Search
Close this search box.

ଯୋଡା ଫ୍ଲାଏ ଓଭର ପାଂଚ ମାସ ନପୁରୁଣୁଯାତାୟାତ ବନ୍ଦ କରି ମରାମତି କାର୍ଯ୍ୟ ଆରମ୍ଭ

0
SHARES
3
VIEWS

ଯୋଡା,୧/୦୭(ସଂଘର୍ଷ ରମେଶ)କେନ୍ଦୁଝର ଜିଲ୍ଲା ଯୋଡା ସହର ର ଫ୍ଲାଏ ଓଭର ନିର୍ମାଣ ଶେଷ ହେବାର ଏକ ବର୍ଷ ନ ପୁରୁଣୁ ଏହାର ସ୍ଥାୟୀତ୍ବ କୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଫ୍ଲାଏ ଓଭର ରାସ୍ତା ଫାଟି ଆଁ କରିଥିବା ବେଳେ ସ୍ଥାନେ ସ୍ଥାନେ କଂକ୍ରିଟ ଉଠି ଲୁହା ରଡ୍ ଦେଖାଯାଉଛି । ଏଣୁ ଯାନବାହାନ ଚଳାଚଳରେ ବିପଦ ଆଶଙ୍କା ଦେଖାଦେଇଛି ।ଏହି ଘଟଣା ଆଜି ଲୋକ ଲୋଚନ କୁ ଆସିବା ପରେ ଫ୍ଲାଏ ଓଭର ନିର୍ମାଣ କାରୀ ଠିକା ସଂସ୍ଥା ପକ୍ଷରୁ ଭାରିଜ।ନ ଚଳାଚଳ ବନ୍ଦ ରଖି ଏହାର ମରାମତି କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡିଛି ।ଲୋକଙ୍କ ଅଭିଯୋଗ ଅନୁଯାୟୀ,ଫ୍ଲାଏ ଓଭର ର ବିଭିନ୍ନ ସ୍ଥାନରେ ରାସ୍ତା ଫାଟି ଗର୍ତ୍ତ ସୃଷ୍ଟିବ ହୋଇ ଥିଲା ଏବଂ ଫ୍ଲାଏ ଓଭର ରେ ଯାନବାହାନ ଚଳାଚଳ ସମୟରେ ଦହଲୁ ଥିବା ଲୋକେ ସାମାଜିକ ଗଣ ମାଧ୍ୟମ ରେ ଭିଡିଓ ଭାଇ ରାଲ କରିଥିଲେ ।ଏହାପରେ ଜନସାଧାରଣ ରେ ଏ ନେଇ ଆତଙ୍କ ସୃଷ୍ଟି ହୋଇଥିଲା ।ଲୋକେ ଉକ୍ତ ଫ୍ଲାଏ ଓଭର ରାସ୍ତାରେ ଯିବା ଆସିବା ପାଇଁ ଅସୁରକ୍ଷିତ ମଣୁଛନ୍ତି ।କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଫ୍ଲାଏ ଓଭର ର ଅବସ୍ଥା ଯଦି ଖୁବ୍ କମ୍ ଦିନରେ ଏପରି ହୁଏ ,ତାହେଲେ ଏହାର ସ୍ଥାୟୀତ୍ବ କେତେ ବର୍ଷ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ତା ୧୧/୦୩/୨୦୨୪ ରିଖରେ ଓଡ଼ିଶା ର ଦୀର୍ଘତମ ଫ୍ଲାଏ ଓଭର କୁ ଉଦ୍ଘାଟନ କରାଯାଇଥିଲା ।୨.୯ କିମି ଲମ୍ବ ବିଶିଷ୍ଟ ଏହି ଫ୍ଲାଏ ଓଭର ନିମନ୍ତେ୨୫୦ କୋଟି ଟଂକା ବ୍ୟୟ ବରାଦ କରାଯାଇଥିଲା ।