ବଡ଼ବିଲ/ଯୋଡ଼ା:୧୭/୦୧ କେନ୍ଦୁଝର ଜିଲ୍ଲା ଯୋଡ଼ା ସ୍ଥିତ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱର୍ (ଜେଏସପି) ଅଧିନସ୍ଥ କାସିଆ ଆଇରନ୍ ଏଣ୍ଡ ଡୋଲାମାଇଟ୍ ଖଣି ଠାରେ କମ୍ପାନୀ ଓ ଏଲ.ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ସହଭାଗିତାରେ ଗତ ଜାନୁଆରୀ ମାସ ୧୬ ଓ ୧୭ ତାରିଖ ଦୁଇଦିନ ଧରି ଟ୍ରକ ଚାଳକମାନଙ୍କ ନିମନ୍ତେ ଏକ ମାଗଣା ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରଟି ଏଲ.ଭି. ପ୍ରସାଦର ଅଭିଜ୍ଞ ଡାକ୍ତର ଓ ଟେକନିସିଆନମାନଙ୍କ ଦ୍ୱାରା ପରିଚାଳନା କରାଯାଇଥିଲା । କର୍ମଜୀବି ଟ୍ରକ ଚାଲକମାନେ ସଡ଼କରେ ଦିନ-ରାତି ଟ୍ରକ ଚଳାଇବା ଯୋଗୁଁ ପ୍ରଦ୍ୟୁଷଣ ଓ ଅନ୍ୟାନ୍ୟ ବିଭିନ୍ନ କାରଣରୁ ଯୋଗୁଁ ସେମାନଙ୍କ ଆଖିରେ ଅନେକ ସମସ୍ୟା ଦେଖାଦେଇଥାଏ । ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ହାନି ହୋଇଥାଏ । ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଜେଏସପି ଦ୍ୱରା ଉକ୍ତ ଶିବିର ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମଟିକୁ ଭଦ୍ରାସାହି ଟ୍ରକ ମାଲିକ ସଂଘର ସଭାପତି ସୁନୀଲ ଦତ୍ତ ଓ ସମ୍ପାଦକ ପୁରୁଷୋତ୍ତମ ବାରିକ ଉଦଘାଟନ କରିଥିବା ବେଳେ କମ୍ପାନୀର ମାନବ ସମ୍ବଳ ମୁଖ୍ୟ ଶ୍ରୀ ଆଶିଷ ରଞ୍ଜନ ମହାନ୍ତି, ଶ୍ରୀ ଗୌତମ ଚାଟାର୍ଜୀ, ଉପସଭାପତି, ଆଇଏମଓଜି ବିଭାଗ, ଶ୍ରୀ ରଣଜିତ ଚୌଧୁରୀ, କାଶିଆ ଖଣି ପରିଚାଳକ ଏବଂ କମ୍ପାନୀର ଅନ୍ୟାନ୍ୟ ପଦାଧିକାରୀ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।ଏହି ଶିବିରରେ ୨୫୦ରୁ ଉର୍ଦ୍ଧ୍ଵ ଟ୍ରକ ଚାଲକଙ୍କର ଚକ୍ଷୁ ପରୀକ୍ଷା କରାଯିବା ସହିତ ଚକ୍ଷୁର ଯତ୍ନ ନେବାକୁ ପରାମର୍ଶ ଦିଆଯାଇଥିଲା । କେନ୍ଦୁଝର ଜିଲ୍ଲାରେ ଅନେକ ଗୁଡିଏ ଖଣି ତଥା ଶିଳ୍ପ କମ୍ପାନୀ ଥାଇ ମଧ୍ୟ ଟ୍ରକ ଚାଳକ ମାନଙ୍କ ପାଇଁ ଏଭଳି କୌଣସି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରି ନଥିବାରୁ ଟ୍ରକ ଚାଳକ ଓ ଟ୍ରକ ମାଲିକ ସଂଘ ସବୁ କମ୍ପାନୀକୁ ଧନ୍ୟବାଦ ଦେବା ସହ ଏଭଳି କାର୍ଯ୍ୟକ୍ରମ ତଟ୍ରକ ଚାଳକଙ୍କ ଜୀବନ ରକ୍ଷା କରି ସେମାନଙ୍କ ପରିବାର ସବୁକୁ ବିପଦ ମୁଖରୁ ବଞ୍ଚାଇପାରିବ ବୋଲି ମତ ପ୍ରକାଶ କରିଛନ୍ତି ।