ପରିତ୍ୟକ୍ତ ସ୍ଥାନରେ ପଡିଛି ଶହ ଶହ ଷ୍ଟ୍ରିପ କ୍ୟାଲସିୟମ ଟେବଲେଟ ଆସିକା ୩୦/୦୯- ସରକାରକା ମାଲ ଦାରିଆ ମେ ଡାଲ ନୀତିରେ ଚାଲିଛି ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ l ସରକାର କୋଟି କୋଟି ଟଙ୍କା ବ୍ୟୟରେ ଜନସାଧାରଣ ଙ୍କୁ ବିନା ମୂଲ୍ୟରେ ଔଷଧ ଯୋଗାଣ ଲାଗି ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି l ଏହି ଯୋଜନା ମାଧ୍ୟମରେ ଜନସାଧାରଣ ଙ୍କୁ ବହୁ ମୂଲ୍ୟବାନ ଔଷଧ ବିନା ମୂଲ୍ୟରେ ଯୋଗାଇ ଦେଇଯାଉଛି l ତେବେ କିଛି ଅସାଧୁ କର୍ମଚାରୀ ଙ୍କ ଲାଗି ସରକାର ଯୋଗାଉଥିବା ଔଷଧ ହିତାଧିକାରୀଙ୍କୁ ପ୍ରଦାନ ନକରାଯାଇ ତାହା ଏଣେ ତେଣେ ଫୋପଡ଼ା ଯାଉଛି l ଯାହାର ସଦ୍ୟ ପ୍ରମାଣ ଦେଖିବାକୁ ମିଳିଛି ଆସିକା ଵିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ସୁନାମ୍ବ ସାହି ତିରୁପତି ମନ୍ଦିର ଛକ ନିକଟ ପରିତ୍ୟକ୍ତ ସ୍ଥାନରୁ l ଏହିଠାରେ ତିନୋଟି ବ୍ୟାଗରେ ପାଖାପାଖି ୧୦୦୦ ରୁ ଉର୍ଦ୍ଧ ଷ୍ଟିପ କ୍ୟାଲସିୟମ ମେଡ଼ିସିନ ପଡ଼ିରହିଥିବା ଦେଖିବାକୁ ମିଳିଛି l ତେବେ କିଏ ଓ କାହିଁକି ଏଠାରେ ଏହି ମେଡ଼ିସିନ ଫୋପାଡ଼ିଲା ତାହାର ସ୍ପଷ୍ଟୀକରଣ ମିଳିପାରିନାହିଁ l ତେବେ ଆସିକା ଉପଖଣ୍ଡ ଚିକିତ୍ସାଲୟ ଅଧକ୍ଷ ନିଜ ପ୍ରତିକ୍ରିୟା ରେ ଉକ୍ତ ଔଷଧ ତାଙ୍କ ଡାକ୍ତରଖାନ ର ନୁହଁ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି। ତେବେ ଏହି ଔଷଧ କେଉଁ ଚିକିତ୍ସା ଲୟର ତାହା ବର୍ତ୍ତମାନ ସନ୍ଦେହ ଘେରରେ।ସରକାର ହିତାଧିକାରୀ ଙ୍କୁ ପ୍ରଦାନ କରିବା ଲାଗି ଔଷଧ ଯୋଗାଉଥିବା ବେଳେ କର୍ମଚାରୀ ମାନେ ଏହାର ସଦୁପଯୋଗ ନକରି ଔଷଧ ନଷ୍ଟ କରୁଛନ୍ତି l ଫଳରେ ସରକାର ଙ୍କ ଜନହିତକାରୀ ଯୋଜନା ରୁ ଲୋକେ ବଞ୍ଚିତ ହେବାସହ ବହୁ ମୂଲ୍ୟରେ ଔଷଧ ବାହାରୁ କ୍ରୟକରି ବହୁ ଖର୍ଚ୍ଚାନ୍ତ ହେଇଛନ୍ତି l ଅନ୍ୟପଟେ ଯଦି ଏହି ଔଷଧ ଏକ୍ସପାଇରୀ ହୋଇଛି ତେବେ ସୁରକ୍ଷିତ ସ୍ଥାନରେ ପୋତାଯିବା ନେଇ ସରକାର ଙ୍କ ନିର୍ଦେଶ ରହିଥିବା ବେଳେ କିଏ ଜନ ବସତି ସ୍ଥାନରେ ଔଷଧ ଫୋପାଡ଼ିଛି ତାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବୀ ହେଉଛି l