ଯୋଡା:30/04 (ସଂଘର୍ଷ ରମେଶ) ଯୋଡା ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ମୃଦୁଳା ମହାନ୍ତିଙ୍କ ଚାକିରୀରୁ ଅବସର ଉପଲକ୍ଷେ ଏକ ସମ୍ବର୍ଦ୍ଧନା ସଭା କଲେଜରେ ଅନୁଷ୍ଠିତ ହେଇ ଯାଇଛି । ଏଥିରେ କଲେଜର ସମସ୍ତ କର୍ମଚାରୀଙ୍କ ସହିତ ଯୋଡାର ବହୁ ମାନ୍ଯଗଣ୍ଯ ବ୍ଯକ୍ତି, ବୁଦ୍ଧିଜୀବୀଙ୍କ ସହିତ କଲେଜର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଜିତୁ ପଟ୍ଟନାୟକ, ରୋଟାରିଆନ ବିକାଶ କୁମାର ମହାନ୍ତି, ରୋଟାରିଆନ ଜିତେନ୍ଦ୍ର କୁମାର ବୈଦ୍ୟ ପ୍ରମୁଖଙ୍କ ସହିତ ଅଧ୍ୟକ୍ଷାଙ୍କ ପରିବାର ସଦସ୍ୟ ଯୋଗ ଦେଇ ବିଦାୟୀ ଅଧ୍ୟକ୍ଷାଙ୍କୁ ଶୁଭେଛା ଓ କୃତଜ୍ଞତା ଜଣାଇ ଥଲେ ଏବଂ ନୂତନ ଭାବେ ମେ ପହିଲାରୁ ନିଯୁକ୍ତି ପାଇବାକୁ ଥିବା ଅଧ୍ୟକ୍ଷା ଜୟଶ୍ରୀ ମହାନ୍ତିଙ୍କୁ ସ୍ବାଗତ କରିଥିଲେ । ଏହି ସଭାରେ କଲେଜର ପ୍ରତିଷ୍ଠାତା ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜିତୁ ପଟ୍ଟନାୟକ, ଅସ୍ଥି ସଲ୍ୟ ବିଶେଷଜ୍ଞ ଡାକ୍ତର ଅନୀଲ କୁମାର ଦାଶ, ଆଇନଜୀବୀ ସୂର୍ଯ୍ୟକାନ୍ତ ତ୍ରିପାଠୀ, ସାମ୍ବାଦିକ ପ୍ରକାଶ କୁମାର ମହାନ୍ତି ଓ ସାରଦା ପ୍ରସନ୍ନ ଆଚାର୍ଯ୍ଯ ପ୍ରମୁଖ ନିଜର ମୂଲ୍ୟବାନ ବକ୍ତବ୍ଯ ରଖି ଅଧ୍ୟକ୍ଷାଙ୍କ 37 ବର୍ଷର ତ୍ଯାଗପୂତ ଚାକିରୀ ଜୀବନ ଉପରେ ଆଲୋକପାତ କରିଥିଲେ । ଏହି ସଭାରେ ଯୋଡା ଉତ୍କଳ ଦିବସ ଆୟୋଜନ ସମିତି ତରଫରୁ ସଂପାଦକ ବେଣୁଧର ବେହେରା, ଉପସଭାପତି ପ୍ରକାଶ କୂମାର ମହାନ୍ତି ଓମାନସ ମହାନ୍ତି ପ୍ରମୁଖ ବିଦାୟୀ ଅଧ୍ୟକ୍ଷାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କଲେଜର କର୍ମଚାରୀମାନଙ୍କ ତରଫରୁ ବିଦାୟୀ ଅଧ୍ୟକ୍ଷାଙ୍କୁ ଏକ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଏହି ବିଦାୟକାଳୀନ ସଭାରେ ସ୍ବାଗତ ଭାଷଣ ଦେଇଥିଲେ କଲେଜର ବରିଷ୍ଠ ଅଧ୍ୟାପିକା ଗୀତା ମିଶ୍ର, ସଭା ପରିଚାଳନା କରିଥିଲେ ଅଧ୍ୟାପକ ପବିତ୍ର ମୋହନ କର ଓ ଧନ୍ଯବାଦ ଅର୍ପଣ କରିଥିଲେ ଅଧ୍ୟାପକ ବିଭୂତି ଭୂଷଣ ମହାନ୍ତି ।