Search
Close this search box.

ଗୁଡ଼ାରୀରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ

0
SHARES
2
VIEWS

ରାୟଗଡ଼ା/ଗୁଡ଼ାରୀ : ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ସଦର ମହକୁମା ସ୍ଥିତ ନୂଆଁ ବସ୍ ଷ୍ଟାଣ୍ଡ ପରିସରରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭର୍ଚୁଆଲ ମାଧ୍ୟମରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଗୁଡ଼ାରୀ ବ୍ଳକ ପ୍ରଶାସନ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାମେଶ୍ବର ପ୍ରଧାନ ଯୋଗ ଦେଇଥିବା ବେଳେ ବିଡ଼ିଓ ସୁଶ୍ରୀ ଅନିଶା ଦାସଙ୍କ ତତ୍ବାବଧାନରେ ସଭାପତି ସମିତି ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀ ଶବର, ସମ୍ମାନୀତ ଅତିଥି ଭାବେ ଉପାଧ୍ୟକ୍ଷ ଶ୍ରୀ ବିଶ୍ଵନାଥ ଶବର,ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପତି କ୍ରାସ୍କା, ବିପିଏମ ଓଡ଼ିଶା ଜୀବିକା ମିଶନ,ଶ୍ରୀ ମାନସ ରଞ୍ଜନ ବାରିକ,ସିଡପିଓ ଶ୍ରୀମତି ସବିତା ବ୍ରହ୍ମା, ଭାରାପ୍ରାପ୍ତ ଥାନା ଅଧିକାରୀ ଶ୍ରୀମତି ସମର୍ପିତା ସ୍ବାଇଁ ଉପସ୍ଥିତ ରହିଥିଲେ । ଅତିଥି ମାନଙ୍କ ଦ୍ଵାରା ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥଲେ । ଏହି ପରିପ୍ରେକ୍ଷୀରେ ବ୍ଳକର ୯ ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟସଭ୍ୟା ,ପଞ୍ଚାୟତ ନିର୍ବାହୀ ଅଧିକାରୀ, ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟର ସୁପର ଭାଇଜର, ଅଙ୍ଗନବାଡ଼ି କର୍ମୀ,ମିଶନ ଶକ୍ତି ଦ୍ଵାରା ପରିଚାଳିତ ଏମବିକେ, ସିଆରପି ଓ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ,ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ଜିଲ୍ଲା ଉପସଭାପତି ଶ୍ରୀ ସନ୍ତୋଷ କୁମାର ମହାନ୍ତି, ଜିଲ୍ଲା ବିଜେଡି ଯୁବ ଉପସଭାପତି ଶ୍ରୀ କେଦାରନାଥ ସାହୁ, ଜିଲ୍ଲା ସଂପାଦକ ଶ୍ରୀ ଏମ୍ ପ୍ରସାଦ ରାଓ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଟୁନା ଗୋୖଡ, ସମେତ ଦଳୀୟ କର୍ମୀମାନଙ୍କ ଉପସ୍ଥିତ ରହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ସ୍ତରୀୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଗୁଡ଼ିକୁ ଭର୍ଚୁଆଲ ମାଧ୍ୟମରେ ପ୍ରଦର୍ଶିତ କରାଇବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା “ଆମ ଓଡ଼ିଶା ନବୀନ ଓଡ଼ିଶା” ର ଶୁଭ ଉଦ୍ଘାଟନ ହୋଇଥିଲା ।

    Related News

    Follow Us