗଷ୍ଟ ୧୭ ତାରିଖ ରାଜଧାନୀ କୋଲକାତାରେ ଏହି ସମ୍ବେଦନଶୀଳ ଘଟଣାରେ ଫାଷ୍ଟଟ୍ରାକ ଆଧାରରେ ତଦନ୍ତ କରିବା ଦାବିରେ ରାଲି କରିବେ। ଟିଏମସି ସାଂସଦ ଡେରେକ ଓ ବ୍ରାଏନ ଶୁକ୍ରବାର ଏହାର ସୂଚନା ଦେଇଛନ୍ତି।

ଜନ ଆକ୍ରୋଶକୁ ଦୃଷ୍ଟିରେ ରଖି ଟିଏମସି ସାଂସଦ କହିଛନ୍ତି, କୋଲକାତାରେ ଜଣେ ଯୁବତୀଙ୍କ ହତ୍ୟା ଓ ଦୁଷ୍କର୍ମ ଘଟଣାରୁ ଅଧିକ କ୍ରୁର ଓ ଜଘନ୍ୟ ଅପରାଧର କଳ୍ପନା କରାଯାଇ ପାରିବ ନାହିଁ। ମମତାଙ୍କ ରାଲି ବିଷୟରେ ସେ କହିଛନ୍ତି, ମାମଲାର ତଦନ୍ତ ବିଷୟରେ ସିବିଆଇକୁ ପ୍ରତିଦିନ ସଦ୍ୟତମ ସୂଚନା ଦେବା ଉଚିତ୍। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦ୍ଵାରା ଦିଆଯାଇଥିବା ସମୟସୀମା ଅନୁସାରେ ସିବିଆଇକୁ ଶନିବାର ସୁଦ୍ଧା ତଦନ୍ତ ପୂରା କରିବା ଦରକାର।

କୋଲକାତା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି ସାରିଛି। ଡେରେକ ଓ ବ୍ରାଏନ କହିଛନ୍ତି, ନ୍ୟାୟ ତେବେ ମିଳିବ ଯେବେ ସିବିଆଇ ସମସ୍ତ ସନ୍ଦିଗ୍ଧ ଅଭିଯୁକ୍ତକୁ ଗିରଫ କରି ମାମଲାକୁ ଫାଷ୍ଟ ଟ୍ରାକ ଅଦାଲତକୁ ପଠାଇବ। ରାଜ୍ୟସଭା ସାଂସଦ କହିଛନ୍ତି, ସିବିଆଇ ଦ୍ଵାରା ମାମଲାକୁ ନିଜ ହାତକୁ ନେବା ପରେ ମାମଲା ଯେମିତି ଦବି ନ ଯାଉ। ପୀଡ଼ିତାଙ୍କୁ ତ୍ଵରିତ ନ୍ୟାୟ ମିଳୁ ଏବଂ ଦୋଷୀଙ୍କୁ କଠୋରୁ କଠୋର ଦଣ୍ଡ ମିଳୁ। ଏହି ବର୍ବର ଏବଂ ଘୃଣ୍ୟ କାମ କରିଥିବା ବ୍ୟକ୍ତିଙ୍କୁ କଦାପି ଛଡ଼ା ନ ଯାଉ।

ସୂଚନାଯୋଗ୍ୟ, ଦେଶରେ ଚାଞ୍ଚଲ୍ୟ ଖେଳାଇଥିବା ଏହି ସମ୍ବେଦନଶୀଳ ମାମଲାରେ ଏ ପର୍ଯ୍ୟନ୍ତ ୧୨ ଜଣ ଗିରଫ ହୋଇଛନ୍ତି। ଘଟଣାକୁ ନେଇ ବ୍ୟାକଫୁଟରେ ମମତା ବାନାର୍ଜୀଙ୍କ ଟିଏମସି ସରକାର। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇକୁ ମାମଲା ହସ୍ତାନ୍ତର ହୋଇ ସାରିଛି।

    Related News

    Follow Us