ଯୋଡା,୨୧/୦୪(ସଂଘର୍ଷ ରମେଶ)କେନ୍ଦୁଝର ଜିଲ୍ଲା ଖଣି ଉପତ୍ୟକା ଯୋଡା ଚଳିତ ଏପ୍ରିଲ ମାସ ରେ ଉତ୍ତପ୍ତ ହୋଇ ପଡ଼ିଛି ।ଏକଦା ଗ୍ରୀଷ୍ମ କାଳରେ ମଧ୍ୟ ଶୀତଳ ଅନୁଭୂତି ହେଉଥିବା ଖଣି ଉପତ୍ୟକା ରେ ଅଧୁନା ପ୍ରବଳ ତାତି ଅନୁଭୂତି ହେଉଛି ।ଚଳିତ ଏପ୍ରିଲ ମାସ ୨୦ତାରିଖ ଅପରାହ୍ନ ୨ଟା ବେଳେ ସର୍ବାଧିକ ତାପମାତ୍ର ୪୧.୭ଡିଗ୍ରୀ ରହିଥିବା ଏକ ବେସରକାରୀ ମେଟ୍ରୋଲୋଜି ବିଭାଗ ସୂତ୍ରରୁ ଜଣାପଡିଛି ।ଶନିବାର ଯୋଡା ,ବିଲେଇପଦ।,କ।ଳିମ।ଟି,ପ୍ରଭୃତି ଅଞ୍ଚଳରେ ଦ୍ୱିପ୍ରହର ରୁ ସନ୍ଧ୍ୟା ପର୍ଯ୍ୟନ୍ତ ଶୁନଶାନ୍ ହୋଇ ଯାଇ ଥିଲା ।ଏପରିକି ଖଣିଜ ପରିବହନ କରୁଥିବା ଭାରି ଯାନ ଗୁଡ଼ିକ ମଧ୍ୟ ରାସ୍ତା କଡ଼ରେ ଅଟକି ରହିଥିଲା ।ପ୍ରଚଣ୍ଡ ରୌଦ୍ରତାପ ଫଳରେ ବଜାରରେ ତରଭୁଜ ,ପଇଡ଼,ଆଖୁରସ,ପ୍ରଭୃତି ବିକ୍ରି ବୃଦ୍ଧି ପାଉ ଥିବା ବେଳେ ପାରମ୍ପରିକ ମୃଦୁ ପାନୀୟ ହାଣ୍ଡିଆ, ରସି,ପ୍ରଭୃତି ରାସ୍ତା କଡ଼ରେ ବିକ୍ରି ବୃଦ୍ଧି ପାଉଛି ।ତେବେ ଏକଦା ଗ୍ରୀଷ୍ମ ଋତୁ ରେ ଶୀତ ର ସ୍ପର୍ଶ ଦେଉଥିବା ଯୋଡା ହଠାତ୍ ଏପରି ଉତ୍ତପ୍ତ ବାୟୁ ମଣ୍ଡଳ କାହିଁକି ହେଉଛି ବୋଲି ପ୍ରଶ୍ନ କରିବାରୁ ପରିବେଶବିତ୍ ନୀଳାଦ୍ରି ବିହାରୀ ମିଶ୍ର କହିଛନ୍ତି ଯେ,କ୍ରମ ବର୍ଦ୍ଧିଷ୍ଣୁ ବନ।ଞ୍ଚଳରେ ଖଣି ଖନନ ହେତୁ ହଜାର ହଜାର ହେକ୍ଟର ପରିମିତ ଜଙ୍ଗଲ କାଟି ସଫା କରି ଦିଆ ଯାଉଛି,ହେଲେ କଟା ଯାଉ ଥିବା ଗଛ ଅନୁପାତରେ ବୃକ୍ଷ ରୋପଣ କରାଯାଉ ନାହିଁ ।ଅନ୍ୟ ପକ୍ଷରେ ସରକାରୀ ତହବିଲ କୁ ଅର୍ଥ ପ୍ରଦାନ କରି କାଟୁ ଥିବା ଗଛର ଜୋରିମାନା ଦିଆଯାଉଛି,ହେଲେ ବୃକ୍ଷ ରୋପଣ ହେଉ ନାହିଁ ।ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ,ପରିବେଶ ର ସନ୍ତୁଳନ କୁ ରକ୍ଷା କରୁଥିବା ଖଣି ଅଞ୍ଚଳରେ ଥିବା ସଂରକ୍ଷିତ ଜଙ୍ଗଲ ବୈତରଣୀ ସଂରକ୍ଷିତ ଜଙ୍ଗଲ (କ),(ଖ), ସିଦ୍ଧମଠ,ଠାକୁରାଣୀ ସଂରକ୍ଷିତ ଜଙ୍ଗଲ (କ),(ଖ), କ।