Search
Close this search box.

NO-1 ପାଲଟିଛି କେତୋଟି ସହର

0
SHARES
25
VIEWS

ଗତ କିଛିଦିନ ହେବ ରାଜ୍ୟର  ପ୍ରମୁଖ ସହରର ବାୟୁର ମାନ ବା ଏୟାର କ୍ୱାଲିଟି ଇଣ୍ଡେକ୍‌ସ ବା ଏକ୍ୟୁଆଇ ପ୍ରାୟ  ୩୦୦ ଉପରେ ରହୁଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବା ସିପିସିବି ପକ୍ଷରୁ ରାଜ୍ୟର କେତେକ ପ୍ରମୁଖ ସହରରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସ୍ଥାପିତ ୧୭ଟି ଅନଲାଇନ ଷ୍ଟେସନରୁ ତଥ୍ୟ ନେଇ ଏଭଳି ସୂଚନା ଦିଆଯାଇଛି । ଏମିତିକି ତାଳଚେର, ଅନୁଗୋଳ ଭଳି ସହରର ବାୟୁ ପ୍ରଦୂଷଣ କେତେକ ଦିନରେ ଦିଲ୍ଲୀକୁ ଟପିଯାଉଛି।

ଗତ ତିନି ୩ ଦିନର ଏୟାରକ୍ୱାଲିଟି ବୁଲେଟିନ ଦେଖିଲେ ରାଜ୍ୟର ଅନେକ ସହରର ଏକ୍ୟୁଆଇର ସ୍ତର ୩୦୦ ଉପରେ ରହୁଛି। ଅର୍ଥାତ ଏହାର ସ୍ତର ଅତି ଖରାପ ସ୍ଥିତିରେ ପହଁଚିଥିବା ଦେଖାଯାଉଛି । ଗତକାଲି ଅନୁଗୁଳରେ ଏକ୍ୟୁଆଲ ପିଏମ୍-୨.୫ ତଥା ଛୋଟ ଧୂଳିକଣାର ମାତ୍ରା ୩୫୪ ରହିଥିଲା ତାହା ଆଜି ୩୪୦ରୁ ଖସିଥିଲେ ମଧ୍ୟ ପରିସ୍ଥିତିରେ ସେଭଳି କୌଣସି ପରିବର୍ତ୍ତନ ହୋଇନାହିଁ। ବାଲେଶ୍ଵରରେ ମଧ୍ୟ ପିଏମ୍-୨.୫ର ମାତ୍ରା ରହିଛି । ସେହିପରି ତାଳଚେର-୨୯୯, କେନ୍ଦୁଝର -୨୮୭, କଟକ -୨୮୪ , ଭୁବନେଶ୍ବର-୨୭୧ , ବାରିପଦା-୨୫୭, ରାଇରଙ୍ଗପୁରରେ ପ୍ରଦୂଷଣମାତ୍ରା ୨୦୨ରେ ଅର୍ଥାତ ସାଙ୍ଘାତିକ ସ୍ତରରେ ରହିଛି ।

    Related News

    Follow Us