ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଦକ୍ଷିଣ ନରସିଂହ ପୂର୍ ଗ୍ରାମ ପଞ୍ଚାୟତ ଓଲ୍ଡାଙ୍ଗ ଗ୍ରାମରେ ପ୍ରିୟବ୍ରତ ସ୍ୱାଇଁ ଙ୍କ ଚାଷକାମ କରିବା ପାଇଁ ଶ୍ରମିକ ଭାବେ ଗରଡି ପଞ୍ଚାୟତର ଅସ୍ତରଖି ଗ୍ରାମ ରୁ ଚାରିଜଣ ଆସିଥିଲେ। ଦୁଇ ଜଣ ଅନ୍ୟ ବିଲରେ କାମ କରୁଥିବା ବେଳେ ,ଭୀମ ମାଝୀ ଓ ତାଙ୍କ ପତ୍ନୀ ସୀତା ମାଝୀ ପ୍ରିୟବ୍ରତଙ୍କ ବିଲ କୁ ଯିବା ସମୟରେ ଅଚାନକ ବଜ୍ରପାତ ହେବାରୁ ସଂଜ୍ଞା ହିନ ହୋଇ ଯାଇଥିଲେ।ସଂଜ୍ଞା ହିନ ଅବସ୍ଥାରେ ନୀଳଗିରି ଡାକ୍ତର ଖାନା କୁ ୧୦୮ଯୋଗେ ବିଲ ମାଲିକ ନେଇଯାଇଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନୀଳଗିରି ରୁ ବିସ୍ମୟ କୁମାର୍ ମଲ୍ଲିକ ଙ୍କ ରିପୋର୍ଟ୍ ସଂଘର୍ଷ ଟିଭି।