Search
Close this search box.

ଟାଟା ଷ୍ଟିଲ ଯୋଡା ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

0
SHARES
9
VIEWS

ଯୋଡା, ୨୧/୦୬ (ସଂଘର୍ଷ ରମେଶ)କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଯୋଡ଼ା ଟାଟା ଷ୍ଟିଲ ତରଫରୁ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ଯୋଡା ଠାରେ ଶୁକ୍ରବାର ପାଳିତ ହୋଇଯାଇଛି Iଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ରେ ଏକ ଯୋଗIଭ୍ୟାସ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା I ଏଥିରେ ଖଣ୍ଡବନ୍ଧ ଖଣି ମୁଖ୍ୟ ଜି ଭି ସତ୍ୟନାରାୟଣ, ଯୋଡା ଏବଂ ଖଣ୍ଡବନ୍ଧ ଖଣି ର ୱେଟ ପ୍ରୋସେସିଂ ମୁଖ୍ୟ ନାରାୟଣ ଶର୍ମI ଙ୍କ ସମେତ କମ୍ପାନୀ ର ପ୍ରାୟ 50 ଜଣ କର୍ମଚାରୀ ଯୋଗ ଦେଇ ଯୋଗ ଅଭ୍ୟାସ କରିଥିଲେ Iଯୋଗ ପ୍ରଶିକ୍ଷକ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗIଭ୍ୟାସ ସହ ପ୍ରାଣାୟାମ, ଏବଂ ଏହାର ଶରୀର ଉପରେ ଉପକାରିତା ସମ୍ପର୍କରେ ଆଲୋକପାତ କରାଯାଇଥିଲା I ଦୈନନ୍ଦିନ ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଯୋଗ ର ଆବଶ୍ୟକତା ସମ୍ପର୍କରେ ମଧ୍ୟ ସମସ୍ତଙ୍କୁ ସଚେତନ କରାଯାଇଥିଲା I
ଯୋଗ ର ବିଭିନ୍ନ ମୁଦ୍ରା ର ଭିନ୍ନ ଭିନ୍ନ ପ୍ରଭାବ ଶରୀର ଉପରେ ପଡୁଥିବାରୁ ଏହା ର ଦୈନନ୍ଦିନ ଅଭ୍ୟାସ ଦ୍ଵାରା କିପରି ନିରୋଗ ରହିହେବ ତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା I
ପରିଶେଷରେ ସମସ୍ତେ ଦୈନିକ ଯୋଗ ଅଭ୍ୟାସ କରି ଏକ ନିରୋଗ ଜୀବନ ଯାପନ କରିବା ପାଇଁ ଦୃଢୋକ୍ତି ପ୍ରକାଶ କରିଥିଲେ I

    Related News

    Follow Us