Search
Close this search box.

ସେମିକଣ୍ଡକ୍ଟରର ସ୍ବାବଲମ୍ବନ ଉପରେ ପାଠଚକ୍ର।

0
SHARES
11
VIEWS

(ଯେ କୌଣସି ସ୍ଥିତିରେ ବିଦ୍ୟୁତଶକ୍ତିର ସୀମିତ ପରିବହନ କରୁଥିବା ପଦାର୍ଥ ଦ୍ବାରା ବିକଶିତ ଭାରତର ସ୍ବପ୍ନ – ଡ. ଚୌଧୁରୀ)

ଆସିକା ତା ୧୩/୩ : ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସେମିକଣ୍ଡକ୍ଟର ପରିକଳ୍ପନାକୁ ସାକାର କରିବା ପାଇଁ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ଚୌଧୁରୀଙ୍କ ତତ୍ତ୍ବାବଧାନରେ ସେମିନାର ହଲ୍ ଠାରେ ଏକ ପାଠଚକ୍ର ଆୟୋଜନ କରାଯାଇଥିଲା। ଆଜି ନୂଆ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସେମିକଣ୍ଡକ୍ଟର (ଯେ କୌଣସି ସ୍ଥିତିରେ ବିଦ୍ୟୁତ ଶକ୍ତିର ସୀମିତ ପରିବହନ କରୁଥିବା ପଦାର୍ଥ)ର ଉଦ୍ଘୋଷଣାକୁ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯାଇଥିଲା। ଏଥିରେ ଭାରତର ପ୍ରାୟ ଷାଠିଏ ହଜାରରୁ ଅଧିକ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ଦୂରଦର୍ଶନ ତଥା ମୋବାଇଲ୍ ମାଧ୍ୟମରେ ନୀରିକ୍ଷଣ କରିଥିଲେ। ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତ କିପରି ବିକସିତ ଏବଂ ସ୍ବାବଲମ୍ବୀ ହୋଇପାରିବ ସେଥିପାଇଁ ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ଚୌଧୁରୀ ମତବ୍ୟକ୍ତ କରିଥିଲେ। ସେ ଲିଥିୟମ ବ୍ୟାଟେରୀ ଏବଂ ସୌର ଶକ୍ତିର ଉପଯୋଗ ଉପରେ ମହତ୍ବ ଦେବା ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ପାଠଚକ୍ର ମାଧ୍ୟମରେ ଅବଗତ କରାଇଥିଲେ। ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ସେମିକଣ୍ଡକ୍ଟରର ଅନ୍ବେଷଣକୁ ପ୍ରୋତ୍ସାହନ କରାଯାଇଥିଲା। ଏଥି ପାଇଁ ସେ ଯୁବାଶକ୍ତିକୁ ଜାଗ୍ରତ ହେବା ପାଇଁ କହିଥିଲେ। ସଂପ୍ରତି ଜାଗତିକ କ୍ଷେତ୍ରରେ ସେମିକଣ୍ଡକ୍ଟର ଦ୍ବାରା ଦୁଇ ଚକିୟା, ଚାରି ଚକିୟା ଯାନର ଚାହିଦା ରହିଥିବା ବେଳେ ଲିଥିୟମ ବ୍ୟାଟେରୀ ଏବଂ ସୌରଶକ୍ତିର ଆବଶ୍ୟକତାକୁ କେବେ ହେଲେ ଭୁଲି ହେବ ନାହିଁ। ସେଥିପାଇଁ ମୋଦୀଙ୍କ ଏହି ପ୍ରୟାସକୁ ସଫଳ ରୂପାୟନ ଦେବା ପାଇଁ ଏହି ପାଠଚକ୍ର ସଂପାଦିତ ହୋଇଥିଲା। ସେମିକଣ୍ଡକ୍ଟରର ଅସରନ୍ତି ଭଣ୍ଡାର ଭାରତବର୍ଷରେ ମହଜୁଦ ଥିବା ବେଳେ ତଥାପି ଏହାର ବ୍ୟବହାର ହୋଇପାରୁ ନାହିଁ ବୋଲି ସେ କହିଥିଲେ। ୟାଇଆରସି କାଁଉସେଲର ରାଜେଶ୍ କୁମାର ସାହୁ, ଡ. ଅଜିତ୍ କୁମାର ମୁନି ଏବଂ ଏନଏସ୍ଏସ୍ ପ୍ରୋଗ୍ରାମ ଅଫିସର ଚ଼ନ୍ଦନ ମାରାଣ୍ଡି ସହଯୋଗ କରିଥିଲେ। ଉକ୍ତ ପରିପ୍ରେକ୍ଷୀରେ ମହାବିଦ୍ୟାଳୟର ପ୍ରାୟ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

    Related News

    Follow Us