Search
Close this search box.

ପୁରୁଷୋତ୍ତମପୁର ବ୍ଳକରେ ନୂତନ ବିଡ଼ିଓ ଙ୍କ ଯୋଗ ଦାନ

0
SHARES
1
VIEWS

ପୁରୁଷୋତ୍ତମପୁର ବ୍ଳକରେ ନୂତନ ବିଡ଼ିଓ ଭାବେ ପୁରୀଜିଲ୍ଲା କୃଷ୍ଣ ପ୍ରସାଦ ବ୍ଳକରେ ଅବସ୍ଥାପିତ ଥିବା  ମନୋଜ କୁମାର ନାୟକ ଆଜି ଏଠାରେ କାର୍ଯ୍ୟରେ ଯୋଗ ଦେଇଛନ୍ତି | ଏଠାରେ ଥିବା ବିଡ଼ିଓ ବିଜୟ କୁମାର ବେହେରା ଙ୍କ କୃଷ୍ଣ ପ୍ରସାଦ ବ୍ଲକ କୁ ବଦଳି ହୋଇଛି |    ତେବେ ନୂତନ ବିଡ଼ିଓ  ମନୋଜ କୁମାର ନାୟକ ଙ୍କୁ ବ୍ଲକ ଅଧକ୍ଷା  ପିଙ୍କି ବେହେରା, ଗଞ୍ଜାମ ଜିଲ୍ଲା ବିଜେଡି ସମ୍ପାଦକ ତଥା ଜୀବନ ବିନ୍ଦୁ ର ସହ ସଂଯୋଜକ ନିର୍ମଳ ଚନ୍ଦ୍ର ସାହୁ, ଜଗତ ବନ୍ଧୁ ପଣ୍ଡା, ସରପଞ୍ଚ ସଭାପତି ସୁଧାକର ଗୌଡ଼, ଙ୍କ ସହ ବହୁ ସରପଞ୍ଚ ସମିତି ସଭ୍ୟ, ସଭ୍ୟା ଉପସ୍ଥିତ ରହି ବିଡ଼ିଓ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଥିଲେ | ବିଡ଼ିଓ ମନୋଜ କୁମାର ନାୟକ ଙ୍କ ଉତ୍ତମ ବ୍ୟବହାର, କାର୍ଯ୍ୟ ଦକ୍ଷତା, ମିଷ୍ଟ ଭାଷା, ସର୍ବୋପରି ଲୋକ ସମ୍ପର୍କ  ନିଶ୍ଚିତ ଭାବେ  ଜନ ପ୍ରତିନିଧି ତଥା ଲୋକଙ୍କୁ ଆକୃଷ୍ଟ କରିଥିବାର ଉପସ୍ଥିତ ବ୍ୟକ୍ତି ବିଶେଷ ମାନେ ମତ ଦେଇଛନ୍ତି |  ବିଡ଼ିଓ ଙ୍କ କହିବା କଥା ବିଶେଷ କରି ସେ ମହିଳା, ଭିର୍ଣ୍ଣକ୍ଷମ, ଅସହାୟ, ଗରିବ ଓ ନ୍ୟାୟ ଅପେକ୍ଷାରେ ଥିବା ଜନସାଧାରଣ ଙ୍କ ସବୁ ଅଭିଯୋଗ, ଶୁଣି ପ୍ରଥମେ ସେମାନଂକୁ ଅଗ୍ରାଧିକାର ଦେବେ | ତାସହିତ 26 ଗୋଟି ପଞ୍ଚାୟତ ର ଲୋକଙ୍କ କେଉଁଭଳି ସରକାରଙ୍କ ବିକାଶ ମୁଖୀ ଯୋଜନାକୁ କାର୍ଯ୍ୟକାରୀ କରାଯାଇ ପାରିବ ତାଉପରେ ସେ ସମସ୍ତ ଜନ ପ୍ରତିନିଧି ମାନଙ୍କ ସହ କଥା ବାର୍ତ୍ତା କରି ସବୁ ସମସ୍ୟା ର ସମାଧାନ ଉପରେ ଗୁରୁତ୍ୱ ଦେବେବୋଲି ମତ ଦେଇଛନ୍ତି |

    Related News

    Follow Us