Search
Close this search box.

ଜାତୀୟ ସ୍ତରରେ ଚମକିଲେ ଯୋଡ଼ାର ଯୁବ ଫୁଟବଲ ତାରକା

0
SHARES
3
VIEWS

କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଯୋଡ଼ା ଟାଟା ଷ୍ଟିଲ୍ ଫାଉଣ୍ଡେସନ ଦ୍ଵାରା ପ୍ରଶିକ୍ଷଣ ପରେ ରୂପଶ୍ରୀ, ପୁଷ୍ପା ଏବଂ ଦିଲସାନ ଏବେ ଚର୍ଚ୍ଚIରେ କେନ୍ଦୁଝର ଜିଲ୍ଲାର ଯୋଡ଼ା ଅଞ୍ଚଳର ତିନି ଜଣ ଉଦୀୟମାନ ଫୁଟବଲ ତାରକା – ରୁପଶ୍ରୀ ମୁଣ୍ଡା, ପୁଷ୍ପା ମୁଣ୍ଡା ଓ ଦିଲସାନ ବେହେରାଙ୍କୁ ନେଇ ଜାତୀୟ ସ୍ତରରେ ବ୍ୟାପକ ଚର୍ଚ୍ଚା ହେଉଛି। ନିଜ ପ୍ରତିଭା ବଳରେ ଜାତୀୟ ସ୍ତରରେ ସେମାନେ ପ୍ରବଳ ଉତ୍ସାହ ସୃଷ୍ଟି କରିଛନ୍ତି। ସେମାନଙ୍କ ଏହି ସଫଳତା ଆଖପାଖ ଯୁବବର୍ଗ ଙ୍କୁ ଉତ୍ସାହିତ କରିବା ସହ ଟାଟା ଷ୍ଟିଲ୍ ଫାଉଣ୍ଡେସନର ତୃଣମୂଳ କ୍ରୀଡ଼ା କାର୍ଯ୍ୟକ୍ରମ ଭୂମିକାକୁ ଦର୍ଶାଉଛି। ରୁପଶ୍ରୀ ମୁଣ୍ଡାଙ୍କ ଫୁଟବଲ୍ ଯାତ୍ରା ୨୦୧୯ରେ ଆରମ୍ଭ ହୋଇଥିଲା। ତୃଣମୂଳ ସ୍ତରରୁ ସେ ନିଜ ଯାତ୍ରା ଆରମ୍ଭ କରି କୋଚ ଦାବଲ ମହାକୁଡ଼ଙ୍କ ଦୃଷ୍ଟି ଆକର୍ଷଣ କରିିଥିଲେ। ପରବର୍ତୀ ସମୟରେ ସେ ତାଙ୍କୁ ଟାଟା ଷ୍ଟିଲ୍ ଫାଉଣ୍ଡେସନ ସହ ଯୋଡ଼ିଥିଲେ। ନିଜ ପ୍ରତିବଦ୍ଧତା ବଳରେ ସେ ୨୦୨୪ରେ ଜାତୀୟ ବାଳିକା ଫୁଟବଲ ଚମ୍ପିଆନ୍‌ସିପ୍‌ରେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲେ। ସେ ଗୋଆରେ ଅନୁଷ୍ଠିତ ୧୯ ବର୍ଷରୁ କମ ଭାରତୀୟ ଶିବିରରେ ସ୍ଥାନ ପାଇଥିଲେ ଏବଂ ନେପାଳରେ ୨୦୨୪ ଏସଏଏଫ ଟୁର୍ଣ୍ଣାମେଂଟ ମଧ୍ୟ ଖେଳିଥିଲେ। ଏହା ବ୍ୟତୀତ ରୁପଶ୍ରୀ୨୦୨୪ରେ ଭାରତୀୟ ଦଳ ପାଇଁ ଖେଳିଥିଲେ ଓ ରନର୍ସ ଅପ୍ (ଉପ ବିଜେତା) ହୋଇଥିଲେ। ସେହିପରି, ପୁଷ୍ପା ମୁ୍‌ଣ୍ଡା ଗମନାଗମନ ଆହ୍ୱାନ ସତ୍ତ୍ୱେ ସେ ଗୋଟିଏ ଦିନ ବି ତାଲିମ ଅଧିବେଶନରେ ଅନୁପସ୍ଥିତ ରହିନଥିଲେ। ପରିଶ୍ରମ ଓ ପ୍ରତିବଦ୍ଧତା ବଳରେ ସେ ଉଭୟ ନୂଆଦିଲ୍ଲୀର ସୁଦେବ ଫୁଟବଲ ସ୍କୁଲ ଓ କନିଷ୍ଟ କଟକ ଫୁଟବଲ ଏକାଡେମି ପାଇଁ ମନୋନୀତ ହୋଇଥିଲେ। ସୁଦେବ ଫୁଟବଲ ସ୍କୁଲର ୧୭ ବର୍ଷରୁ କମ ଦଳରେ ପୁଷ୍ପା ଚୟନ ହେବା ସହ ନିଜର ଉଦ୍ୟମ ଜରିଆରେ ସଫଳତାର ଯାତ୍ରା ବଜାୟ ରଖିଥିଲେ।ସେହିପରି ଦିଲସାନ ବେହେରା ହେଉଛନ୍ତି ଜଣେ ପ୍ରତିଭାବାନ କ୍ରୀଡ଼ାବିତ। ତାଙ୍କ ଘର ହେଉଛିକମରଯୋଡ଼ାୟୁଥଡେଭେଲପମେଂଟ୍ ଫୁଟବଲ ସେଂଟରରେ ସେ ନିଜର ଦକ୍ଷତା ବିକାଶ କରିଥିଲେ ଏବଂ ଜାମସେଦପୁର ଫୁଟବଲ କ୍ଲବ ପାଇଁ ଖେଳିଥିଲେ। ସୁଦେବ ଫୁଟବଲ ସ୍କୁଲର ୧୫ ବର୍ଷରୁ କମ ଟ୍ରାଏଲ ମ୍ୟାଚରେ ରେ ସେ ଭଲ ପ୍ରଦର୍ଶନ କରି ୨୦୨୪ରେ ହେବାକୁ ଥିବା ମ୍ୟାଚରେ ନିଜ ସ୍ଥାନ ପକ୍କା କରିଥିଲେ। ଏହି ଯୁବ କ୍ରୀଡ଼ାବିତମାନଙ୍କ ସଫଳତା ନିଜ ସ୍ୱପ୍ନ ପୂରଣ କରିବା ଲାଗି ଯୁବବର୍ଗଙ୍କ ଉତ୍ସାହହିତ କରୁଛି। ଏହା ପଛରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ତୃଣମୂଳ କାର୍ଯ୍ୟକ୍ରମ, ତାଲିମ ଓ ଭିତିଭୂମି ଭୂମିକା ଅତୁଳନୀୟ ରହିଛି । ଏହି କାର୍ଯ୍ୟକ୍ରମରେ ବର୍ତମାନ ଯୋଡ଼ା ଅଂଚଳର ୬୪ ଜଣ ବାଳିକାଙ୍କ ସହମେତ ୨୦୦ରୁ ଅଧିକ ପିଲାଙ୍କୁ ସହାୟତା ପ୍ରଦାନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଦକ୍ଷତା, ଗ୍ରାମୀଣ ଓ ଆଦିବାସୀ ପିଲାମାନଙ୍କ ପାଇଁ ସୁଯୋଗ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଉଛି।ଋୁପଶ୍ରୀ, ପୁଷ୍ପା ଓ ଦିଲସାନଙ୍କ କାହାଣୀ ଆମକୁ ଏକଥା ମନେ ପକାଇ ଦେଉଛି ଯେ ଅତ୍ୟନ୍ତ ଆହ୍ୱାପପୂର୍ଣ୍ଣ ପଥରେ ମଧ୍ୟ ନିଷ୍ଠା ରହିଲେ ଓ ସଠିକ୍ ସୁଯୋଗ ମିଳିଲେ ତାହା ଜାତୀୟ ସ୍ତରରେ ସଫଳତା ଓ ମାନ୍ୟତାରେ ରୂପାନ୍ତରୀତ ହୋଇପାରିବ।

    Related News

    Follow Us