Search
Close this search box.

କେନାଲ କଡରେ ଥିବା କେତେକ ଧାନ ଗଦା ପୋଡି ଛାରଖାର

0
SHARES
3
VIEWS

ବୁଗୁଡ଼ା : ନିକଟସ୍ଥ ଶ୍ରୀରାମ ନଗର କେନାଲ କଡରେ ଥିବା କେତେକ ଧାନ ଗଦା ପୋଡି ଛାରଖାର ହୋଇଯାଇଥିବା ଜଣାଯାଇଛି । ପ୍ରକାଶ ଯେ, ଆଦିପୁର ଗ୍ରାମର ଚାଷୀ ନାରାୟଣ ନାୟକ ନିଜର ଚାରି ଭରଣ ଜମିରୁ ଧାନ କାଟି କେନାଲ କଡରେ ଗଦା ଗଦା କରି ରଖିଥିଲେ । ସେଠାରେ ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ଧାନ ଗଦା ଗୁଡିକ ଜଳି ଉଠିଥିଲା । ଖବର ପାଇ ବୁଗୁଡ଼ା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ସବୁ ଧାନ ଗଦା ପୋଡି ନଷ୍ଟ ହୋଇଯାଇଥିଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିଲେ ହେଁ କୌଣସି ଦୁର୍ବୃତ୍ତ ଧାନଗଦାରେ ନିଆଁ ଲଗାଇ ଦେଇଥିବା ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଥିବା ଜଣାଯାଇଛି ।

    Related News

    Follow Us