ପ୍ରତିଦିନ ସକାଳୁ ଉଠିବା କାହିଁକି ଓ କରିବା କଣ ?
*୧. ସକାଳଳ ପରିବେଶରେ ସକାରାତ୍ମକ ଉର୍ଜା (Positive Energy) ର ପରିମାଣ ବେଶିଥାଏ l ଏହା ଆମକୁ *ଉତ୍ତମ ବିଚାର* କରିବାରେ ସହଯୋଗ କରେ l
୨. ପ୍ରାତଃ ସୂର୍ଯ୍ୟୋଦୟର ୪୫ ମିନିଟ୍ ପୁର୍ବରୁ ନିଜର ନିତ୍ୟକର୍ମ ଶେଷ କରି ପୁଜା, ଅର୍ଚ୍ଚନା ପାଠପଢା ଓ ମନେରଖିବା *କାର୍ଯ୍ୟ ଆରମ୍ଭ କରିବା* ଉଚିତ୍ ଲ
୩. ଅର୍ଥାତ୍ ଶଯ୍ୟା ତ୍ୟାଗର ଉତ୍ତମ ସମୟ ହେଉଛି *ପ୍ରାତଃ ୪.୦୦ ରୁ ୪.୩୦ ଘଟିକା* ଲ
୪. ଦିନର ପ୍ରଥମ କାର୍ଯ୍ୟ ଅର୍ଥାତ୍ ଶଯ୍ୟାତ୍ୟାଗ ପରେ ପ୍ରଥମେ *ଶୋଇଥିବା ବିଛଣା ସଜାଡି ରଖିବା* l ଯାହା ପୁଣିଥରେ ରାତ୍ର ସମୟରେ ବ୍ୟବହାର ହୋଇପାରିବ l (ଏହା ଆପଣଙ୍କ ଦିନର *ପ୍ରଥମ କାର୍ଯ୍ୟ ସମ୍ପୁର୍ଣ୍ଣ ସମ୍ପାଦନର ସୁଚନା* ଅଟେ)
୫. ଶୋଇବା ସମୟରେ *ବାମ କଡକରି* ଶୋଇବା ଓ ଉଠିବା ସମୟରେ *ଡାହାଣ କଡକରି* ଉଠିବା, ଏହା ଶରୀର ସୁସ୍ଥତାର ଅନୁଭବ କରାଇଥାଏ ଲ
୬. ଏକ ନୁତନ ଦିନର ଶୁଭାରମ୍ଭ କରୁଥିବାରୁ ଶଯ୍ୟାରେ ବସି ପ୍ରଥମେ *ପରମେଶ୍ୱର* ଙ୍କୁ ଧନ୍ୟବାଦ ଦେବା
୭. ଶୋଇବା ସମୟରେ ନିକଟରେ ରଖିଥବା ଗୋଲ୍ ଢାଳର ପାଣି ସକାଳୁ ଉଠି *ପାଟି ଲଗାଇ (ଓଠ ପାଣି ପାତ୍ର ରେ ଲଗାଇ)* ଧିରେ ଧିରେ ପିଇବା l(ଏହାର ପରିମାଣ *୪ ଗ୍ଲାସ୍ ବା ୧ଲିଟର୍* ରୁ ଅଧିକ ହେଲେ ଅତି ଉତ୍ତମ) ଏହା ଫଳରେ ଶୌଚ ଉତ୍ତମ ହେବ ଓ ଶରୀର ଅନେକ ଦିନ ପର୍ଯ୍ୟନ୍ତ ସୁସ୍ଥ ରହିବ ଲ
୮. ପାଟିରେ ୨ ଚାମଚ୍ ପାଣି ରଖି, ଆଖି ଖୋଲାରଖି ବାରମ୍ବାର ପାଣି ମୁହଁରେ ଛାଟିବା, ପରେ ସେହି ପାଣି (ପାଟି ଭିତରେ ଥିବା) କୁ କୁଳିକରି ଫୋପାଡି ଦେବା l*(ଆଖିକୁ ଭଲ ଦେଖାଯିବ, ମୁଣ୍ଡର ବାଳ ଝଡିବା କମିଯିବ)*
୯. ପ୍ରତିଦିନ ବ୍ୟାୟାମ, ଆସନ, ପ୍ରାଣାୟମ ସହ ୧କିମି ରୁ (ଯିବା ଆସିବା ମିଶି) ଅଧିକ *ଚାଲିବା* (ସକାଳେ କିମ୍ବା ରାତ୍ର ଭୋଜନପରେ) ଉଚିତ୍ lପ୍ରାତଃ ଭ୍ରମଣ ସମୟରେ କଣ ସବୁ କରିବା ଉଚିତ୍ ଓ କଣ କରିବା ଉଚିତ୍ ନୁହଁ ପରବର୍ତ୍ତି msg ରେ ଦେଖିବା ଲ
*ଶ୍ରୀ ରାମକୃଷ୍ଣ ଚୌଧୁରୀ* (ୱେଲ୍ନେସ୍ କୋଚ୍)*ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ବାଲିମେଳା*