Search
Close this search box.

ଯୋଡା ଖଣି ଉପ ନିର୍ଦ୍ଦେଶକଙ୍କୁ ଭେଟିଲେ ଟ୍ରକ୍ ମାଲିକ ସଙ୍ଘ

0
SHARES
16
VIEWS

ଯୋଡା,୨୩/୨(ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଯୋଡା ଖଣି ଅଞ୍ଚଳରେ ଟ୍ରକ୍ ଦ୍ଵାରା ହେଉଥିବା ଚୋର। ଖଣିଜ କାରବାର କୁ ରୋକିବା ପାଇଁ ଯୋଡା ଖଣି ଉପ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଥିବା ନୂତନ ନିୟମ କୁ ତର୍ଜମା କରି ପଦକ୍ଷେପ ନେବା ପାଇଁ ଶୁକ୍ରବାର ଟ୍ରକ୍ ମାଲିକ ମାନେ ଯୋଡା ଖଣି ଉପ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।ଯୋଡା ଟ୍ରକ୍ ମାଲିକ ସଙ୍ଘ ସଭାପତି ମାତା ପ୍ରସାଦ ଜୟ ସ୍ଵ।ଲ୍,ସମ୍ପାଦକ ସୁଶାନ୍ତ କୁମାର ବାରିକ,କୋଷାଧ୍ୟକ୍ଷ ରାଜେଶ୍ ରୋଷନ୍ ,ଅଶୋକ କ।ରୁଆ ,ଆଞ୍ଚଳିକ ଟ୍ରକ୍ ମାଲିକ ସଙ୍ଘ ଉପ ସଭାପତି ଅର୍ଜୁନ ମୁଣ୍ଡା,ସମ୍ପାଦକ ରାଜେନ୍ଦ୍ର ବାରିକ, ଗୋବିନ୍ଦ ଖିଲାର ,ମନବୋଧ ବେହେରା,ଓ ମାଇଂନିଂ ଏରିଆ ଟ୍ରକ୍ ମାଲିକ ସଙ୍ଘ ର ସହ ସମ୍ପାଦକ ଅଜୟ ସିନା ଙ୍କ ସମେତ କିଛି ଟ୍ରକ୍ ମାଲିକ ଖଣି ଉପ ନିର୍ଦ୍ଦେଶକ ଦିନେଶ ଅଗ୍ରୱାଲ ଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ ,ଟ୍ରକ୍ ଦ୍ଵାରା ଖଣିଜ ପରିବହନ ରେ ସ୍ବଚ୍ଛତା ଆଣିବା ପାଇଁ ଖଣି ବିଭାଗ ପକ୍ଷରୁ ଗତ ଜାନୁଆରୀ ମାସ ୨୨ତାରିଖରେ ରେ ଏକ ଗାଇଡ ଲାଇନ ଜାରି କରାଯାଇଛି ।ଉକ୍ତ ଗାଇଡ ଲାଇନ ରେ ଦର୍ଶା ଯାଇଥିଲା ,ଖଣି ରୁ ଖଣିଜ ପରିବହନ ସମୟରେ ଖଣି ବିଭାଗ ପକ୍ଷରୁ ଦିଆ ଯାଉ ଥିବା ଟ୍ରାଞ୍ଜିଟ ପାସ କୁ ଟ୍ରକ୍ ମାଲିକ ମାନେ ଚୋର। କାରବାର ଭଳି ଅସତ୍ ବ୍ୟବହାର ରେ ଲଗାଇ ପାରିବେ ନାହିଁ,ଯଦି କୌଣସି ଟ୍ରକ୍ ଏହି ନିୟମ ଉଲଙ୍ଘନ କରି ଥାଏ ,ତେବେ ସଂପୃକ୍ତ ଟ୍ରକ୍ ବିରୁଦ୍ଧରେ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯିବ ବୋଲି ବିଜ୍ଞପ୍ତି ଜାରି କରାଯାଇଛି ।ଯାହାକୁ ନେଇ ଟ୍ରକ୍ ମାଲିକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଏ ନେଇ ଟ୍ରକ୍ ମାଲିକ ମାନେ ଏହି ନିୟମ ର ତର୍ଜମ। କରି ଯେଉଁ ଟ୍ରକ୍ ପ୍ରକୃତରେ ନିୟମ ବିରୁଦ୍ଧ କାର୍ଯ୍ୟ କରିଥିବ,ସେହି ଟ୍ରକ୍ ବିରୁଦ୍ଧରେ ଏହି ନିୟମ ଲାଗୁ କରିବା ପାଇଁ କହିବା ସହିତ ଯେଉଁ ଟ୍ରକ୍ ପରିବହନ ସମୟରେ ଟ୍ର।ଞ୍ଜିଟ ପାସ ର ଅନ୍ୟ କୌଣସି ସାଧାରଣ ସମସ୍ୟା ଦେଖାଦେଲେ ଏହି ଜୋରିମାନା କୁ କୋହଳ କରିବା ପାଇଁ ଟ୍ରକ୍ ମାଲିକ ମାନେ ଖଣି ଉପ ନିର୍ଦ୍ଦେଶକ ଙ୍କୁ ନିବେଦନ କରିଥିଲେ । ଏହି ଆଲୋଚନା ପରେ ଟ୍ରକ୍ ମାଲିକ ମାନଙ୍କୁ ଯୋଡା ଖଣି ଉପ ନିର୍ଦ୍ଦେଶକ ଅଗ୍ରୱାଲ କହିଥିଲେ ଯେ,ଚୋର। ଖଣିଜ ପରିବହନ କାର୍ଯ୍ୟ କୁ ରୋକିବା ଦିଗରେ ଟ୍ରକ୍ ମାଲିକ ମାନଙ୍କୁ ସଚେତନ କରିବା ପାଇଁ ଏହି ନିୟମ ଜାରି କରାଯାଇଛି ।

    Related News

    Follow Us