ରୋ ସଂରକ୍ଷିତ ଜଙ୍ଗଲ,ସେରେଣ୍ଡ। ସଂରକ୍ଷିତ ଜଙ୍ଗଲ,ମ।ଲ।ଙ୍ଗଟୋଲି ବନାଞ୍ଚଳ, ବୋଲାଣୀ, ଲସର୍ଦା ଖଣ୍ଡବନ୍ଧ୍, ବନାଞ୍ଚଳ ରେ ବିପୁଳ ପରିମାଣରେ ଶାଳ,କେନ୍ଦୁ, ଅସନ,କୁସୁମ,ଚାହଁ।ର,ଶିଶୁ,କରଞ୍ଜ,ଜାମୁ,ତେନ୍ତୁଳି,ମହୁଲ, କୁରୁମ,ବରଗଛ,ପ୍ରଭୃତି କୁ କାଟି ବିସ୍ତୀର୍ଣ୍ଣ ଅଞ୍ଚଳରେ ଖଣି ଖନନ ଏପରି ଭାବେ କରାଗଲା ଯେ,ଏବେ ଭୂତଳ ଜଳ ବାହାରି ଆସୁଚି ।ଫଳରେ ଉତ୍ତାପ ବୃଦ୍ଧି ଋତୁ ଚକ୍ରରେ ଅନିୟମିତତା,ମୃତ୍ତିକା ଅବକ୍ଷୟ ପ୍ରଭୃତି ଏହି ଉତ୍ତାପ ବୃଦ୍ଧିରେ ସହାୟକ ହେଉଥିବା ପରିବେଶବିତ୍ ମିଶ୍ର କହିଛନ୍ତି ।ଏତଦବ୍ୟତୀତ ଜଙ୍ଗଲ ରେ ନିଆଁ ଲାଗିବା ମଧ୍ୟ ଉତ୍ତାପ ବୃଦ୍ଧି ର ଏକ ମୁଖ୍ୟ କାରଣ ରହିଛି । ଏଭଳି ଉତ୍ତାପ ଯୋଗୁଁ ଜନଜୀବନ ବ୍ୟାପକ ପ୍ରଭାବିତ ହେବାରେ ଲାଗିଚି ।ଗ୍ରୀଷ୍ମ ଦିନ ଆରମ୍ଭରୁ ତାତି ବୃଦ୍ଧି ଯୋଗୁଁଲୋକେ ପଦାକୁ ବାହାରିବ। କଷ୍ଟକର ହୋଇ ପଡ଼ିଛି ।ଯୋଡା ଖଣି ମଣ୍ଡଳରେ ପ୍ରାୟ ୪୦ହଜାର ହେକ୍ଟର ବନ୍।ଞ୍ଚଳ ରେ ଖଣି ଖନନ ହେଉଛି ।ଖଣି ଖନନ ହେବ। ପରେ ଖଣି ଲିଜଧ।ରି ମାନେ ଖନନ ବେଳେ ହୋଇଥିବା ଗର୍ତ୍ତ କୁ ନ ପୋତି ଖଣି ଛାଡି ଦେଉଛନ୍ତି ।ଫଳରେ ନିୟମାନୁଯାୟୀ ମାଇନିଙ୍ଗ ରିକ୍ଲାମେଶନ ପଦ୍ଧତିରେ ଅନିୟମିତତା ହେଉଛି ।ଏହା ମଧ୍ୟ ପରିବେଶ କୁ ସନ୍ତୁଳନ କରିବାରେ କାରଣ ସାଜିଛି ।ଏହିପରି କ୍ରମ ବର୍ଦ୍ଧିଷ୍ଣୁ ଖଣି ଖନନ ଓ ବ୍ୟାପକ ଜଙ୍ଗଲ ଧ୍ବଂସ ହେଲେ ଆଗାମୀ ପୀଢ଼ି,ବନ୍ୟଜନ୍ତୁ ପ୍ରଭାବିତ ହେବା ସହିତ ଜୈବ ବିବିଧତା ଦେଖା ଦେବ ବୋଲି ପରିବେଶ ବିତ ଉଦୟ ଶଙ୍କର ଆଚାର୍ଯ୍ୟ କହିଛନ୍ତି ।ଆଚାର୍ଯ୍ୟ କହିଛନ୍ତି ଯେ,ସ୍ଥିତି ସୁଧାରିବା ପାଇଁ ସରକାର ଏକ ସ୍ପଷ୍ଟ ନୀତି ଆଣିବା ସହିତ ବେସରକାରୀ ଉଦ୍ୟମ ହେବ। ଉଚିତ୍ ଏବଂ ଅମାନିଆ ଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦଣ୍ଡ ପ୍ରାବଧାନ କରାଯିବା ଉଚିତ୍ ବୋଲି କହି ଥିଲେ ।