Search
Close this search box.

ଚାନ୍ଦବାଲି ଥାନା ସମ୍ମୁଖରେ ଦଳିତ ମହିଳାଙ୍କୁ ପୋଲିସ ଘୋଷାଡ଼ି ନେବା ଘଟଣା

0
SHARES
20
VIEWS

ଚାନ୍ଦବାଲି ଥାନା ସମ୍ମୁଖରେ ଦଳିତ ମହିଳାଙ୍କୁ ପୋଲିସ ଘୋଷାଡ଼ି ନେବା ଘଟଣା -ଜଣେ ASI, ଜଣେ କନଷ୍ଟେବଲ୍ ଓ ଜଣେ ହୋମଗାର୍ଡଙ୍କୁ ବଦଳି, ଭଦ୍ରକ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କଲେ ଏସ୍‌ପି. ଜୁନ୍ ୨୫ ସନ୍ଧ୍ୟା ସମୟରେ ଘୋଷାଡ଼ି ଘୋଷାଡ଼ି ନେଇଥିଲା ପୋଲିସ

ଗତ ୨୫ ତାରିଖ ସନ୍ଧ୍ୟାରେ ରାଜନଗରର ଅଞ୍ଚଳର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ କିଏ ମାରପିଟ କରିଥିବା ନେଇ ଚାନ୍ଦବାଲି ଥାନାକୁ ଅଭିଯୋଗ କରିବା ପାଇଁ ଆସିଥିଲେ। ଏହି ସମୟରେ ଜଣେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଉଥିଲା। ସେ ଥାନା ସମ୍ମୁଖରୁ ଏକ ନୂଆ ଚପଲ ପିନ୍ଧି ଯାଇଥିବା ବେଳେ ଖୋଳକୁ ସେଠାରେ ଫୋପାଡ଼ି ଦେଇଥିଲେ। ଉକ୍ତ ଖୋଳରେ ମହିଳାଙ୍କ ଝିଅ ଖେଳିଥିଲା। ଝିଅ ଖେଳି ସାରିବା ପରେ ମହିଳା ଜଣଙ୍କ ଏହି ଖୋଳକୁ ଗେଟ୍‌ ପାଖକୁ ଫୋପାଡ଼ି ଦେଇଥିଲେ। ମାତ୍ର ଉକ୍ତ ଖୋଳକୁ ଡଷ୍ଟବିନରେ ପକାଇବାକୁ ଜଣେ କନଷ୍ଟେବଳ ମହିଳାଙ୍କୁ କହିଥିଲେ। ମାତ୍ର ସେ ମନା କରିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କନଷ୍ଟେବଳ ଉକ୍ତ ମହିଳାଙ୍କ ଗାଲକୁ ସାତଆଠ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି।

ପରେ ମହିଳା ଜଣଙ୍କ ପାଟି କରିବାରୁ କନଷ୍ଟେବଳ ଜଣକ ତାଙ୍କୁ ଏକ ବାଡ଼ିରେ ନିର୍ଧୂମ ପିଟିଥିଲେ। ଏହାପରେ ୩ ଜଣ ପୁଲିସ୍‌ ପହଞ୍ଚି ତାଙ୍କୁ ଜବରଦସ୍ତି ଟେକି ନେଇ ଥାନା ଗେଟ୍‌ ବାହାରେ ଛାଡ଼ି ଦେଇଥିଲେ। ଏହି ଟଣାଓଟରା ସମୟରେ ମହିଳାଙ୍କ ପିନ୍ଧା ଶାଢୀ ଚିରି ଯାଇଥିଲା। ଅସହାୟ ମହିଳାଙ୍କୁ ଜୋରଜବଦସ୍ତି ଭାବେ ଟେକି ଟେକି ନେଇ ଯିବାର ଏ ଭିଡିଓ ସୋଶାଲ ମିଡିଆ ଭାଇରାଲ ହୋଇଥିଲା। ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପରେ ଏହି ଘଟଣାରେ ପୁଲିସ କର୍ମଚାରୀଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି।

    Related News

    Follow Us