ଯୋଡା,୨୮/୧(ସଂଘର୍ଷ ରମେଶ)କେନ୍ଦୁଝର ଜିଲ୍ଲା ଯୋଡା ସହର ରେ ଯୋଡା ମହୋତ୍ସବ ଦ୍ଵିତୀୟ ଦିନରେ ପାଳନ କରାଯାଉଛି । ଏହି ମହୋତ୍ସବ ର ଦ୍ଵିତୀୟ ଦିନରେ ଯୋଡା,ବଡ଼ବିଲ,ବିଲେଇପଦା ପ୍ରଭୃତି ସ୍ଥାନୀୟ ଅଞ୍ଚଳ ର ବିଭିନ୍ନ ନୃତ୍ୟ ଶିଳ୍ପୀ ଙ୍କ ଦ୍ଵାରା ନୃତ୍ୟ କଳା ପ୍ରଦର୍ଶନ କରାଯାଇଥିଲା । ଅପରାହ୍ନରେ ବଡି ବିଲଡ଼ିଂ ପ୍ରଦର୍ଶନ,ଲୋକ କଳା ପ୍ରଦର୍ଶନ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ପ୍ରାୟ ୭.୩୦ମିନିଟ୍ ସମୟ ରେ ଆୟୋଜିତ ଏକ ସଭା ରେ ମୁଖ୍ୟ ଅତିଥି ଭାବେ ଯୋଡା ଟାଟା ଷ୍ଟିଲ ମୁଖ୍ୟ ରାଜେଶ୍ କୁମାର,ସମ୍ମାନୀତ ଅତିଥି ଭାବେ ଖଣି ଲିଜ ଧାରୀ ତାରିଣୀ ପ୍ରସାଦ ମହାନ୍ତି,ମହୋତ୍ସବ କମିଟି ସମ୍ପାଦକ ସୁଶାନ୍ତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।ମୁଖ୍ୟ ଅତିଥି ରାଜେଶ୍ କୁମାର
କଳା, କ୍ରୀଡା ଅନ୍ୟାନ୍ୟ ଦକ୍ଷତା କ୍ଷେତ୍ରରେ ଯୋଡ଼ା ର ଯୁବତୀଯୁବକ ମାନେ ଯୋଡ଼ା ମହୋତ୍ସବ ମାଧ୍ୟମରେ ଆଗକୁ ଆସୁଛନ୍ତି | ଆଗାମୀ ଦିନରେ କଳା, ସଂସ୍କୃତି, କ୍ରୀଡା କ୍ଷେତ୍ରରେ ପ୍ରତିଭା ମାନେ ଦେଶରେ ସୁନାମ ଆଣିବେ,. ଯୋଡ଼ା ମହୋତ୍ସବ ବିଭିନ୍ନ କାର୍ଯ୍ୟକ୍ରମ କରି ଯୋଡ଼ା ପାଇଁ ଗୌରବ ଆଣି ଥିବା ତାଙ୍କ ବକ୍ତବ୍ୟ ରେ କହିଥିଲେ ।ଯୋଡା ର ସଫଳ ପରିବା ଚାଷୀ ଦମ୍ପତି ଗଙ୍ଗାଧର ବାନର। ଓ ତାଙ୍କ ପତ୍ନୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ ।ଏହି ଅବସରରେ ବଡି ବିଲଡ଼ିଂ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଦୀପକ ଦାସ,ଚୈତୁ ପେନ୍ଠେଇ ଓ ଅମନ୍ ରାଉତ ଓ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।ଶେଷରେ ମୁମ୍ବାଇ ରୁ ଆସିଥିବା ଇଣ୍ଡିଆନ ଆଇ ଡଲ ର ପ୍ରତିଯୋଗୀ ସ୍ୱନାମ ଧନ୍ୟ କଣ୍ଠଶିଳ୍ପୀ ଚେତନା ଭର ଦ୍ୱାଜ ଙ୍କ ଦ୍ଵାରା ସଂଗୀତ ପରିବେଷଣ କରାଯାଇଥିଲା, ଚେତନା ଭରଦ୍ବାଜ ଙ୍କ ଏହି ସଙ୍ଗୀତ କାର୍ଯ୍ୟକ୍ରମ କୁ ଯୋଡା ଜନସାଧାରଣ ଖୁବ ଉପଭୋଗ କରିଛନ୍ତି, ତେବେ ତୃତୀୟ ଦିନ ବା ଉଦଯାପନୀ ଦିବସ ର ଅପରାହ୍ଣ ରେ ଯୋଡା ସହର ର 30 ପ୍ରଜାତି ର କୁକୁର ପ୍ରଦର୍ଶନୀ କରାଯାଇଥିଲା, କୁନି କୁନି କଳାକାର ଓ ଯୁବ କଳାକାର ଙ୍କ ମଧ୍ୟରେ ନୃତ୍ୟ ପରିବେଷଣ ର କାର୍ଯ୍ୟକ୍ରମ ରହିଥିଲା, ସନ୍ଧ୍ୟାରେ ଯୋଡା ମହୋତ୍ସବ ମଞ୍ଚ ରେ ଯୁବତୀ ଓ ଯୁବକ ଙ୍କ ମଧ୍ୟରେ ସୁନ୍ଦରୀ ଓ ସୁନ୍ଦର ଯୁବକ ପ୍ରତିଯୋଗୀତା ହୋଇଥିଲା, ଯୁବପିଢ଼ି ଏହି କାର୍ଯ୍ୟକ୍ରମ ର ଖୁବ୍ ଆନନ୍ଦ ଉଠାଇଥିଲେ, ସନ୍ଧ୍ୟା 7 ଟା ସମୟରେ ଏକ ଭବ୍ୟ ସଭାର ଆୟୋଜନ କରାଯାଇଥିଲା, ପରେ ସନ୍ଧ୍ୟା 7.30 ସମୟରେ ସା ରେଗାମାପା ର ପ୍ରତିଯୋଗୀ ଥିବା ଧୂରନ୍ଧର କଣ୍ଠଶିଳ୍ପୀ ଅବଦୁଲ ଶେଖ୍ ଙ୍କ ଦ୍ଵାରା ରଙ୍ଗାରଙ୍ଗ ମେଲୋଡି କାର୍ଯ୍ୟକ୍ରମ କରାଯାଇଥିଲା, ତେବେ ଏହି ଯୋଡା ମହୋତ୍ସବ ଯୋଡା ପରି ଖଣି ଅଞ୍ଚଳରେ ଖୁବ ଲୋକପ୍ରିୟ ହେବାସହ ତିନି ଦିନ ଧରି ଆନନ୍ଦ ଉଲ୍ଲାସ ରେ ଭରି ଦେବା ସହ ଯୋଡା ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି,,,