ବାଲେଶ୍ୱର ଜିଲ୍ଲା ରେମୁଣା ବାଳଗୋପାଳପୁର ଇମାମି ନଗରସ୍ଥିତ ଜଗନ୍ନାଥ ମହାପ୍ରଭୁଙ୍କ ୯ମ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇ ଅଛି .ସକାଳେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ସମସ୍ଥ ରୀତିନୀତି ସାଙ୍ଗକୁ ୧୦୮ କଳସଯାତ୍ରା , ବିଶ୍ବଶାନ୍ତି ନିମନ୍ତେ ଅଖଣ୍ଡ ମହାଯଜ୍ଞ , ଶ୍ରୀଜିଉ ମାନଙ୍କର ସୁନାବେଶ ସମେତ ହରିନାମ ସଂକୀର୍ତନରେ ମନ୍ଦିର ବେଢା ବେଶ ପ୍ରକମ୍ପିତ ହେଇ ଥିବାବେଳେ
ଜୟ ଜଗନ୍ନାଥ ଧ୍ଵନିରେ ବେଶ ଭାବାବେଗ ସୃଷ୍ଟି ହୋଇଥିଲା . ପ୍ରାତଃରୁ ହଜାର ହଜାର ଶ୍ରଦ୍ଧାଳୁ , ଜଗନ୍ନାଥ ପ୍ରେମୀ ପହଂଚି ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରି ବିଭୋରହେଇଥିଲେ
ମନ୍ଦିର ପ୍ରସାଶନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦ ସେବନ ଓ ପାନୀୟଜଳର ବ୍ୟବସ୍ଥା କରାଯାଇଇଥିଲା . ଶ୍ରୀ ଜଗନ୍ନାଥ ମନ୍ଦିର ମୁଖ୍ୟ ପୃଷ୍ଠପୋଷକ ତଥା ଇମାମି ଗ୍ରୁପର ନିର୍ଦେଶକ ଶ୍ରୀ ଶୋଷିଲା କୁମାର ଗୋଏଙ୍କା , ସ୍ଥାନୀୟ ପେପର ମୀଲର ସଭାପତି ଆଶିଷ ଅବିନାଶ ଗୁପ୍ତା ,ସହକାରୀ ଓପସଭାପତି ରାଜେଶ କୁମାର ମିତ୍ତଲ
ମୁଖ୍ୟ ପରିଚାଳକ ଡାକ୍ତର ୟୁସୁଫ ଅଲ୍ଲୀ ସୋଲଙ୍କି , ଡିଜିଏମ ଦେବବ୍ରତ ହୋତା , ଏ ଜି ଏମ ଓମ ପ୍ରକାଶ ଶର୍ମା , ମନ୍ଦିର ପ୍ରଶାସନିକ ଅଧିକାରୀ ନିଖିଳ ରଞ୍ଜନ ଦାସ ସାମନ୍ତରାୟ , ଏ ଜି ଏମ ତଥା ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ପାଢୀ ତଥା ବହୁ ପଦାଧିକାରୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ . ମନ୍ଦିର ମୁଖ୍ୟ ପୂଜକ ପ୍ରଦୀପ୍ତ କୁମାର ମିଶ୍ର ମହାପ୍ରଭୁଙ୍କର ସମସ୍ଥ ରୀତିନୀତି ସମାପନ କରିଥିଲେ . ରେମୁଣା ପୋଲିଶ ପ୍ରଶାସନ ତଥା ଇମାମି ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା