ପୁରୀ(sangharsatv) : – ଶ୍ରୀମନ୍ଦିରରେ ଭିତରେ ମହିଳା ଭକ୍ତଙ୍କ ଠାରୁ କାନଫୁଲ ଭିଡ଼ିନେଲା ଦୁର୍ବୁତ୍ତ କାନ କଟି ମହିଳା ଆହତ, ମେଡିକାଲରେ ଚିକିତ୍ସିତ lମହିଳା ଭକ୍ତଙ୍କ ପରିଚୟ ପଶ୍ଚିମବଙ୍ଗର କଳ୍ପନା ବିଶ୍ୱାସ (୫୫) l ଘଟଣାରୁ ପ୍ରକାଶ ଯେ ମହିଳା ଭକ୍ତ ତାଙ୍କ ସମୁଦି ତପନ ଘୋଷ ଓ ଅନ୍ୟ ସମ୍ପର୍କୀୟଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ l ଆଜିରାତି 7 ଟାରେ ଶ୍ରୀମନ୍ଦିରକୁ ଯାଇଥିଲେ। ମହାପ୍ରଭୁଙ୍କ ଦର୍ଶନ କରିବା ପୂର୍ବରୁ ବାହାର କାଠ ନିକଟରେ ହଠାତ ତାଙ୍କ କାନଫୁଲ କେହି ଦୁର୍ବୃତ୍ତ ଟାଣି ନେଇଥିଲା। ଏଥିରେ ତାଙ୍କ କାନ ରକ୍ତାକ୍ତ ହୋଇଥିଲା l ସେ ସେଠାରେ ପାଟି କରିଥିଲେ ମଧ୍ୟ ଭିଡ଼ ଭିତରେ କୌଣସି ପୁଲିସ ମଧ୍ୟ ଲୁଟେରାକୁ କାବୁ କରି ପାରିନଥିଲେ। ପରେ ସେ ମେଡିକାଲ ଆସି ଚିକିତ୍ସିତ ହୋଇଥିଲେ l କାନଫୁଲ ଦାମୀ ନଥିବାରୁ ସେ ଥାନାରେ ଜଣାଇ ନଥିଲେ l