Search
Close this search box.

ଜିଲ୍ଲା ଖଣିଜ ପାଣ୍ଠିର କାର୍ଯ୍ୟ ନିମ୍ନମାନର, ଲାଗୁନାହିଁ ସୂଚନା ଫଳକ

0
SHARES
2
VIEWS

ଯୋଡା,୨୨ା୩ : (ସଂଘର୍ଷ ରମେଶ)ଜିଲ୍ଲା ଖଣିଜ ପାଣ୍ଠି ଗଠନ ପରେ ରାଜ୍ୟ ସରକାର ଜିଲ୍ଲାକୁ ଅନୁଦାନ ସମ୍ପୁର୍ଣ୍ଣ ବନ୍ଦ କରିଦେଇଥିବା ବେଳେ ଜିଲ୍ଲାରେ ଯାହା କିଛି ଉନ୍ନୟନ ମୂଳକ କାର୍ଯ୍ୟ ଜିଲ୍ଲା ଖଣିଜ ପାଣ୍ଠିରୁ କରାଯାଉଛି । ତେବେ ଏହି କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ବୋଲି ସାଧାରଣରେ ଅଭିଯୋଗ ହୋଇଆସୁଛି । ନିକଟରେ ଯୋଡା ଥାନା ତଥା ଚମ୍ପୁଆ ବ୍ଲକ କୁଟାରୀପଶି ଗ୍ରାମରେ ଏକ ନୂତନ ଖେଳପଡିଆ ନିର୍ମାଣ ନିମନ୍ତେ ବ୍ଲକ ପକ୍ଷରୁ ଟେଣ୍ଡର ମାଧ୍ୟମରେ କାର୍ଯ୍ୟାଦେଶ ଅବୁଲ ଆକ୍ତାର ନାମକ ଜଣେ ଠିକାଦାରଙ୍କୁ ଦିଆଯାଇଛି । ବର୍ତ୍ତମାନ ଏହାର ପ୍ରାଚୀର ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ଏହି କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ବୋଲି ସ୍ଥାନିୟ ଲୋକେ ଅଭିଯୋଗ କରିଛନ୍ତି । ଜିଲ୍ଳା ଖଣିଜ ପାଣ୍ଠିରୁ ନିର୍ମାଣାଧିନ ଏହି ୧.୫ ଏକର ପରିମିତ ଖେଳପଡିଆଟିରେ ୪୨ଲକ୍ଷ ଟଙ୍କା ବିନିଯୋଗ କରାଯାଉଥିବାବେଳେଏଥିରେ ବାଉଣ୍ଡାରି ଓା୍ୱଲ ନିର୍ମାଣ, ପେଭର ବ୍ଲକ୍ ବିଛାଇବା, ବ୍ୟାୟାମଶାଳା ନିର୍ମାଣ ଅନ୍ତର୍ଭୁକ୍ତ । ତେବେ କାର୍ଯ୍ୟ ଆରମ୍ଭରୁ ଠିକାଦାର ନିମ୍ନମାନର ବାଲି, ଗୋଡି, ଇଟା ବ୍ୟବହାର କରୁଥିବାରୁ ଗ୍ରାମବାସୀମାନେ ଏହି କାର୍ଯ୍ୟଟିକୁ ବନ୍ଦ କରିବାସହ ଅଧିକାରୀଙ୍କୁ ଜଣାଇଥିଲେ । ମାନ ନିର୍ଦ୍ଧାରଣ ଯାଞ୍ଚ କନିଷ୍ଟ ଯନ୍ତ୍ରୀ ରାକେଶ ଦାସ ଘଟଣାସ୍ଥଳରେ ପହଞ୍ଚି ବାଉଣ୍ଡାରି ଟିକୁ ଭାଙ୍ଗିଦେବାସହ ଠିକାଦାରଙ୍କୁ ତାଗିଦ୍ କରି ଏହି ଭୁଲର ପୁନରାବୃତି ନକରିବାକୁ ନିଦେ୍ର୍ଦଶ ଦେବାସହ କଳାତାଳିକାଭୁକ୍ତ କରିଦେବାକୁ ଧମକ ଦେଇଥିଲେ । ଅନ୍ୟ ପକ୍ଷେ ଠିକାଦାର ଜଣଙ୍କ ସୂଚନା ଫଳକ ନଲଗାଇ କାର୍ଯ୍ୟଟି ମାତ୍ର ୩୪ ଲକ୍ଷ ଟଙ୍କାର ବୋଲି ସାଧାରଣରେ ସଫେଇ ଦେଉଥିବା ଜଣାପଡିଛି । ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ କାର୍ଯ୍ୟସ୍ଥଳରେ ଯୋଜନାର ନାମ, କାର୍ଯ୍ୟର ନାମ, ଠିକାଦରଙ୍କ ନାମ, ବ୍ୟୟ ଅଟକଳ, କାର୍ଯ୍ୟ ଆରମ୍ଭ ଓ ଅବଧି ଶେଷ ତାରିଖ ଆଦି ସୂଚନା ଫଳକ ନଥିବାରୁ ଲୋକେ ଭ୍ରମରେ ରହୁଛନ୍ତି । ତେଣୁ ଏହା ବିଭାଗୀୟ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଜିଲ୍ଲା ଖଣିଜପାଣ୍ଠିର ଅର୍ଥ ଅପଚୟକୁ ରୋକିବାପାଇଁ ତୁରନ୍ତ ଫଳକ ଲଗାଇବା ସହିତ କାର୍ଯ୍ୟଟିକୁ ଯାଞ୍ଚକରି ତୁରନ୍ତ ସମ୍ପୂର୍ଣ୍ଣ କରିବାପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।ଏନେଇ ଚମ୍ପୁଆ ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ଚୁନୁ ହାସଦାଙ୍କୁ ପଚାରିବାରୁ ଏହି କାର୍ଯ୍ୟଟି ନିମ୍ନମାନର ହୋଇଥିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି କହିଥିଲେ ।

    Related News

    Follow Us