ବହୁ ଓଜନ ର ଭାର ସମ୍ଭାଳି ପାରିବ ଏବଂ ଏହାର ନିର୍ମାଣରେ ଲୁହା ବିୟରିଂ ସ୍ଥାନରେ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରାଯାଇ ରବର ବୀୟରିଂ ଲଗାଯାଇଛି ।ଏହାର ସ୍ଥାୟୀତ୍ବ ୧୦୦ ବର୍ଷ ରୁ ଉର୍ଦ୍ଧ୍ବ ରହିବ ବୋଲି ଓବୀସିସି ର ସାଧାରଣ ପରିଚାଳକ ନରସିଂହ ମହାନ୍ତ ସୂଚନା ଦେଇଥିଲେ ।ତେବେ ଶହେ ବର୍ଷ ନ ପୂରୁଣୁ ମାତ୍ର ଏକ ବର୍ଷ ମଧ୍ୟ ରେ ଫ୍ଲାଏ ଓଭର ଦହଲିବା ଘଟଣା ସାଧାରଣରେ ଚାନ୍ଚଲ୍ୟ ସୃଷ୍ଟି କରିଛି । କଂକ୍ରିଟ ରଡ୍ ବାହାରି ଦେଖା ଯାଉ ଥିବା ବେଳେ ଏହାକୁ ଲୁଚାଇବା ପାଇଁ ଠିକା ସଂସ୍ଥା ଚେଭରକ୍ସ ପକ୍ଷରୁ ଉଦ୍ୟମ ହେଉଥିଲେ ହେଁ ଏହି ଘଟଣା ଦାଣ୍ଡରେ ପଡ଼ି ହାଟରେ ଗଡିଲାଣି ।ବହୁ ଆଡମ୍ବର ରେ ଲଘୁ କ୍ରିୟା ଭଳି ସରକାରୀ ଗ୍ୟାରେଣ୍ଟି କାମ କଲା ନାହିଁ ।ନିର୍ବାଚନ ପୂର୍ବରୁ ତରବରିଆ ଭାବେ ଫ୍ଲାଏ ଓଭର କୁ ଅଧାପନ୍ତରିଆ କରି ସହର ର ସର୍ଭିସ ରୋଡ କୁ ସମ୍ପୂର୍ଣ ନ କଟିଏହାକୁ ଉଦ୍ଘାଟନ କରି ଦିଆ ଗଲା ।ତେବେ ଏ ନେଇ ଓଡ଼ିଶା ବ୍ରିଜ କନ୍ସଟ୍ରକ୍ସନ୍ କର୍ପୋରେସନ ଲିମିଟେଡ (ଓବିସି ସି ଏଲ) ପକ୍ଷରୁ ଠିକା ରେ ନେଇଥିବା ଚେଭରୋକସ କମ୍ପାନୀ ର ମାନବ ସମ୍ବଳ ଅଧିକାରୀ ଭାଗିରଥି ପଣ୍ଡା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,ସୁନା ନଦୀ ପୋଲ ରେ ନିର୍ମାଣ ହୋଇଥିବା ଛୋଟ ପୋଲ ର ପ୍ରୋଟେକ୍ସନ ୱାଲ୍ ପାଇଁ ଓ ସର୍ଭିସ ରୋଡ ପାଇଁ କଂକ୍ରିଟ ନିର୍ମାଣ କରାଯିବ। ପାଇଁ ଫ୍ଲାଏ ଓଭର ଉପରୁ ମେସିନ ଦ୍ବାରା କାର୍ଯ୍ୟ କରାଯିବା ହେତୁ ଫ୍ଲାଏ ଓଭର କୁ ବନ୍ଦ କରାଯାଇଥିଲା ।ଏହି ଅବସରରେ ଫ୍ଲାଏ ଓଭର ର ୱେରିଂ କୋଟ ମଧ୍ୟ ଲଗା ଯାଇଥିଲା ।ସେ ଆହୁରି ମଧ୍ୟ କହିଥିଲେ ଯେ, ଏହି ଫ୍ଲାଏ ଓଭର ର କ୍ଷମତା ୨୦୦ ମେଟ୍ରିକ୍ ଟନ୍ । ଏହା ଠାରୁ ଅଧିକ ଓଜନ ଲୋଡ ହେଲେ ଫ୍ଲାଏ ଓଭର ର ୱେରିଙ୍ଗ କୋଟ ଖରାପ ହୁଏ ।ତେବେ ଏହାକୁ ନିୟମିତ ଭାବେ ପରିବର୍ତ୍ତନ କରାଯାଇଥାଏ ।

    Related News

    Follow Us