ରାଜ୍ୟର ପୁରାତନ ରାଜଧାନୀ ତାଳପୁଟନିକଟରେ ପୁଣ୍ୟତୋୟା ଋଷିକୂଲ୍ୟା ନଦୀରତଟଦେଶରେ ତିଳୋତ୍ତମାଦେଇପୁରଶାସନ ଗ୍ରାମର ପ୍ରସିଦ୍ଧ ଶୈବ ପୀଠ ବିଜେବୈଦ୍ୟନାଥଙ୍କ ମନ୍ଦିର ପଶ୍ଚିମ ପଟରେମା’ଦକ୍ଷିଣ କାଳୀଙ୍କ ମନ୍ଦିର । କାହିଁ କେଉଁକାଳରୁ ରାଜ ରଜୁଡ଼ାଅମଳରୁ ମା’ଭାବରେ ଉଭା ହୋଇ ପୂଜା ପାଇ ଆସୁଛନ୍ତି।ଏଣୁ ପ୍ରତିଦିନ ମା’ଙ୍କୁ ଯୁବତୀ ସୁଲଭ ବେଶଭୂଷାରେ ଶାଢ଼ୀ ପରିବର୍ତ୍ତନ କରି ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ମା’ଙ୍କ ନିକଟରେଦୈନିକ ଅର୍ଜନ ଭୋଗ ଲାଗି ହେଉଥିବାବେଳେ ପର୍ବ ପର୍ବାଣୀରେ ଶୁଖୁଲା ଭୋଗଅର୍ପଣ କରାଯାଏ। ପ୍ରସିଦ୍ଧ ପର୍ବ ପର୍ବାଣୀମଧ୍ୟରେ ଆଶ୍ଵିନ ମାସରେ ଶାରଦୀୟଷୋଡଶ ଦିନାଶକ ପୂଜା, ଚୈତ୍ର ମାସରେନବରାତ୍ରୀ ପୂଜା ନଅ ଦିନ ଧରି ପାଳନହେଉଥିବା ବେଳେ ପ୍ରତି ମାସର ସଙ୍କରାନ୍ତିଦିନ ଗାଡି ପୂଜା ଠାରୁ ଆରମ୍ଭ କରି ସ୍ବତନ୍ତ୍ରପୂଜା ଅନୁଷ୍ଠିତ ହୁଏ । ପର୍ବ ପର୍ବାଣୀ ଦିନରେଦୈନିକ ଖେଚୁଡ଼ି,ଡାଲି,ତରକାରୀ ସହଆମିଷ ଭୋଗ ମା’ଙ୍କୁ ସମର୍ପଣ କରାଯାଏ।ମା’ଙ୍କ ପୀଠରେ ଶାକ୍ତ ପଣ୍ଡିତ ମାନେବରପ୍ରାପ୍ତି ପାଇଁ ଗୁପ୍ତ ପୂଜା ସହ ମହାପୂଜାନିଶାର୍ଦ୍ଧ ରାତ୍ରୀରେ କରିଥାନ୍ତି।