Search
Close this search box.

ଜାତିଗତ ଆରକ୍ଷଣ କୁ କାଏମ ରଖିବାକୁ ଅଣ୍ଟାଭିଡ଼ିଲା ମିଳିତ କ୍ରିୟାନୁଷ୍ଠାନ କମିଟି ଯୋଡ଼ା

0
SHARES
1
VIEWS

ଯୋଡ଼ା ୧୮/୦୮/୨୦୨୪(ସଂଘର୍ଷ ରମେଶ) ଭାରତ ସ୍ୱାଧୀନତାଲାଭ କଲା ପରେ ବାବା ସାହେବ ଡା ଭୀମ ରାଓ ଆମ୍ବେଦକର ଙ୍କ ଦ୍ୱାରା ଲିଖିତ ସମ୍ବିଧାନରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମୁଦାୟ ର ଲୋକମାନେ ସାମାଜିକ, ଶିକ୍ଷଗତ ଏବଂ ଅର୍ଥନୈତିକ ସ୍ତରରେ ପଛୁଆ ହୋଇଥିବାରୁ ସେମାନଙ୍କ ପାଇଁ ଜାତିଗତ ଆରକ୍ଷଣ ର ବ୍ୟବସ୍ଥା ଲାଗୁ କରାଯାଇଥିଲା |ତେବେ ନିଶ୍ଚିତ ଭାବେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମୁଦାୟ ର ଲୋକ ମାନେ ଅଧିକ ମାତ୍ର ରେ ସୁଯୋଗ ପାଇବେ ଏବଂ ସମାଜ ରେ ତାଙ୍କର ଉତ୍ଥାନ ହୋଇ ପାରିବ ଏହି ଚିନ୍ତାଧାରା ନେଇ ଆରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଥିଲା ।ଗତ ତା ୦୧/୦୮/୨୦୨୪ ରିଖ ଦିନ ଦେଶର ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟର ସତ ଜଣିଆ ଖଣ୍ଡପୀଠ ର ବିଚାରପତି ମାନେ ଏକ ବଡ଼ ନିଷ୍ପତି ନେଇଥିଲେ ଯେଉଁଥିରେ ଉଲ୍ଲେଖ ଥିଲା ଯେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଙ୍କ ମଧ୍ୟରେ କ୍ରୀମି ଲେୟାର ବା ବର୍ଗୀକାରଣ କୁ ପ୍ରବେଶ ବା ଲାଘୁ କରେଇବା। ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟ ଙ୍କ ଏହି ନିଷ୍ପତିକୁ ଲୋକସଭା, ରାଜ୍ୟସଭା ର ଆଦିବାସୀ ଏବଂ ଦଳିତ ସାଂସଦ ମାନେ ବିରୋଧ କରିଥିଲେ। ତେଣୁ ସାରା ଭାରତ ବର୍ଷର ଅନୁସୂଚିତ ଜାତି ,ଅନୁସୂଚିତ ଜନଜାତି ବର୍ଗର ଲୋକମାନେ ଜାତି ଭିତରେ କ୍ରୀମିଲେୟାର କୁ ବିରୋଧ କରିବା ପାଇଁ ଆସନ୍ତା ୨୧/୦୮/୨୦୨୪ ରିଖ ଦିନ ୨୧ ଘଣ୍ଟିଆ ଭାରତ ବନ୍ଦ ଆନ୍ଦୋଳନ କରିବାକୁ ଯାଉଛନ୍ତି। ସେହିଭଳି ସାମ୍ପ୍ରତିକ ପରିସ୍ଥିତି ରେ କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାର ୧୧ ନମ୍ୱର ୱାର୍ଡ ସ୍ଥିତ ପାତ୍ର ତନ୍ତୀ କଲ୍ୟାଣ ସମିତି କାର୍ଯ୍ୟଳୟ, ଯୋଡ଼ା ଠାରେ ରବିବାର ଅନୁସୂଚିତ ଜାତି ଓ ଜନଜାତି ର ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆସନ୍ତା ୨୧ ଅଗଷ୍ଟ ୨୦୨୪ ତାରିଖ ଦିନ ହେବାକୁ ଥିବା ଭାରତ ବନ୍ଦ ଆନ୍ଦୋଳନକୁ ସମର୍ଥନ କରିବା ସହିତ ଚମ୍ପୁଆ ଉପଜିଲ୍ଲାପାଳ ଙ୍କ ଜରିଆରେ ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି,ଯୋଡ଼ା ନାମକ ସଂଗଠନ ମାଧ୍ୟମ ରେ ଭାରତର ମାନ୍ୟବର ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ ଓଡ଼ିଶାର ମାନ୍ୟବର ରାଜ୍ୟପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀ ଓ କେନ୍ଦୁଝର ଜିଲ୍ଲାପାଳ ଙ୍କ ଉଧେଶ୍ୟ ରେ ଜାତିଗତ ଆରକ୍ଷଣ ବ୍ୟବସ୍ଥା କୁ କାଏମ ରଖିବାକୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସଂଗଠନର ସଦସ୍ୟ ମାନଙ୍କ ଦ୍ଵାରା ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ରବିବାର ଦିନ ର ଆୟୋଜିତ ସଭାରେ ସର୍ବ ସମ୍ମତିକ୍ରମେ ପ୍ରସ୍ତାବ ପାରିତ ହୋଇଥିଲା |

    Related News

    Follow Us